ଅପରାଧ

ମିଛ ପ୍ଲଟ୍‌ ଦେଖାଇ ପୁଲିସ ବାବୁଙ୍କୁ ୨୦ ଲକ୍ଷର ଚୁନ: ବନ୍ଧାହେଲା ଧୂର୍ତ୍ତ ଜମି ମାଲିକ – bajravana

[ad_1]

ଭୁବନେଶ୍ବର: ବିକିବାକୁ ରାସ୍ତାକଡ଼ ଜମି ଦେଖାଇ ପୁଲିସ ବାବୁଙ୍କଠାରୁ ୨୦ ଲକ୍ଷ ଟଙ୍କା ଠକିନେଇଥିବା ଅଭିଯୋଗରେ ଭରତପୁର ଥାନା ପୁଲିସ ଜଣେ ଜମି ମାଲିକକୁ ଗିରଫ କରିଛି। ଧୂର୍ତ୍ତ ଜମି ମାଲିକ ହେଲେ ଖୋର୍ଦ୍ଧା ବାଘମାରି ପତନିବର ଗାଁର ଦୁର୍ଗାଚରଣ ପ୍ରଧାନ। ପୁଲିସ ସୂଚନାନୁସାରେ ଅଭିଯୋଗକାରୀ ବିଭୂତି ଭୂଷଣ ରାଉତ ଜଣେ ପୁଲିସ ଅଧିକାରୀ। ତାଙ୍କ ବଡ଼ ଭାଇ ଉମେଶ ଭୁବନେଶ୍ବରରେ ଗୋଟିଏ ପ୍ଲଟ୍‌ କିଣିବାକୁ ଯାଇ ଅଭିଷେକ ସେଠୀ ନାମକ ଜଣେ ବିଲ୍ଡରଙ୍କ ସହିତ ଯୋଗଯୋଗ କରିଥିଲେ। ଅଭିଷେକଙ୍କ ୨ କର୍ମଚାରୀ ଉମେଶଙ୍କୁ ଜମି ମାଲିକ ଦୁର୍ଗାଚରଣ ପ୍ରଧାନଙ୍କ ନିକଟକୁ ନେଇଥିଲେ। ଧୂର୍ତ୍ତ ଦୁଗାର୍ଚରଣ ଜଟଣୀ ତହସିଲ ଅଧୀନ ଗଙ୍ଗପଡ଼ା ମୌଜାସ୍ଥିତ ଏକ ପ୍ଲଟ୍‌ ଦେଖାଇଥିଲେ।

ପ୍ଲଟ୍‌ଟି ୧୬ ନମ୍ବର ଜାତୀୟ ରାଜପଥ ଜଟଣୀ ଗେଟ୍‌ ନିକଟରେ ଥିଲା। ପ୍ଳଟ୍‌କୁ ଭଲ ରାସ୍ତା ଥିବାରୁ ଦେଖୁଦେଖୁ ଉମେଶ ରାଜି ହୋଇଥିଲେ ଏବଂ ଅଗ୍ରିମ ବାବଦରେ ଦୁର୍ଗାଙ୍କୁ ୨୦ ଲକ୍ଷ ଟଙ୍କା ଗଣିଦେଇଥିଲେ। ଏହାପରେ ଜଟଣୀ ସବରେଜିଷ୍ଟ୍ରାରଙ୍କ ଅଫିସରେ ଜମି ରେଜିଷ୍ଟ୍ରି କରିବାକୁ ସମସ୍ତେ ଯାଇଥିଲେ। ସେଠାରେ ଜମିର ସବୁ ଦସ୍ତାବିଜ ଦାଖଲ କଲାବେଳକୁ ଜଣାଗଲା ଯେ ପ୍ଲଟ୍‌ଟି ରାସ୍ତା କଡ଼ରେ ନଥିଲା, ତାହା ଗହୀର ଭିତରେ ଖାଲୁଆ ଅଞ୍ଚଳରେ ଥିଲା। ଉମେଶ ଓ ପୁଲିସ ଅଧିକାରୀ ବିଭୂତି ଭୂଷଣ ଏନେଇ ଦୁର୍ଗାଙ୍କୁ କହିବାରୁ ସେ ଜମି ନେଲେ ନିଅ ନହେଲେ ନାହିଁ ବୋଲି କହି ପାଲଟା ଧମକ ଦେଲା। ଏନେଇ ଦୁଇ ଭାଇ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଦୁର୍ଗା ନାମରେ ଇନ୍‌ଫୋଭ୍ୟାଲି ଥାନାରେ ଅନୁରୂପ ଭାବେ ୩୦ ଲକ୍ଷ ଟଙ୍କା ଠକେଇ ମାମଲା ଥିବା ପୁଲିସ ସୂଚନା ଦେଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button