ଖେଳ ଖବର

ବିବାହକୁ ନିମନ୍ତ୍ରଣ କରିବା ପୂର୍ବରୁ ରାଇନାଙ୍କୁ ଫୋନ କରି ଏହି ପ୍ରଶ୍ନ କରିଥିଲେ ଧୋନି – bajravana

[ad_1]

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ଲୋକପ୍ରିୟ କ୍ରିକେଟର ସୁରେଶ ରାଇନା ସହ-ଖେଳାଳି ହେବା ସହ ଭଲ ବନ୍ଧୁ ମଧ୍ୟ। ଦୁହେଁ ଏକା ସାଙ୍ଗରେ ଅନେକ ମ୍ୟାଚ୍ ଖେଳିଥିବା ସହ ଅନେକ ସମୟ ମଧ୍ୟ ବିତାଇଛନ୍ତି। ରାଇନା ଏବଂ ଧୋନି ଇଣ୍ଡିଆନ୍ ପ୍ରିମିୟର ଲିଗରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଏକାଠି ଖେଳିଥିଲେ। କ୍ୟାରିୟର ଆରମ୍ଭରୁ ଏମଏସ ଧୋନି ସବୁବେଳେ ଗଣମାଧ୍ୟମଠାରୁ ଦୂରରେ ରହିଆସିଥିଲେ ମଧ୍ୟ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଡେଟ କରିଥିବା ଚର୍ଚ୍ଚା ହୋଇଥିଲ। ସମସ୍ତ ଡେଟିଂ ଗୁଜବ ମଧ୍ୟରେ ଧୋନି, ସାକ୍ଷୀଙ୍କୁ ବିବାହ କରିଥିଲେ।

ତେବେ ଧୋନି ବିବାହ କରୁଥିବା ବିଷୟରେ ଅଧିକ ଲୋକଙ୍କୁ ଜଣାନଥିଲା। ଘନିଷ୍ଠ ବନ୍ଧୁ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଧୋନି ଓ ସାକ୍ଷୀ ବିବାହ କରିଥିଲେ। ଧୋନିଙ୍କୁ ଘନିଷ୍ଠ ବନ୍ଧୁଙ୍କ ତାଲିକାରେ ପ୍ରଥମେ ଥିଲେ ରାଇନା। ତେବେ ବିବାହକୁ ଧୋନି ରାଇନାଙ୍କୁ କିଭଳି ନିମନ୍ତ୍ରଣ କରିଥିଲେ, ତାହା ଏବେ ସାମ୍ନାକୁ ଆସିଛି।

ଏକ ସାକ୍ଷାତକାରରେ ରାଇନା କହିଛନ୍ତି ଯେ, ଧୋନି ମୋତେ ହଠାତ୍ ଫୋନ କରି କେଉଁଠି ଅଛ ବୋଲି ପ୍ରଥମେ ପଚାରିଥିଲେ। ମୁଁ ଲକ୍ଷ୍ନୌରେ ଅଛି ବୋଲି କହିବା ପରେ ସେ ମୋତେ ଡେରାଡୁନ ଆସିବାକୁ କହିଥିଲେ। କାରଣ ପଚାରିବାରୁ ‌ସେ କହିଥିଲେ, ମୁଁ ବିବାହ କରୁଛି। କାହାକୁ କିଛି ନକହି ଚୁପଚାପ ଡେରାଡୁନ ଆସିଯାଅ। ମୁଁ ତରବର ହୋଇ ଡେରାଡୁନ ପହଞ୍ଚିଥିଲି। ବିବାହରେ ମୁଁ ଧୋନିଙ୍କ ପୋଷାକ ପିନ୍ଧିଥିଲି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button