ଅପରାଧ

ମା’ ଗେମ୍ ଖେଳିବାକୁ ନଦେବାରୁ ଜୀବନ ହାରିଲେ ନାବାଳକ, ଆସାମ ସାଂସଦଙ୍କ ଘରୁ ମିଳିଲା ମୃତଦେହ – bajravana

[ad_1]

ସିଲଚର: ମା’ ଗେମ୍ ଖେଳିବାକୁ ନଦେବାରୁ ଜୀବନ ହାରିଲେ ନାବାଳିକା। ଆସାମ ସାଂସଦଙ୍କ ଘରୁ ମିଳିଲା ମୃତଦେହ। ରବିବାର ଦିନ ରାଜ୍ୟର ସିଲଚର ଜିଲ୍ଲାରେ ଥିବା ସାଂସଦ ରାଜଦୀପ ରୟଙ୍କ ବାସଭବନରେ ଜଣେ ୧୦ବର୍ଷର ବାଳକ ଜୀବନ ହାରିଥିବା ନେଇ ସୂଚନା ମିଳିଛି। କୁହାଯାଉଛି ଯେ, ନାବାଳକଙ୍କୁ ତାଙ୍କ ମା’ ଗେମ ଖେଳିବା ପାଇଁ ମୋବାଇଲ ‌ନଦେବାରୁ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ। ପୁଲିସର କହିବା ମୁତାବକ, ନାବାଳକ ନିଜ ମା’ଙ୍କ ଶାଢ଼ିକୁ ବେକରେ ବାନ୍ଧି‌ ପଙ୍ଖାରେ ଓହଳି ପଡ଼ିଥିଲେ। ଏନେଇ ସୂଚନା ମିଳିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସିଲଚର ମେଡିକାଲକୁ ପଠାଯାଇଛି।

ପ୍ରାଥମିକ ରିପୋର୍ଟରେ ଦର୍ଶାଯାଇଛି ଯେ, ମୃତକଙ୍କ ମା’ ଆସାମର ସାଂସଦଙ୍କ ଘରେ ଗୃହସହାୟିକା ଭାବେ କାମ କରୁଥିଲେ। ସବୁବେଳେ ଫୋନରେ ଗେମ ଖେଳୁଥିବାରୁ ଘଟଣା ଦିନ ନିଜ ପୁଅଠାରୁ ଫୋନ ନେଇ ଘର ବାହାରକୁ ଚାଲିଯାଇଥିଲେ ମୃତକଙ୍କ ମା’। କାମ ସାରି ଘରକୁ ଫେରିବା ପରେ ପୁଅ ଆତ୍ମହତ୍ୟା କରିଥିବା ଦେଖିଥିଲେ ମା’। ମୃତକଙ୍କ ମା’ ସାଂସଦଙ୍କ ଘରେ ପ୍ରାୟ ଅଢ଼େଇ ବର୍ଷ ଧରି କାମ କରୁଥିବା ବେଳେ ତାଙ୍କ ପରିଚୟ ମିଳିପାରିନାହିଁ। ଏଭଳି ଛୋଟ କଥାକୁ ନେଇ ପୁଅ ଏଭଳି ପଦକ୍ଷେପ ନେବାଟା ମହିଳାଙ୍କୁ ଶକ୍ତ ଧକ୍କା ଦେଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button