ଅପରାଧ

ପୋଷାକ ଧୋଇବାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ହେଲା ଝଗଡ଼ା, ରାଗରେ ନିଜ ଜୀବନ ନେଲେ ଯୁବକ – bajravana

[ad_1]

କୁଶୀନଗର: ପୋଷାକ ଧୋଇବାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ହେଲା ଝଗଡ଼ା। ରାଗରେ ନିଜ ଜୀବନ ନେଲେ ଯୁବକ। ଉତ୍ତରପ୍ରଦେଶର କୁଶୀନଗରରେ ଘଟିଛି ଏଭଳି ଘଟଣା। ପୋଷାକ ଧୋଇବା ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ହେବା ପରେ ଜଣେ ନିଜକୁ ଗୁଳି କରି ଆତ୍ମହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଝଗଡ଼ା ପ୍ରଥମେ କପଡ଼ା ଧୋଇବା ଓ ଛାତରୁ ପଡ଼ୁଥିବା ପାଣିକୁ ନେଇ ଦୁଇ ଯା’ଙ୍କ ମଧ୍ୟରେ ହୋଇଥିଲା। ପରେ ଏହି ଝଗଡ଼ା ଭିତରକୁ ଆସିଥିଲେ ୨ଭାଇ। ହେଲେ ଝଗଡ଼ା ହେବା ପରେ ଜଣେ ଏଭଳି ପଦକ୍ଷେପ ନେବ ବୋଲି କେହି ଭାବି ନଥିଲେ। ଘଟଣା ବିଷୟ‌ରେ ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସାମ୍ନାକୁ ଆସିଛି।

ସୂଚନା ମୁତାବକ, ଘଟଣାଟି ଘଟିଛି ରାମକୋଲା ପୁଲିସ ଷ୍ଟେସନ ଅଞ୍ଚଳର ସୌନହା ଗ୍ରାମରେ। ଏହି ଗାଁରେ ରହୁଥିବା ରମାକାନ୍ତ ପ୍ରସାଦଙ୍କର ଦୁଇଟି ବିବାହ ହୋଇଥିଲା। ତାଙ୍କର ପ୍ରଥମ ପତ୍ନୀଙ୍କ ସହ ତାଙ୍କର ୨ଟି ପୁଅ(ସବିନ୍ଦର ଓ ରାଣା ଅଖିଳେଶ) ଓ ଗୋଟିଏ ଝିଅ ରହିଛନ୍ତି। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ରମାକାନ୍ତ ଦ୍ବିତୀୟ ବିବାହ କରିଥିଲେ, ଯାହା ପରେ ତାଙ୍କର ଦ୍ୱିତୀୟ ପତ୍ନୀଙ୍କ ସହ ପୁଅ ଅରୁଣଙ୍କର ଜନ୍ମ ହୋଇଥିଲା। ସବିନ୍ଦର, ରାଣା ଅଖିଳେଶ ଓ ଅରୁଣ ନିଜ ନିଜ ପରିବାର ସହ ଅଲଗା ହୋଇ ଚଳନ୍ତି। ମଙ୍ଗଳବାର ଦିନ ସବିନ୍ଦରଙ୍କ ପତ୍ନୀ ଛାତରେ ପିଲାମାନଙ୍କ ପୋଷାକ ଧୋଉଥିଲେ। ଏହି ସମୟରେ ଛାତରୁ ପାଣି ଆସି ରାଣା ଅଖିଲେଶଙ୍କ ଘରେ ପଡ଼ିଥିଲା। ଏହାକୁ ନେଇ ରାଣା ଅଖିଲେଶଙ୍କ ପତ୍ନୀ ସବିନ୍ଦରଙ୍କ ପତ୍ନୀଙ୍କ ସହ ଝଗଡା କରିଥିଲେ। ଝଗଡ଼ାରେ ଅଖିଳେଶ ସାମିଲ ହେବା ସହ ସେ ନିଜ ଭାଉଜ ତଥା ସବିନ୍ଦରଙ୍କ ପତ୍ନୀଙ୍କୁ ଗାଳି କରିଥିଲେ।

ଏହାକୁ ସବିନ୍ଦର ବିରୋଧ କରିବା ପରେ ଅଖିଳେଶଙ୍କ ସହ ତାଙ୍କର ଝଗଡ଼ା ଆରମ୍ଭ ହୋଇଥିଲା। ଏଥିରେ ରାଗିଯାଇ ଅଖିଳେଶ ଘରେ ଥିବା ବନ୍ଧୁକ ଆଣି ଆତ୍ମହତ୍ୟା କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button