ନୂଆ ଆଲୋକ ମାନସିକ ବିକୃତ ଛୋଟୁ ମହାରଣାକୁ ଥଇଥାନ କରି ଅମିୟ ଆନନ୍ଦ ପାଇଛି
ନୂଆ ଆଲୋକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଯାଜପୁର ସଦର ଥାନା ଅନ୍ତର୍ଗତ ବରୁଆଁ ଠାରୁ ଜଣେ ମାନସିକ ବିକୃତ ତଥା ଅବହେଳିତ ଛୋଟୁ ମହାରଣାକୁ ଯାଜପୁର ଜିଲ୍ଲାର ବରୁଆଁ ସଦର ଥାନା ନିକଟରୁ ଠାବ କରାଯାଇଛି । ନିସ୍ୱ ମାନବର ସେବାକୁ ମୂଳ ମନ୍ତ୍ର ରୁପେ ଗ୍ରହଣ କରି ନୂଆ ଆଲୋକ ତାହାର କାର୍ଯ୍ୟକ୍ରମ ଯାହିର ରଖିଥିବାରୁ ସାରା ରାଜ୍ୟର ବିଭିନ୍ନ ଅନୁଷ୍ଠାନ ରୁ ସଂମ୍ବର୍ଦ୍ଧନାର ସୁଅ ଛୁଟିଛି । ଆଜି ମଧ୍ୟାହ୍ନରେ ବରୁଆଁର ବରିଷ୍ଠ ସାମ୍ବାଦିକ ତଥା ସମାଜେସବୀ ସମର ବିଜୟ ଶରଣ ନୂଆ ଆଲୋକ ଅନୁଷ୍ଠାନକୁ ଖବର ଦେବା ପର ଅନୁଷ୍ଠାନର ସହକର୍ମୀ ମାନେ ସେଠାରେ ପହଂଚି ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ପଡିଥିବା ଛୋଟୁ କୁ ଉଦ୍ଧାର କରି ତାକୁ ସଂପୂର୍ଣ୍ଣ ସୁଦ୍ଧ ସୈାଚ କରି , ନୂତନ ବସ୍ତ୍ର ପିନ୍ଧାଇ ତାକୁ ଛତିଆ ସ୍ଥିତ ସେବକ ଆଶ୍ରମକୁ ନେଇ ଅବସ୍ଥାପିତ କରିଛନ୍ତି । ତେବେ ଛୋଟୁ(୪୫) ଅବିବାହିତ ବୋଲି ଜଣା ପଡିଛି । ସେ ପୂର୍ବରୁ ବରଡା ଛକ ନିକଟରେ ବୁଲା ବୁଲି କରୁଥିବାର ଲୋକେ ଦେଖିଥିବାର ପ୍ରକାଶ କରିଛନ୍ତି। ସେ ସବୁକଥା କହି ପାରୁଥିଲେ ମଧ୍ୟ ତାର ପୂର୍ବକଥା କିଛି ମନେ ପଡୁନାହିଁ । ତେବେ ତାହାର ଘର ଭଦ୍ରକ ଜିଲ୍ଲା ବୋଲି ପ୍ରକାଶ କରିଛି । ଅସଜଡା କେଶ, ଉଙ୍କୁଣି ସାଲୁ ବାଲୁ , ହେହ ହାତର ଦୁର୍ଗନ୍ଧ ସଂପୂର୍ଣ୍ଣ ଅସହାୟ ଅବସ୍ଥାରେ ଛୋଟୁକୁ ଅନୁଷ୍ଠାନର ନିର୍ଦ୍ଦେଶକ ଜନ୍ମେଜୟ ମହାନ୍ତି , ସନାତନ ବରାଳ, ବବି ଦାସ ,ସୁଦର୍ଶନ ଚାନ୍ଦ,ମାନସ ରଂଜନ ବାରିକ୍,ଅବିନାଶ ସାହୁ,ବିଶ୍ୱଜିତ ମହାପାତ୍ର, ସିନ୍ଧୁ ନନ୍ଦିନୀ ସ୍ୱାଇଁ ଆଦି କର୍ମୀମାନେ ଆଜି ପବିତ୍ର ଶିବ ଜାଗର ଅବସରରେ ସେବା ଦେଇ ଅମିୟ ଆନନ୍ଦ ଉପଲବ୍ଧି କରିଥିବା କଥା ପ୍ରକାଶ କରିଛନ୍ତି । ତେବେ ପରବର୍ତୀ ପର୍ଯ୍ୟାୟରେ ତାକୁ ଡାକ୍ତରୀ ଚିକିତ୍ସା କରାଇ ଆରୋଗ୍ୟ ପାଇଁ ଯତ୍ନ ନିଆ ଯିବ ବୋଲି ଅନୁଷ୍ଠାନର ସଭାପତି ଶରତ କୁମାର ଜେନା ଉପସଭାପତି ବଳଦେବ ଦାସ ବରିଷ୍ଟ ସଦସ୍ୟ ବିଭୁତି ଭୂଷଣ ଜେନା, ଭିନ୍ନକ୍ଷମ ତଥା ଶିଶୁ ଭିବାଗୀୟ ନିର୍ଦ୍ଦେଶକ ମଣ୍ଟୁ ଦାସ, ଜଗବନ୍ଧୁ ସାହୁ, ଗେଣଶ ସାହୁ ଆଦି ବରିଷ୍ଟ କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି ।