ଖେଳ ଖବର

ବିଶ୍ବକପ୍ : ଶ୍ରୀଲଙ୍କାକୁ ୧୦୨ ରନରେ ହରାଇଲା ଦକ୍ଷିଣ ଆଫ୍ରିକା – bajravana

[ad_1]

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଶ୍ରୀଲଙ୍କାକୁ ୧୦୨ ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଏହି ହାଇସ୍କୋରିଂ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଆଗରେ ୪୨୯ ରନର ବିଶାଳ ଲକ୍ଷ୍ୟ ରଖିଥିଲା । ତାହାର ଜବାବରେ ଶ୍ରୀଲଙ୍କା ମଧ୍ୟ ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରିଥିଲା । କିନ୍ତୁ ଦଳ ୩୨୬ ରନ କରି ଅଲଆଉଟ ହୋଇଯାଇଥିଲା । ଶ୍ରୀଲଙ୍କା ପକ୍ଷରୁ କୁଶଲ ମେଣ୍ଡିସ୍ ୭୬ରନ, ଚରିଥ୍ ଅସଲଙ୍କା ୭୯ରନ ଓ ଦାସୁନ ସନକା ୬୮ରନ କରିଥିଲେ । ସେହିପରି କାସୁନ ରଜିଥା ୩୩ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ, କାସିଗୋ ରାବାଡା ଓ କେଶବ ମହାରାଜ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଅଧିନାୟକ ଟେମ୍ବା ବାଭୁମାଙ୍କ ଓ୍ବିକେଟ ହରାଇଥିଲା । କିନ୍ତୁ କ୍ବିଣ୍ଟନ ଡିକକ୍ ଓ ରାସି ଭାନ ଡେର୍ ଦୁସେନ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋର ଦ୍ରୁତ ଗତିଲେ ଆଗେଇ ନେଇଥିଲେ । ଡକକ୍ ୧୦୦ ରନ କରି ଆଉଟ ହୋଇଥିବାବେଳେ ଦୁସେନ ୧୦୮ ରନ କରି ଆଉଟ ହୋଇଥିଲେ । କିନ୍ତୁ ପ୍ରକୃତ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା ଆଇଡେନ ମାର୍କରାମଙ୍କ ଠାରୁ । ସେ ମାତ୍ର ୫୪ଟି ବଲ ଖେଳି ୩ ଛକା, ୧୪ ଚୌକା ସହ ୧୦୬ ରନ କରିଥିଲେ । ଅନ୍ୟପକ୍ଷରେ ଡେଭିଡ୍ ମିଲର ଓ ହେନେରିକ୍ କ୍ଲାସେନ ଯଥାକ୍ରମେ ୩୯ ଓ ୩୨ ରନ କରିଥିଲେ ।

ଶ୍ରୀଲଙ୍କା ପକ୍ଷରୁ ଦିଲସାନ ମଧୁଶଙ୍କା ୨ଟି ଓ୍ବିକେଟ ନେଇଥିବାବେଳେ କାସୁନ ରଜିଥା, ମାଥିସା ପଥିରଣା, ଦୁନିଥ ଓ୍ବେଲାଙ୍ଗେ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button