ମନୋରଞ୍ଜନ

୧୧ ବର୍ଷୀୟ ବଡ଼ ପ୍ରେମିକ ସହ ଭାଙ୍ଗିଗଲା କି ସଂପର୍କ? ଅଭିନେତ୍ରୀ ଦେଲେ ଏପରି ପ୍ରତିକ୍ରିୟା – bajravana

[ad_1]

ମୁମ୍ବାଇ: ଆପଣ ଯଦି ‌‌‘ୟେ ‌‌ହୈ ମହବତେଁ’ ଫିଲ୍ମ ଦେଖିଥିବେ ତ ସେହି ଧାରାବାହିକର ନିଧି ଚରିତ୍ରକୁ କେବେ ଭୁଲିପାରିବେ ନାହିଁ। ଧାରାବାହିକରେ ଖଳନାୟିକା ଭାବେ ନଜର ଆସିଥିବା ନିଧି ବାସ୍ତବ ଜୀବନରେ ନିଜଠାରୁ ୧୧ ବର୍ଷ ବଡ଼ ଯୁବକଙ୍କୁ ଡେଟ୍‌ କରୁଥିବା କଥା ଆପଣ ଜାଣିଥିବେ ନିଶ୍ଚୟ। ତାଙ୍କ ବାସ୍ତବ ନାମ ହେଉଛି ପବିତ୍ରା ପୁନିଆ। ଟେଲି ଅଭିନେତା ଏଜାଜ ଖାନ୍‌ଙ୍କ ସହ ଥିବା ତାଙ୍କ ପ୍ରେମ ସଂପର୍କ ବିଷୟରେ ଅଳ୍ପ ବହୁତ ସମସ୍ତଙ୍କୁ ଜଣା।

ହେଲେ ଏବେ ଏକ କୁସମ୍ବାଦ ଶୁଣିବାକୁ ମିଳୁଛି। ସୂଚନା ରହିଛି ‌ଯେ ପବିତ୍ରା ପୁନିଆଙ୍କର ତାଙ୍କ ପ୍ରେମିକ ସହ ବ୍ରେକ୍‌-ଅପ୍‌ ‌ହୋଇଯାଇଛି। ନିକଟରେ ଏକ ସାକ୍ଷାତ୍‌କାର ଦେଇ ସେ ଏ ସଂପର୍କରେ ନିଜର ନୀରବତା ଭଙ୍ଗ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କର ପ୍ରେମ ସଂପର୍କ ଓ ବିବାହ ଉପରେ ଏବେ ଧ୍ୟାନ ଦେବାର ନାହିଁ। ତାଙ୍କର ସବୁତକ ଧ୍ୟ‌ାନ ଏବେ ନିଜ କ୍ୟାରିୟର୍‌ ଉପରେ। ଏହାଛଡ଼ା ଅଭିନେତ୍ରୀ ନିଜର ବ୍ୟକ୍ତିଗତ ଜୀବନ ସଂପର୍କରେ ସର୍ବ ସମ୍ମୁଖରେ କହିବାକୁ ଉଚିତ ମଣିନାହାନ୍ତି।

ବିଗ୍ ବସ୍ ୧୪ ପ୍ରତିଯୋଗୀ ତଥା ଟେଲି ଅଭିନେତ୍ରୀ ପବିତ୍ରା ପୁନିଆ ଦୀର୍ଘ ଦିନ ହେବ ଟେଲି ଅଭିନେତା ଏଜାଜ ଖାନ୍‌ଙ୍କ ସହ ପ୍ରେମ ସଂପର୍କରେ ଅଛନ୍ତି ବୋଲି ଆମେ ଜାଣିଛେ। ତେବେ ସେମାନଙ୍କ ପ୍ରେମ ସଂପର୍କ ବିବାହର ରୂପ ନେଉଛି କି ଆଗକୁ ଯାଇ ଭାଙ୍ଗିଯାଉଛି ତାହା ଦେଖିବା ବାକି ରହିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button