ଓଡିଶା

୧୧ ଯାଏ ବର୍ଷା ପ୍ରଭାବ – bajravana

[ad_1]

ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ଓଡ଼ିଶାରେ ତାତି ଆହୁରି ହ୍ରାସ ପାଇଛି। ଆଜି ଦିନ ସମୟରେ ୧୭ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି କିମ୍ବା ତା’ଠାରୁ କମ୍‌ ରହିଥିଲା। ବରଗଡଠାରେ ସବୁଠାରୁ କମ୍‌ ଦିନ ତାପମାତ୍ରା ୨୫ ଡିଗ୍ରି ରେକର୍ଡ କରାଯାଇଛି। ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୮.୭ ଡିଗ୍ରି ରହିଥିବା ବେଳେ ପାରଳା‌ଖେମୁଣ୍ଡିରେ ୩୮.୨, କୋରାପୁଟରେ ୩୮, ବୌଦ୍ଧରେ ୩୭, ପାରାଦୀପରେ ୩୬.୭, ସୁନ୍ଦରଗଡ଼ ଓ ଚାନ୍ଦବାଲିରେ ୩୬.୨ ଡିଗ୍ରି ରହିଥିଲା।

କାଳ‌ବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ପାରଦ ୨ରୁ ୭ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ଆସନ୍ତା ୧୧ ତାରିଖ ଯାଏ ଓଡ଼ିଶାର ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୯, ୧୦ ଓ ୧୧ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ପରବର୍ତ୍ତୀ ଦୁଇ ଦିନ ପାଇଁ କୌଣସି ୱାର୍ଣ୍ଣିଂ ନ ଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button