ପୋଖରୀରେ ବୁଡ଼ି ଭାଇଭଉଣୀ ମୃତ – bajravana
[ad_1]
କୟାଁଗୋଲା/ଯାଜପୁରସଦର: ପୋଖରୀରେ ବୁଡ଼ି ଚାଲିଗଲା ଭାଇଭଉଣୀଙ୍କ ଜୀବନ। ଘର ଦୁଆରେ ଖେଳୁଥିବା ବେଳେ ପରିବାର ଲୋକଙ୍କ ଅସାବଧାନତା ଯୋଗୁଁ ଘଟିଛି ଅଘଟଣ। ପୋଖରୀରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ଦୁଇ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧୀନ କୁଳସାହି ଗ୍ରାମର ମାନସ ଜେନା ଏବଂ ତାଙ୍କଭାଇ ମିଥୁନ ଜେନାଙ୍କ ପୁଅଝିଅ କାହ୍ନା(୩) ଓ ଗେହ୍ଲି(୨) ଘର ଆଗରେ ଖେଳୁଥିଲେ। ଘରର ମହିଳାମାନେ ଅପରାହ୍ଣରେ ରୋଷେଇ ପାଇଁ ବ୍ୟସ୍ତ ଥିବାବେଳେ ପୁଅଝିଅଙ୍କୁ ନଜର ରଖି ପାରି ନଥିଲେ। କିଛି ସମୟ ପରେ ପରିବାର ଲୋକେ ପିଲା ଦୁଇଟିଙ୍କୁ ଖୋଜାଖୋଜି କରିବା ବେଳେ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ। ଦୁଇ ଶିଶୁଙ୍କୁ ଉଦ୍ଧାର କରି ପ୍ରଥମେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ଘଟଣା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଦୁଇ କୁନି ଭାଇଭଉଣୀଙ୍କ ମୃତ୍ୟୁରେ ଡାକ୍ତରଖାନା ପରିସର କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ମଙ୍ଗଳପୁର ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ସହ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି
[ad_2]