ଖେଳ ଖବର

ରଣଜୀ ଟ୍ରଫିକୁ ଫେରୁଛନ୍ତି ବିରାଟ କୋହଲି, ୧୨ ବର୍ଷ ପରେ ଖେଳିବେ ମ୍ୟାଚ

ଣଜୀ ଟ୍ରଫି ଖେଳିବେ ବିରାଟ କୋହଲି । ଦୀର୍ଘ ୧୨ ବର୍ଷ ପରେ ଭାରତୀୟ ଟିମର ଷ୍ଟାର ବ୍ୟାଟର ବିରାଟ କୋହଲି ରଣଜୀ ଟିମକୁ ଫେରିଛନ୍ତି । ରଣଜୀ ଟ୍ରଫି ୨୦୨୪-୨୫ ଖେଳିବେ କୋହଲି । ଏହାପୂର୍ବରୁ ବିରାଟ କୋହଲି ଦିଲ୍ଲୀ ପାଇଁ ରଣଜୀ ଟ୍ରଫି ୨୦୧୨-୧୩ ସିଜିନ ପାଇଁ ଖେଳିଥିଲେ । ଏହାପରେ ରଣଜୀ ଟ୍ରଫି ପାଇଁ ୨୦୧୯-୨୦ ପାଇଁ ଦିଲ୍ଲୀ ସ୍କାଡରେ କୋହଲିଙ୍କ ନାମ ରହିଥିଲା, କିନ୍ତୁ ସେ ଖେଳିନଥିଲେ ।

ତେବେ ଏହାପୂର୍ବରୁ ବିରାଟ କୋହଲି ଦୁଲୀପ ଟ୍ରଫି ଟୁର୍ଣ୍ଣାମେଣ୍ଟ ଖେଳିପାରନ୍ତି ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଶେଷ ସମୟରେ ଖେଳିନଥିଲେ । ଭାରତୀୟ ଟିମ୍‌ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳୁଛି । ଏମିତିରେ ବିସିସିଆଇ ବିରାଟ କୋହଲିଙ୍କୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହିଁ । ରଣଜୀ ଟ୍ରଫି ବିରାଟ କୋହଲି ଖେଳିବେ କି ନାହିଁ, ତାହା ଏବେ ସ୍ପଷ୍ଟ ହୋଇନାହିଁ । ରିପୋର୍ଟ ମୁତାବକ, ପ୍ରଥମ ହାଫରେ ବିରାଟ ନ ଖେଳିପାରନ୍ତି କିନ୍ତୁ ଦ୍ୱିତୀୟ ହାଫରେ ଖେଳିବେ ।

ଡିଡିସିଏ ୮୪ ଖେଳାଳିଙ୍କ ନାମ ଘୋଷଣା କରିଛି । ଏହି ତାଲିକାରେ ବିରାଟ କୋହଲିଙ୍କ ନାମ ଛଡା ରିଷଭ ପନ୍ତ, ହର୍ଷିତ ରାଣାଙ୍କ ନାମ ସାମିଲ ରହିଛି । କିନ୍ତୁ ଇଶାନ୍ତ ଶର୍ମାଙ୍କ ନାମ ନାହିଁ । ଏହାଛଡା ଡିଡିସିଏ କହିଛି କି, ଅଧିକାଂଶ ଖେଳାଳି ଇଣ୍ଟରନ୍ୟାସନାଲ ଡ୍ୟୁଟିରେ ରହିଛନ୍ତି । ଏହାପରେ ଖେଳାଳିଙ୍କ ଫିଟନେସ ଟେଷ୍ଟ ଦେବାକୁ ହେବ । ଫିଟନେସ ଟେଷ୍ଟ ପରେ ନାମରେ ମୋହର ବାଜିବ ।

Related Articles

Leave a Reply

Your email address will not be published. Required fields are marked *

Back to top button