ଓଡିଶା

ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୪: ୧୨କୁ ଘୁଞ୍ଚିଲା ଆବେଦନ ଶେଷ ତାରିଖ – bajravana

[ad_1]

ଭୁବନେଶ୍ବର: ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୪ (ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ) ପାଇଁ ଆବେଦନର ଶେଷ ତାରିଖକୁ ଚଳିତ ମାସ ୧୨ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପାଞ୍ଚଟି ବର୍ଗରେ ପୁରସ୍କାର ଲାଗି ଆବେଦନ ଆହ୍ବାନ କରାଯାଇଛି। ତାହା ହେଉଛି କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌), ବୃହତ (ଲାର୍ଜ), ମଧ୍ୟମ (ମିଡିଅମ୍‌), କ୍ଷୁଦ୍ର (ସ୍ମଲ) ଏବଂ ଇମର୍ଜିଂ/ଷ୍ଟାର୍ଟଅପ୍। ପ୍ରତି ବର୍ଗ ପାଇଁ ପ୍ଲାଟିନମ୍, ଗୋଲ୍ଡ ଓ ସିଲ୍‌ଭର୍‌ ଭଳି ତିନିଟି ପୁରସ୍କାର ରହିଛି। ଆବେଦନକାରୀମାନେ ନିଜ ବର୍ଗ ଚୟନ କରି www.sambadawards.comରେ ଆବେଦନ କରିପାରିବେ। ଆବେଦନ ପାଇଁ କୌଣସି ‌ଫି ଦେବାକୁ ପଡ଼ିବ ନାହିଁ। ପୁରସ୍କାର ଲାଗି ଆସିଥିବା ଆବେଦନକୁ ଏକ ସ୍ବାଧୀନ ବିଚାରକ ମଣ୍ଡଳୀ ଅନୁଧ୍ୟାନ କରି ବିଜେତା ଚୟନ କରିବେ। ଚଳିତ ମାସ ୨୪ ତାରିଖରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଏକ ଭବ୍ୟ ସମାରୋହରେ ବିଜେତାମାନଙ୍କୁ ପୁରସ୍କୃତ କରାଯିବ।

ଚଳିତ ବର୍ଷ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ର ସପ୍ତମ ସଂସ୍କରଣକୁ ଆୟୋଜନ କରାଯାଉଛି। ଓଡ଼ିଶାରେ ଜନ୍ମ ହୋଇ ରାଜ୍ୟ ବାହାରେ ଓ ଦେଶବିଦେଶରେ ସୁନାମ ଅର୍ଜନ କରିଥିବା ବ୍ରାଣ୍ଡ୍‌ଗୁଡ଼ିକୁ ସମ୍ମାନିତ କରାଯିବ। ସାମଗ୍ରୀ ବ୍ୟବସାୟ ସହିତ ‌ଦେୟଯୁକ୍ତ ସେବା ଯୋଗାଉଥିବା ସଂସ୍ଥା ଏହି ପ୍ରତିଯୋଗିତାରେ ସାମିଲ ହେଉଛନ୍ତି। ପୂର୍ବର ୬ଟି ସଂସ୍କରଣରେ ବହୁ ସଂଖ୍ୟାରେ ବ୍ରାଣ୍ଡ୍‌ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ମଞ୍ଚରେ ସମ୍ମାନିତ ହୋଇ ନିଜକୁ ଗୌରବ‌ାନ୍ବିତ ମନେ କରୁଛନ୍ତି। ଏଥର ମଧ୍ୟ ଏହି ପୁରସ୍କାରକୁ ନେଇ ଉଦ୍ୟୋଗ ଜଗତରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି। ବହୁ ସଂଖ୍ୟାରେ ବ୍ରାଣ୍ଡ୍‌ ପୁରସ୍କାର ପାଇଁ ଆବେଦନ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button