ଓଡିଶା

ସରିଲା ମାଟ୍ରିକ୍ ପରୀକ୍ଷା: ଓଡ଼ିଆ ବ୍ୟତୀତ ସବୁ ପ୍ରଶ୍ନପତ୍ର ଲିକ୍‌! – bajravana

[ad_1]

ମାର୍ଚ୍ଚ ୧୫ରୁ ୫୬ଟି କେନ୍ଦ୍ରରେ ଖାତା ଦେଖା

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (‌ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆଜି ଶେଷ ହୋଇଛି। ପରୀକ୍ଷା ଠିକ୍‌ ଢଙ୍ଗରେ ସମ୍ପନ୍ନ ହୋଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲେ ବି କେବଳ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷାକୁ ବାଦ୍‌ଦେଲେ ଅନ୍ୟ ସବୁ ବିଷୟର ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି। ଆଜି ‌ଶେଷ ଦିନରେ ସାମାଜିକ ବିଜ୍ଞାନ (ଇତିହାସ, ଭୂଗୋଳ) ପରୀକ୍ଷାର ପ୍ରଶ୍ନପତ୍ର ବି ଲିକ୍ ହୋଇଥିଲା। ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲିବା ପାଇଁ ବୋର୍ଡ ସ୍ଥିରୀକୃତ ସମୟର ଯଥେଷ୍ଟ ପୂର୍ବରୁ ଇତିହାସ, ଭୂଗୋଳ ପରୀକ୍ଷାର ଦୀର୍ଘଉତ୍ତର ମୂଳକ ପ୍ରଶ୍ନ (ପାର୍ଟ-୨) ଫଟୋ ଭାଇରାଲ ହୋଇଥିଲା। ମାଟ୍ରିକ୍‌ ପରୀକ୍ଷା ପରିଚାଳନାରେ ବୋର୍ଡ ପ୍ରଥମକରି ଅତ୍ୟାଧୁନିକ ବ୍ୟବସ୍ଥା ପ୍ରୟୋଗ କରି ଯେଉଁ ନୂଆ କୀର୍ତ୍ତିମାନ ସୃଷ୍ଟି କରିଥିଲା, ତାହା ଏଭଳି ଢଙ୍ଗରେ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ବିଫଳ ହୋଇଥିବା କୁହାଯାଉଛି।

ମାର୍ଚ୍ଚ ୧୫ରୁ ୫୬ଟି କେନ୍ଦ୍ରରେ ଖାତା ଦେଖା
୧୨୦ରୁ ଅଧିକ ମାଲପ୍ରାକ୍ଟିସ୍‌; ୧୫ ହଜାରରୁ ଅଧିକ ଅନୁପସ୍ଥିତ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟସୂଚୀ ଅନୁସାରେ, ଆଜି ମାଟ୍ରିକ୍ ପରୀକ୍ଷାର ‌ଶେଷ ବିଷୟ ସାମାଜିକ ବିଜ୍ଞାନ ପରୀକ୍ଷା ଥିଲା। ବୋର୍ଡ ସ୍ଥିରୀକୃତ ସମୟସୂଚୀ ଅନୁସାରେ, ସକାଳ ସାଢ଼େ ୭ଟାରେ ପରୀକ୍ଷା କେନ୍ଦ୍ର ଖୋଲାଯିବ ଓ ପରୀକ୍ଷାର୍ଥୀଙ୍କ ହଲ୍ ପ୍ରବେଶ ପରେ ସ‌ାଢ଼େ ୮ଟାରେ ଓଏମ୍‌ଆର୍‌ ସିଟ୍ ଓ ସକାଳ ୮ଟା ୪୫ରେ ସେଣ୍ଟର ସୁପରିଟେଣ୍ଡେଣ୍ଟ, ସେଣ୍ଟର ଅବ୍‌ଜରଭର, ଇନ୍‌ଭିଜିଲେଟରଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲାଯାଇ ପିଲାଙ୍କୁ ବଣ୍ଟନ କରାଯିବ। କିନ୍ତୁ, ସକାଳ ୮ଟା ୫ ମିନିଟ୍‌ରେ ସାମାଜିକ ବିଜ୍ଞାନର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ (ପାର୍ଟ-୨) ଲିକ୍ ହୋଇଥିଲା। ସକାଳ ୮ଟା ୫ ମିନିଟ୍‌ରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବାରୁ ଏହାର ଯଥେଷ୍ଟ ପୂର୍ବରୁ ପ୍ରଶ୍ନପତ୍ର ପ୍ୟାକେଟକୁ ଖୋଲାଯାଇଥିବା ସ୍ପଷ୍ଟ ହୋଇଛି। ମାଟ୍ରିକ୍‌ ପରୀକ୍ଷାର ପ୍ରଥମଦିନ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ଥିବାବେଳେ ସେହିଦିନକୁ ଛାଡ଼ିଦେଲେ ସବୁ ଦିନର ପ୍ରଶ୍ନପତ୍ର ଲିକ୍ ହୋଇଛି। ପରୀକ୍ଷା ପରିଚାଳନା ପାଇଁ ବୋର୍ଡ ପକ୍ଷରୁ କରାଯାଇଥିବା ସବୁ କେନ୍ଦ୍ରରେ ଅବ୍‌ଜରଭର୍‌, ସବୁ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ବ୍ୟବସ୍ଥା, ସମସ୍ତ ନୋଡାଲ ସେଣ୍ଟରରେ ଲାଇଭ୍ କ୍ୟାମେରା ବ୍ୟବସ୍ଥା, ଅତ୍ୟନ୍ତ ସମ୍ବେଦନଶୀଳ କେନ୍ଦ୍ରରେ ଏ.ଆଇ.(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଆଦି ବନ୍ଦୋବସ୍ତ ହୋଇଥିଲା। ଲାଗାତାର ଭାବେ ଏଭଳି ଘଟଣା ଘଟି ଚାଲିଥିବା ବେଳେ ବୋର୍ଡ ସ୍କ୍ବାଡ୍‌, ସେଣ୍ଟ୍ରାଲ ସ୍କ୍ବାଡ୍‌, ସଂପୃକ୍ତ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପୁଲିସ ଓ ପ୍ରଶାସନ ଏ‌ କ୍ଷେତ୍ରରେ କି ଭୂମିକା ନିର୍ବାହ କରୁଥିଲା ବୋଲି ପ୍ରଶ୍ନ ଉଠୁଛି।

ଅନ୍ୟପଟେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ ସାମାଜିକ ବିଜ୍ଞାନ ପରୀକ୍ଷା ସୂଚାରୁ ରୂପେ ଶେଷ ହୋଇଛି। କୌଣସି ଜିଲ୍ଲା ଶିକ୍ଷାଧିକାରୀ କିମ୍ବା ପ୍ରାଧିକୃତ ଅଧିକାରୀଙ୍କ ପକ୍ଷରୁ ପରୀକ୍ଷାରେ ଅନିୟମିତତା କିମ୍ବା ବିଭ୍ରାଟ ହୋଇଥିବାର କୌଣସି ସୂଚନା ମିଳିନାହିଁ। ସାମାଜିକ ବିଜ୍ଞାନ ପରୀକ୍ଷାରେ କୌଣସି ତ୍ରୁଟି ହୋଇନାହିଁ ଓ ସମସ୍ତ କେନ୍ଦ୍ରରେ ପରୀକ୍ଷା ଶୃଙ୍ଖଳିତ ଭାବେ ସରିଛି ବୋଲି ସଭାପତି ଶ୍ରୀ ତରାଇ ସୂଚନା ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button