ଓଡିଶା

କେନ୍ଦ୍ର ସରକାରଙ୍କ ଆଇନ୍‌ ବିରୋଧରେ ଗର୍ଜିଲା ଡ୍ରାଇଭର ମହାସଂଘ – bajravana

[ad_1]

କାଲିମେଳା: ହିଟ ଆଣ୍ଡ ରନ ମାମଲାରେ କେନ୍ଦ୍ର ସରକାର ଲାଗୁ କରିବାକୁ ଯାଉଥିବା କଠୋର ଆଇନକୁ ଡ଼୍ରାଇଭର ମହାସଂଘ ବିରୋଧ କରିଛି। ଓଡ଼ିଶା ଡ଼୍ରାଇଭର ମହାସଂଘର ଆହ୍ୱାନ କ୍ରମେ ଆଜିଠାରୁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକର ଶତାଧିକ ଡ଼୍ରାଇଭରମାନେ ସଂଘ କାର୍ଯ୍ୟାଳୟ ସମୁଖରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଶତାଧିକ ଡ଼୍ରାଇଭରମାନେ କେନ୍ଦ୍ର ସରକାରଙ୍କ ଏହି କଳାକାନୁନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।

ଏହି ଆଇନରେ ହିଟ ଆଣ୍ଡ ରନ ମାମଲାରେ ଜଣେ ଡ଼୍ରାଇଭରକୁ ୧୦ ବର୍ଷ ଜେଲ ଓ ୭ ଲକ୍ଷ ଟଙ୍କାର ଜରିମାନାକୁ କଡ଼ା ବିରୋଧ କରିଛନ୍ତି ଡ଼୍ରାଇଭରମାନେ। ସେମାନେ ମାତ୍ର ସ୍ୱଳ୍ପ ଦରମାରେ ପରିବାର ପ୍ରତିପୋଷଣ କରୁଥିବାବେଳେ ଏହି କଠୋର ନିୟମ ଲାଗୁ କରାଗଲେ ସେମାନେ ବେଶି କ୍ଷତିଗ୍ରସ୍ତ ହେବେ ବୋଲି ଆଶଙ୍କା କରୁଛନ୍ତି। କାଲିମେଳା ଡ଼୍ରାଇଭର ମହାସଂଘର ସଭାପତି ପ୍ରଦୀପ ରାୟ ଓ ସଂପାଦକ ସଂଜୟ ରାୟଙ୍କ ସମେତ କାଲିମେଳା ବ୍ଳକର ୨୩ଗୋଟି ପଞ୍ଚାୟତରୁ ଆସିଥିବା ଏହି ଡ଼୍ରାଇଭରଭାଇମାନେ ଏହି ଆନ୍ଦୋଳନରେ ସାମିଲ ହୋଇ ନାରାବାଜି କରିଛନ୍ତି।

ଡ଼୍ରାଇଭରମାନଙ୍କର ଏହି ଆନ୍ଦୋଳନ ଯୋଗୁଁ ପରିବହନ ସେବା ଠପ ହୋଇଯାଇଛି। ଫଳରେ ଦରଦାମ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏଥି ଯୋଗୁଁ ଗରିବ ଖାଉଟି ଉପରେ ଏହାର ବେଶି ପ୍ରଭାବ ପଡ଼ିବ ବୋଲି କୁହାଯାଇଛି। ତେଣୁ ଏହି ଆଇନକୁ ତୁରନ୍ତ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ ବୋଲି ସ୍ଥାନୀୟ ବୁଦ୍ଧିଜିବୀମାନେ ଦାବି କରିଛନ୍ତି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button