ଓଡିଶା

ଶ୍ରୀଜଗନ୍ନାଥ ସଂସ୍କୃତି ନଷ୍ଟକାରୀଙ୍କୁ କଠୋର ଦଣ୍ଡବିଧାନ ଦାବିରେ ଗଣ ବିକ୍ଷୋଭ  – bajravana

[ad_1]

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତି ନଷ୍ଟକାରୀଙ୍କୁ କଠୋର ଦଣ୍ଡବିଧାନ ଦାବିରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ କରାଯାଇଥିଲା। ଶ୍ରୀଜଗନ୍ନାଥ ହେଉଛନ୍ତି ହିନ୍ଦୁମାନଙ୍କର ଆସ୍ଥା, ବିଶ୍ବାସ ଓ ସଂସ୍କୃତିର ପ୍ରାଣକେନ୍ଦ୍ର। ସରକାରଙ୍କୁ ପରିଚାଳିତ କରୁଥିବା କିଛି ଅଣଓଡ଼ିଆ ବ୍ୟକ୍ତି ବିଶେଷ ଓ ଅନ୍ୟ କିଛି ନ୍ୟସ୍ତସ୍ୱାର୍ଥ ଓଡ଼ିଆଙ୍କ ହୀନ ଚକ୍ରାନ୍ତ ଫଳରେ ଜଗନ୍ନାଥ ସଂସ୍କୃତି, ଓଡ଼ିଆ ପରମ୍ପରା ଆଦି ନଷ୍ଠ ହେବାକୁ ବସିଲାଣି। ନିକଟ ଅତୀତରେ କାମିଆ ଜାନୀ ନାମ୍ନୀ ଜଣେ ଦେୟମୁକ୍ତ ବ୍ଲଗର (ମିଡିଆ) ଦ୍ଵାରା ଶ୍ରୀମନ୍ଦିର ଓ ମହାପ୍ରସାଦର ପ୍ରଚାର କରାଯାଇଥିଲା।

ତେବେ ପରବର୍ତ୍ତୀ ସମୟରେ ଜଣାଗଲା ଉକ୍ତ ମହିଳା ଜଣଙ୍କ ଗୋ ମାଂସ ଭକ୍ଷଣର ମଧ୍ୟ ପ୍ରଚାର ପ୍ରସାର କରିଛନ୍ତି। ତାର ଭିଡ଼ିଓ ମଧ୍ୟ ସେ ନିଜ ୟୁଟ୍ୟୁବ୍‌ ଚାନେଲରେ ପୋଷ୍ଟ କରିଛନ୍ତି। ଶ୍ରୀଜଗନ୍ନାଥ ହଜାର ହଜାର ବର୍ଷର ପରମ୍ପରାର ପ୍ରତୀକ। ଏହାର ପ୍ରସାଦ କୋଟିକୋଟି ହିନ୍ଦୁଙ୍କର ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ପ୍ରସାଦ। ପ୍ରଚାରପ୍ରସାର କାମରେ ଧର୍ମକୁ ଆଖିଠାର ମାରି ଏକଦା ଗୋମାଂସ ଭକ୍ଷଣର ପ୍ରଚାର କାରୀ ଦ୍ଵାରା ପ୍ରଚାର କରିବା କାହା ସ୍ୱାର୍ଥ ପାଇଁ…? ଅଣ ଓଡ଼ିଆ ନେତାଙ୍କ ସହ କାମିଆ ଜାନି ଆନନ୍ଦ ବଜାରରେ ପ୍ରସାଦ ସେବନ କରିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରାଯାଇଥିଲା।

କିଛି ଦିନ ତଳେ ଭିନ୍ନ ସମ୍ପ୍ରଦାୟରେ ବିଶ୍ବାସ ରଖୁଥିବା ତାମିଲନାଡୁର ଜଣେ ରାଜନେତା ସନାତନ ଧର୍ମକୁ ସମାପ୍ତ କରିବା ର କଥା କହୁଥିଲେ। ପୁରୀର ସାଂସଦ ପୁରୀକୁ ଭାଟିକାନ ସିଟିରେ ପରିଣତ କରିବା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ବୋଲି ପ୍ରକାଶ କରିଥିଲେ, ଯେଉଁ ଦେଶର ଜଗନ୍ନାଥ ସଂସ୍କୃତିକୁ ପଶ୍ଚାତ ଦେଶର ଲୋକ ରିସର୍ଚ କରିବାକୁ ଆସୁଛନ୍ତି ସେଭଳି ସ୍ଥଳେ ଆମେ ଯାଉଚୁ ପାଶ୍ଚାତ୍ୟ ସଭ୍ୟତାକୁ ଅନୁସରଣ କରିବାକୁ। ତାଠାରୁ ଲଜ୍ଜାର ବିଷୟ କଣ ଥାଇପାରେ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି। ଏହା ପଛରେ ଏକ ବୃହତ୍ ସଡଯନ୍ତ୍ର କାର୍ଯ୍ୟ କରୁଛି। ଏବେଠାରୁ ହିନ୍ଦୁ ସମାଜ ଜାଗ୍ରତ ନହେଲେ ଆଗାମୀ ଦିନରେ ଯେଉଁ ଭଳି ଭୟାନକ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଆମେ ନିଜକୁ ମଧ୍ଯ କ୍ଷମା ଦେଇ ପାରିବୁ ନାହିଁ।

ଏ ସମ୍ପର୍କରେ ଚକ୍ରାନ୍ତ କାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଦେଶବ୍ୟାପି କରାଯିବ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଚେତାଇ ଦିଆ ଯାଇଛି। ଉକ୍ତ ବିକ୍ଷୋଭ କାର୍ଯ୍ୟକ୍ରମ ଜ୍ୟୋତିରଞ୍ଜନ ବାରିକଙ୍କ ନେତୃତ୍ଵରେ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପ୍ରଦ୍ୟୁମ୍ନ ଦିଗର, ପ୍ରଶାନ୍ତ ବାରିକ, ପରମେଶ୍ଵର ପାତ୍ର, ଇନ୍ଦ୍ରଜିତ ମହାନ୍ତ, ସିକନ୍ଦର ଦାସ, ମୁନା ମହାନ୍ତ, ବିବେକାନନ୍ଦ ମହାନ୍ତ, ବିଜୟ ରାଜଙ୍କ ସମେତ ଶତାଧିକ ହିନ୍ଦୁ ଧର୍ମର ବ୍ୟକ୍ତି ସାମିଲ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button