ଓଡିଶା

ହାଇସ୍କୁଲ ରୂପାନ୍ତରଣର ଅସଲଚିତ୍ର: ଛାତରୁ ପାଣି ଗଳୁଛି, ଫଟା କାନ୍ଥରେ ରଙ୍ଗ – bajravana

[ad_1]

ଲାଠିକଟା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍‌ ଅଫିସ ଆଗରେ ଥିବା ଦେଓକରଣ ବିଦ୍ୟାପୀଠର ୫-ଟି ଅଧୀନରେ ରୂପାନ୍ତରୀକରଣ ହୋଇଥିଲା। ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ମାର୍ଟ ସ୍କୁଲ ନିର୍ମାଣ କରାଯାଇଥିଲା। ମାତ୍ର ନିର୍ମାଣର ଦୁଇବର୍ଷ ନ ପୂରୁଣୁ ସ୍କୁଲର ଛାତରୁ ପାଣି ଗଳିବା ସହ କାନ୍ଥରେ ଫାଟ ଦେଖିବାକୁ ମିଳିଲାଣି। କେତେକ ଅଭିଭାବକ ଏହା ପ୍ରକାଶ କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି।

୧୯୭୮ ମସିହାରେ ସ୍ଥାପିତ ଏହି ସ୍କୁଲରେ ଏବେ ନବମ ଓ ଦଶମ ଶ୍ରେଣୀରେ ମୋଟ ୪୧୮ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପ୍ରାୟ ନବେ ପ୍ରତିଶତ ଆଦିବାସୀ ବର୍ଗର। ହାଇସ୍କୁଲ ନ ଥିବା ଲାଠିକଟା, ବଲାଣୀ ଓ ସିଉଡିହି ପଞ୍ଚାୟତ ସହିତ ନିକଟସ୍ଥ ଗ୍ରାମର ବହୁ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକମାତ୍ର ସ୍କୁଲ। ଏହାସହିତ ବ୍ଲକ୍‌ ମୁଖ୍ୟାଳୟ ଯୋଗୁ ଏଠାରେ ବିଭିନ୍ନ ବୈଠକ, ଖେଳକୁଦ ପ୍ରତିଯୋଗିତା, ପରୀକ୍ଷା, ଭିନ୍ନକ୍ଷମ ମେଳା ଆଦି ଅନୁଷ୍ଠିତ ହୋଇଥାଏ। କିନ୍ତୁ ଭିତ୍ତିଭୂମିର ଅଭାବ ଯୋଗୁ ଗତ ଦୁଇବର୍ଷ ହେବ ବିଜ୍ଞାନମେଳା ଓ ଶିଶୁ ମହୋତ୍ସବ ଏକ ଘରୋଇ ବିଦ୍ୟାଳୟରେ କରାଯାଉଛି। ବ୍ଲକ୍‌ ତଥା ଜିଲ୍ଲାରେ ବିଦ୍ୟାଳୟର ସୁନାମ ରହିଛି।

ଦୁଇବର୍ଷ ତଳେ ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଓ ଓମ୍‌ବାଡ୍‌ସି  ପାଣ୍ଠିରୁ ୭୦ ଲକ୍ଷ ଟଙ୍କା ବ୍ୟୟରେ ରୂପାନ୍ତରୀକରଣ କରାଯାଇଥିଲା। ଏବେ ପ୍ରାୟ ସବୁ କୋଠରିର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବାହାରକୁ ଚକ୍‌ଚକ୍‌ ଦେଖା ଯାଉଥିବା କୋଠରିଗୁଡ଼ିକ ପାଖରୁ ଦେଖିଲେ କାମ ଯେ କେତେ ନିମ୍ନମାନର ହୋଇଛି ସହଜରେ ଜାଣିହେବ। ବିଦ୍ୟାଳୟର ଗୋଟିଏ ହଲର ପକ୍କାଛାତକୁ ଗ୍ରିଡିଂ କରାଯାଇଥିଲେ ମଧ୍ୟ ଠିକ୍‌ ଭାବରେ କାମ ହୋଇ ନ ଥିବାରୁ ସାମାନ୍ୟ ବର୍ଷାରେ ପାଣି ଗଳୁଛି। ପ୍ରଧାନଶିକ୍ଷୟିତ୍ରୀଙ୍କ ଅଫିସ ଆଗରେ ଥିବା ବାରଣ୍ଡା ତଥା କେତେକ ସ୍ଥାନରେ ପ୍ଲାଷ୍ଟର ଫାଟିଯାଇ ସିମେଣ୍ଟ ମେଟାଲ ଖସୁଛି। ପ୍ରଧାନଶିକ୍ଷୟିତ୍ରୀଙ୍କ ଅଫିସ ତଥା ସଂଲଗ୍ନ ଶ୍ରେଣୀଗୃହ ଓ ସମ୍ମୁଖରେ ଥିବା ଲମ୍ବା ଶ୍ରେଣୀଗୃହର ଛାତତଳ ତଥା କାନ୍ଥରେ ଫାଟ ଦେଖାଗଲାଣି। ଅନ୍ୟପକ୍ଷରେ ବହୁସ୍ଥାନରେ ନିମ୍ନମାନର ନିର୍ମାଣସାମଗ୍ରୀ ଲଗା ଯାଇଥିବା ଯୋଗୁ ଫାଟି ଯାଇଥିବା ଦେଖାଗଲାଣି। ବହୁ ଝରକାକବାଟ ଭାଙ୍ଗି ଯାଇ ଠିକ୍‌ ଭାବରେ ବନ୍ଦ ହେଉ ନ ଥିବା ଦେଖାଯାଉଛି।

କରୋନା ସମୟରେ ନିର୍ମାଣ କରାଯାଇଥିବା ଶୌଚାଳୟର କବାଟ ଭାଙ୍ଗିଗଲାଣି। ବିଦ୍ୟାଳୟରେ ବାଳିକାସଂଖ୍ୟା ତୁଳନାରେ ଶୌଚାଳୟ କମ୍‌ ରହିଛି। ଏହାଛଡ଼ା ଏକ ସମ୍ମିଳନୀକକ୍ଷର ଏକାନ୍ତ ଆବଶ୍ୟକତା ରହିଛି। ତେବେ ବ୍ଲକ୍‌ ଅଫିସ ଆଗରେ ବ୍ଲକ୍‌ ଅଧିକାରୀ ତଥା ମଝିରେ ମଝିରେ ଆସୁଥିବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଆଖିଆଗରେ ଥିବା ଏହି ହାଇସ୍କୁଲର ରୂପାନ୍ତରଣ ଚିତ୍ର ଯଦି ଏମିତି ତେବେ ବ୍ଲକ୍‌ର ଆଭ୍ୟନ୍ତରୀଣ ବିଦ୍ୟାଳୟରେ ରୂପାନ୍ତକରଣ କେମିତି ଥିବ ତାହା ସହଜରେ ଅନୁମେୟ ବୋଲି ଅଭିଭାବକମାନେ କହିଛନ୍ତି। ଲାଠିକଟା ବ୍ଲକ୍‌ ଶିକ୍ଷାଧିକାରୀ ଦେବେନ୍ଦ୍ର ସାଙ୍କୁ ଦେଓକରଣ ବିଦ୍ୟାପୀଠ ରୂପାନ୍ତରୀକରଣ ପରେ ଫାଟିବା, ପାଣି ଗଳିବା ସଂପର୍କରେ ପଚାରିବାରୁ, ସେ କହିଲେ, ଏ ବିଷୟରେ ମୁଁ ଜାଣିଛି, କିନ୍ତୁ ମୋ ହାତରେ କିଛିନାହିଁ। ଯାହା ଆବଶ୍ୟକ ବ୍ଲକ୍‌ କର୍ତ୍ତୃପକ୍ଷ କରିବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button