ମନୋରଞ୍ଜନ

ସିଦ୍ଧୁଙ୍କୁ ସମର୍ଥନ କରି ଫସିଲେ କପିଲ୍

‘ଦ କପିଲ ଶର୍ମା ଶୋ’ରେ ଆଉ ନଜର ଆସିବେ ନାହିଁ ନବଜୋତ ସିଂହ ସିଦ୍ଧୁ। ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ବିବାଦୀୟ ବୟାନ ଦେବା ପରେ ନବଜୋତ ସିଂହ ସିଦ୍ଧୁଙ୍କୁ ଶୋ’ ଛାଡ଼ିବାକୁ ପଡ଼ିଛି। ଏପରିକି ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ ନିର୍ଦ୍ଦେଶକ ସଂଘ (ଆଇଏଫଟିଡିଏ) ଅଧ୍ୟକ୍ଷ ଅଶୋକ ପଣ୍ଡିତ ମଧ୍ୟ କହିଥିଲେ ଯେ ଫିଲ୍ମ ସଂଗଠନ ସିଦ୍ଧୁଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି।

ହେଲେ ‘ଦ କପିଲ ଶର୍ମା ଶୋ’ର ହୋଷ୍ଟ କପିଲ୍‌ ଶର୍ମା ସିଦ୍ଧୁଙ୍କୁ ସମର୍ଥନ କରିଛନ୍ତି। ଏକ ଇଣ୍ଟରଭ୍ୟୁରେ କପିଲ କହିଛନ୍ତି, ‘ଶୋରୁ ସିଦ୍ଧୁଙ୍କୁ ହଟାଇଦେଲେ ସମସ୍ୟାର ସମାଧାନ ହୋଇଯିବ ନାହିଁ। ଏହା ଲୋକଙ୍କର ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଏମିତି କରାଯାଉଛି ।’ ତେବେ ସିଦ୍ଧୁଙ୍କୁ କପିଲ୍‌ ଶର୍ମା ସମର୍ଥନ କରିବା ପରେ ଅନେକ ଲୋକ ତାଙ୍କୁ ସମାଲୋଚନା କରିଛନ୍ତି।  କିଛି ଲୋକ ଉଭୟ ନବଜୋତ୍‌ ସିଂହ ସିଦ୍ଧୁ ଓ କପିଲଙ୍କୁ ପାକିସ୍ତାନ ଚାଲିଯିବାକୁ ପରାମର୍ଶ ଦେଇଛନ୍ତି।

ସିଦ୍ଧୁଙ୍କୁ ନେଇ ଚାଲିଥିବା ବିରୋଧ ଉପରେ ନିଜର ରାୟ ରଖିଛନ୍ତି  କପିଲ। କହିଛନ୍ତି, ‘ଏଭଳି ଛୋଟ ଛୋଟ ଜିନଷ ସବୁବେଳେ ହେଉଥାଏ, ୟାକୁ ବ୍ୟାନ୍‌, ସିଦ୍ଧୁଙ୍କୁ ଶୋ’ରୁ ବାହାର କରିଦିଅ କହିବା ଠିକ୍‌ ନୁହଁ । ଯଦି ସିଦ୍ଧୁଙ୍କୁ ଶୋରୁ ବାହାର କରିଦେଲେ ସମସ୍ୟାର ସମାଧାନ ହୋଇଯାନ୍ତା ତେବେ ସିଦ୍ଧୁ ନିଜେ ଶୋରୁ ଓହରି ଯିବେ। ବିଭିନ୍ନ ହ୍ୟାସ୍ ଟ୍ୟାଗ୍‌ ଚଲାଇ ଲୋକଙ୍କୁ ବିଭ୍ରାନ୍ତି କରାଯାଉଛି । ମତେ ଲାଗୁଛି ଯେ, ଅସଲ ସ୍ୟସ୍ୟା ଉପରେ ଧ୍ୟାନ ଦେବା କଥା । ଏପଟ ସେପଟ କଥା କହି  କେବଳ ଯୁବପିଢ଼ିଙ୍କୁ ବିଭ୍ରାନ୍ତ କରାଯାଉଛି।’

ହେଲେ  ସିଦ୍ଧୁଙ୍କ ସପକ୍ଷରେ ଯୁକ୍ତି ରଖିଥିବା କପିଲଙ୍କୁ କେତେକ ସମର୍ଥନ କରିଥିବାବେଳେ କିଛି ସମାଲୋଚନା କରିଛନ୍ତି। ଟ୍ୱିଟରରେ ଏବେ ସମସ୍ତେ କପିଲଙ୍କୁ ଟାର୍ଗେଟ୍‌ କରୁଛନ୍ତି। ସେପଟେ ‘ଦ କପିଲ ଶର୍ମା ସୋ’ରୁ ସିଦ୍ଧୁ ଆଉଟ୍‌ ହୋଇଯିବା ପରେ ତାଙ୍କ ସ୍ଥାନରେ ଅର୍ଚ୍ଚନା ପୁରନ ସିଂହଙ୍କ ଏଣ୍ଟ୍ରି କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button