ନୂଆ ଆଲୋକ

ନୂଆ ଆଲୋକ ଅନୁଷ୍ଠାନ ଅସହାୟକୁ ସହାୟତାର ହାତ ବଢାଇଲା

ସ୍ୱେଚ୍ଛାସେବୀ ସଂଗଠନ ଭାବରେ ନୂଆ ଆଲୋକ ଆଜି ସାରା ରାଜ୍ୟରେ ତାର କାର୍ଯ୍ୟକ୍ରମ ପାଇଁ ପ୍ରଶଂସିତ ହେଉଥିବା ବେଳେ , ଗତକାଲି କେଉଁଝର ଜିଲ୍ଲାରୁ ଏକ ଅସହାୟ ବ୍ୟକ୍ତିଙ୍କୁ ଆଣି ସେବକ ଆଶ୍ରମରେ ଅବସ୍ଥାପିତ କରିବା ପରେ ତାକୁ ସମସ୍ତ ପ୍ରକାର ସହେଯାଗ ଯୋଗାଇ ଦେଇଛି । ଏଠାରେ ପ୍ରକାଶ କରାଯାଇପାରେ କି କେଉଁଝର ଜିଲ୍ଲାର ସମୀର ପାତ୍ରଙ୍କ ପୁଅ ପଂଚାନନ ପାତ୍ର (୧୮) ଜଣେ ମାନସିକ ଅନଗ୍ରସର ପିଲା । ସମୀର ପାତ୍ର ବାଲେଶ୍ୱର ଜିଲ୍ଲାରେ କୁଲିଗିରି ମଜୁରିଆ କାମ କରି ନିଜ ପେଟ ପୋଷିବା କଷ୍ଟ । ପୁଅକୁ ଔଷଧ ଦେବ ନା ଖାଇବାକୁ ଦେବ ନା ଘରେ ଜଗି ବସିବ , ଏମିତି କି ସମୀରଙ୍କର ସ୍ତ୍ରୀ ମଧ୍ୟ ପୂର୍ବରୁ ମୃତ୍ୟୁ ବରଣ କରି ପଂଚାନମଙ୍କୁ ମାଆ ଛେଉଣ୍ଡ କରି ଚାଲି ଯାଇଛି । ଏହି ପରି ଭିନ୍ନକ୍ଷମ ପିଲାକୁ ବାପା ସମୀର ନା ଘରେ ରଖି ପାରୁଛି ନା ତା ପାଇଁ କିଛି ଉପାୟ ବାହାର କରି ପାରୁଛି । ଶେଷରେ ନିରାଶ ହୋଇ କାହାକୁ ସେ ପିଲାକୁ ଦେଇ ଦେବାକୁ ଉଣ୍ଡି ବସିଥିବା ବେଳେ ଏହି ଖବର ସମାଜସେବୀ ପଦ୍ମଲୋଚନ ବେହେରାଙ୍କ ଠାରୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୂଆ ଆଲୋକ ଖବର ପାଇବାରୁ ଅନୁଷ୍ଠାନ ତରଫରୁ ଜନ୍ମେଜୟ ମହାନ୍ତି(ରିଙ୍କୁ) ଜଗବନ୍ଧୁ ସାହୁ,ସିନ୍ଧୁ ନନ୍ଦିନୀ ସ୍ୱାଇଁ , ଅବ୍‌ଦୁଲ ୱାହିଦ ଖାନ୍ , ସନାତନ ବରାଳ, କଳ୍ପତରୁ ମଲ୍ଲିକ ପ୍ରମୁଖ ଛତିଆସ୍ଥିତ ସେବକ ଆଶ୍ରମରେ ନେଇ ଅବସ୍ଥାପିତ କରିଛନ୍ତି । ନୂଆ ଆଲୋକ ଅନୁଷ୍ଠାନ କେବଳ ଏହି କାର୍ଯ୍ୟକ୍ରମ ନୁହଁ ସାରା ଓଡିଶାରେ ତାର ସ୍ୱେଚ୍ଛାସେବାର କାର୍ଯ୍ୟକ୍ରମ ଚଲାଇଥିବା ବେଳେ,ସମଗ୍ର ଯାଜପୁର ଜିଲ୍ଲାରେ ତାର ସେବା ପାଇଁ ସାବାସି ମିଳିବାରେ ଲାଗିଛି । ତେବେ ଏହି ମାନସିକ ବିକୃତି ତଥା ଦରିଦ୍ର ପରିବାରର ପିଲା ପଂଚାନନ ଥଇଥାନ ହେବା ପରେ ତାର ବାପା ସମୀର ପାତ୍ର ଆସ୍ୱସ୍ଥି ଲାଭ କରିଛନ୍ତି । ତେବେ ଅନୁଷ୍ଠାନ ତରଫରୁ ଅଧିକ ଚିକିତ୍ସା ଲାଗି ଆସନ୍ତା କାଲି କଟକ ବଡ ମେଡିକାଲ କୁ ନେଇ ଚିକିତ୍ସା କରାଯିବା ପେ।।ଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା କଥା ନିର୍ଦ୍ଦେଶକ ଜନ୍ମେଜୟ ମହାନ୍ତି ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button