ମ୍ୟାଚ୍ ମଧ୍ୟରେ ଆଇପିଏଲର ଦାମୀ ଖେଳାଳି ଆହତ ହେଲେ ଦଳ ଦେବ କି ପାରିଶ୍ରମିକ? – bajravana
[ad_1]
ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ପାଇଁ ନିଲାମି ଶେଷ ହୋଇଛି। ନିଲାମିରେ ମିଚେଲ ଷ୍ଟାର୍କ ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ହୋଇଛନ୍ତି। ୨୪.୭୫କୋଟି ଟଙ୍କା ମୂଲ୍ୟରେ କୋଲକାତା ନାଇଟ୍ ରାଇଡର୍ସ ଷ୍ଟାର୍କଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିଥିଲା। ଏହା ବ୍ୟତୀତ ପ୍ୟାଟ୍ କମିନ୍ସଙ୍କୁ ୨୦କୋଟିରୁ ଅଧିକ ମୂଲ୍ୟରେ କିଣାଯାଇଥିଲା। ସନରାଇଜର୍ସ ହାଇଦ୍ରାବାଦ କମିନ୍ସଙ୍କୁ ୨୦କୋଟିରୁ ଅଧିକ ଟଙ୍କା ଦେଇ ଦଳରେ ସାମିଲ କରିଥିଲା। ତେବେ ମ୍ୟାଚ୍ ମଧ୍ୟରେ ଯଦି ଏହି ଦୁଇ ଖେଳାଳି ଆହତ ହୁଅନ୍ତି ବା କୌଣସି କାରଣରୁ ମ୍ୟାଚକୁ ଅଧାରୁ ଛାଡ଼ି ଯିବାକୁ ଚାହାନ୍ତି ତେବେ ସେମାନଙ୍କୁ ଦଳ ସେମାନଙ୍କ ପାରିଶ୍ରମିକ ଦେବ କି ନାହିଁ, ତାହା ଆପଣ ଜାଣନ୍ତି କି?
Sambad is now on WhatsApp
Join and get latest news updates delivered to you via WhatsApp
ଆଇପିଏଲରେ ଖେଳାଳିଙ୍କୁ ଦରମା ଦେବାର ନିୟମ ବହୁତ ସ୍ପଷ୍ଟ। ଯଦି ଜଣେ ଖେଳାଳି ଆଇପିଏଲର ସବୁ ମ୍ୟାଚ୍ ପାଇଁ ଉପଲବ୍ଧ, ତେବେ ଫ୍ରାଞ୍ଚାଇଜ୍ ତାଙ୍କୁ ପୂର୍ଣ୍ଣ ଦରମା ଦେବ। କିନ୍ତୁ ଯଦି ଟୁର୍ଣ୍ଣାମେଣ୍ଟ ମଝିରେ ବ୍ୟକ୍ତିଗତ କାରଣ ହେତୁ ଜଣେ ଖେଳାଳି ମ୍ୟାଚ୍ରେ ଉପସ୍ଥିତ ନରହେ କିମ୍ବା ଆହତ ହୁଏ, ତେବେ ଖେଳାଳିଜଣକ ଯେତିକି ମ୍ୟାଚରେ ଉପଲବ୍ଧ ଥିବେ ତାଙ୍କୁ ସେତିକି ମ୍ୟାଚ୍ ପାଇଁ ହିଁ ପାରିଶ୍ରମିକ ମିଳିବ। ଯଦି କମିନ୍ସ ଏବଂ ଷ୍ଟାର୍କ ଆଇପିଏଲ୍ ମଝିରେ ଆହତ ହୁଅନ୍ତି କିମ୍ବା ଅନ୍ୟ କୌଣସି କାରଣରୁ ଉପଲବ୍ଧ ନରହନ୍ତି, ତେବେ ସେମାନେ ଖେଳିଥିବା ଆଇପିଏଲ ମ୍ୟାଚ୍ ହିସାବରେ ହିଁ ଦଳ ତାଙ୍କୁ ପାରିଶ୍ରମିକ ଦେବ।
ଠିକ ସେହିଭଳି ଯଦି କୌଣସି ଖେଳାଳି ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ହିଁ ଆହତ ହେଉଛନ୍ତି ବା ଅନ୍ୟ କୌଣସି କାରଣରୁ ମ୍ୟାଚ୍ ଖେଳୁନାହାନ୍ତି, ତେବେ ଦଳ ତାଙ୍କୁ ଟଙ୍କାଟିଏ ବି ଦେବ ନାହିଁ।
[ad_2]