ଓଡିଶା

ବାଲେଶ୍ବର ଲୟର୍ସ କ୍ଲବ ପକ୍ଷରୁ ରକ୍ତଦାନ ଶିବିର; ରକ୍ତ ଦେଲେ ବିଚାରପତି ଓ ଆଇନଜୀବୀ – bajravana

[ad_1]

ବାଲେଶ୍ୱର: ବାଲେଶ୍ୱର ଦେୱାନୀ ଅଦାଲତ ପରିସରରେ ବାଲେଶ୍ବର ଲୟର୍ସ କ୍ଲବ ପକ୍ଷରୁ ଆଜି ଏକ ମେଗା ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ହୋଇଥିଲା। କ୍ଲବର ସଭାପତି ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ଦାଶ, ସମ୍ପାଦକ ଆଇନଜୀବୀ କେଶବ କୁମାର ଆଚାର୍ଯ୍ୟ, ସମାଜସେବୀ ତଥା ଆଇନଜୀବୀ ଡାକ୍ତର ସଞ୍ଜୀବ କୁମାର ପ୍ରଧାନ, ଆଇନଜୀବୀ ସାହିରୁଲ ହକ୍‌ଙ୍କ ତତ୍ତ୍ଵାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜଜ୍ ଅଶାନ୍ତ କୁମାର ଦାସ ଏହି ଶିବିରକୁ ଉଦ୍‌ଘାଟନ କରି ଆଇନ୍‌ଜୀବୀଙ୍କ ଏହି ସାଧୁ ଉଦ୍ୟମକୁ ବେଶ୍‌ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ବିଚାରପତି ରଞ୍ଜନ କୁମାର ସୁତାର, ବିଚାରପତି ବିଶ୍ୱଜିତ ଦାସ, ବିଚାରପତି କେ. ସିଦ୍ଦିକ, ବିଚାରପତି ସୁଶୀଲ କୁମାର ସାହୁ, ବିଚାରପତି ସଂଜୀବ ରଞ୍ଜନ ସାମନ୍ତ ଏବଂ ବାଲେଶ୍ବର ରକ୍ତ କେନ୍ଦ୍ରର ଅଧିକାରୀ ଡାକ୍ତର ସଞ୍ଜୀବ କୁମାର ପ୍ରଧାନ ଯୋଗଦେଇ ନିଜେ ରକ୍ତଦାନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡାକ୍ତର ପ୍ରଧାନଙ୍କ ନେତୃତ୍ବରେ ଟେକ୍ନିସିଆନ୍ ବିଜୟ ପଟ୍ଟନାୟକ, ବସନ୍ତ ଜେନା, ମନୋଜ ଗନ୍ତାୟତ୍ ଓ ମୋନାଲିସା ମହାନ୍ତି ରକ୍ତ ସଂଗ୍ରହ କରିଥିଲେ।

ଶିବିରରୁ ୧୧୭ ୟୁନିଟ ରକ୍ତ ସଂଗୃହିତ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ଲୟର୍ସ କ୍ଲବର ସଦସ୍ୟ ଆଇନଜୀବୀ ଦେବୀ ପ୍ରସାଦ ମହାପାତ୍ର, ରଘୁନାଥ ପ୍ରଧାନ, ଦୀପକ କୁମାର ଦାସ, ପିନାକୀ ଧିର, ଦୁର୍ଗାପ୍ରସାଦ ଦାସ, ସୌରୀଶଙ୍କର ପରିଡ଼ା, ସତ୍ୟେନ୍ଦ୍ର ଉମାଶଙ୍କର ରାଉତ, ସୁଧାଂଶୁ ନାୟକ, ବନ୍ଦନା ବିଶ୍ଵାଳ, ଅନୁରାଧା ବାରିକ, ରଜନୀ ନାୟକ, କିରଣ ମହାରଣା, ଅଲିଭା ସାହୁ, ରଞ୍ଜିତ ପଣ୍ଡା, ଶ୍ୟାମଲେନ୍ଦୁ ପଣ୍ଡା, ବାଦଲ ବେହେରା, ଶାନ୍ତନୁ ରାଉତ, କୁମାର କାଶ୍ୟପ, ‘ସମ୍ବାଦ’ ବାଲେଶ୍ବର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ଏବଂ ଆମ ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button