ଖେଳ ଖବର

ଆଇପିଏଲ ୨୦୨୪: ନିଲାମି ବେଳେ ଭୁଲରେ ଏହି ଖେଳାଳିଙ୍କୁ କିଣିଦେଲେ ପ୍ରୀତି, ତା’ପରର ଭିଡିଓ ହେଲା ଭାଇରାଲ – bajravana

[ad_1]

ନୂଆଦିଲ୍ଲୀ: ମଙ୍ଗଳବାର ଦୁବାଇରେ ଆଇପିଏଲ ୨୦୨୪ ପାଇଁ ନିଲାମି ହୋଇଥିଲା। ଏହି ନିଲାମିରେ ଅନେକ ସମୁଦାୟ ୩୩୨ଖେଳାଳିଙ୍କୁ ସାମିଲ କରାଯାଇଥିବା ବେଳେ ସବୁଠୁ ମହଙ୍ଗା ଖେଳାଳି ହୋଇଥିଲେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ। ତାଙ୍କ ବେସ୍ ପ୍ରାଇସ୍ ୨କୋଟି ଥିବା ବେଳେ ୨୪.୭୫କୋଟିରେ କିଣିଥିଲା କୋଲକାତା ନାଇଟ୍ ରାଇଡର୍ସ(କେକେଆର)। ତେବେ ଏହି ନିଲାମିରେ ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ତାହା ଥିଲା ପଞ୍ଜାବ କିଙ୍ଗସର କରିଥିବା ଭୁଲ।

ନିଲାମି ସମୟରେ ପଞ୍ଜାବ କିଙ୍ଗ୍ସର ମାଲିକମାନଙ୍କ ଦ୍ବାରା ଏକ ଭୁଲ ହୋଇଥିଲା ଯାହା ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛି। ସୂଚନା ମୁତାବକ, ନିଲାମି ସମୟରେ ପଞ୍ଜାବ କିଙ୍ଗସ୍ ଭୁଲବଶତଃ ଭୁଲ ଖେଳାଳି କିଣିଥିଲେ। କ୍ରିକେଟର ଶଶାଙ୍କ ସିଂହଙ୍କୁ ପଞ୍ଜାବ କିଙ୍ଗସ୍ କିଣିବାକୁ ଚାହୁନଥିବା ବେଳେ ଦଳର ମାଲିକମାନେ ଭୁଲରେ ତାଙ୍କୁ କିଣିଥିଲେ। ପରେ ନିଜ ଭୁଲକୁ ସୁଧାରିବା ପାଇଁ ଦଳର ମାଲିକାଣୀ ତଥା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଓ ମାଲିକ ନେସ୍ ୱାଡିଆ ଚେଷ୍ଟା କରିଥିଲେ ବି ତାହା ସମ୍ଭବ ହୋଇନଥିଲା। ବିଡ୍ ସରିଥିବାରୁ ଖେଳାଳି ପରିବର୍ତ୍ତନ କରାଯାଇପାରିବନାହିଁ ବୋଲି କହିଥିଲେ ନିଲାମିର ଉପସ୍ଥାପକ ମଲ୍ଲିକା ସାଗର। ଏହି ସମୟର ଏକ ଭିଡିଓ ମଧ୍ୟ ଏବେ ଏକ୍ସରେ ଭାଇରାଲ ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button