ଅପରାଧ

‘ମହାଦେବ ବେଟିଙ୍ଗ୍‌ ଆପ୍‌’ ଅଭିଯୁକ୍ତଙ୍କ ପିତୃବିୟୋଗ; ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୁଲିସ – bajravana

[ad_1]

ଦୁର୍ଗ: ‘ମହାଦେବ ବେଟିଙ୍ଗ୍‌ ଆପ୍‌’ ଦୁର୍ନୀତି ମାମଲାରେ ଅଭିଯୁକ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ବାପାଙ୍କୁ ମଙ୍ଗଳବାର ଦିନ ଛତିଶଗଡ଼ର ଦୁର୍ଗ ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରେ ସନ୍ଦେହଜନକ ପରିସ୍ଥିତିରେ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା କଥା ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛନ୍ତି।

ଦୁର୍ଗର ବରିଷ୍ଠ ପୁଲିସ ସୁପରିଟେଣ୍ଡେଣ୍ଟ୍‌ ରାମ ଗୋପାଳ ଗର୍ଗ କହିଛନ୍ତି, ୨ ଦିନ ହେବ ନିଖୋଜ ହୋଇଯାଇଥିବା ୬୨ ବର୍ଷିୟ ସୁଶୀଳ ଦାସଙ୍କ ଶବ ଅପରାହ୍ଣରେ ଅଣ୍ଡା ଥାନା ଅନ୍ତର୍ଗତ ଅଛୋତି ଗାଁ’ରେ ଥିବା ଗୋଟାଏ କୂଅରୁ ଉଦ୍ଧାର କରାଯାଇଛି। ସେ ଏକ ଘରୋଇ କମ୍ପାନିରେ ‘ସିକ୍ୟୁରିଟି ଗାର୍ଡ’ କାମ କରୁଥିଲେ। ରବିବାର ସନ୍ଧ୍ୟା ବେଳୁ ତାଙ୍କର ଖବର ମିଳୁ ନ ଥିଲା।

Image Courtesy of India Posts English

ଏହା ଆତ୍ମହତ୍ୟା ଘଟଣା ବୋଲି ପ୍ରାରମ୍ଭିକ ତଦନ୍ତରୁ ଆଭାସ ମିଳୁଥିଲେ ବି ମୃତ୍ୟୁର ପ୍ରକୃତ କାରଣ ବିଷୟରେ କିଛି ଜଣାପଡ଼ିନାହିଁ। ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇ ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଥିବା କଥା ସେ କହିଛନ୍ତି।

ମୃତ ସୁଶୀଳ ଥିଲେ ‘ମହାଦେବ ବେଟିଙ୍ଗ୍‌ ଆପ୍‌’ର ‘କ୍ୟାସ୍‌ କ୍ୟାରିୟର୍‌’ ଅସୀମ ଦାସଙ୍କ ବାପା। ଏହି ‘ଆପ୍‌’ ଦୁର୍ନୀତିରେ ନଭେମ୍ବର ୩ ତାରିଖରେ ରାୟପୁରରେ ଅସୀମଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିଲା। ତାଙ୍କ ପାଖରୁ ନଗଦ ୫.୩୯ କୋଟି ଟଙ୍କା ଉଦ୍ଧାର କରାଯାଇଥିଲା।

ସଂଯୁକ୍ତ ଆରବ ଏମିରେଟ୍‌ସ୍‌ରେ ଥିବା ‘ମହାଦେବ ଆପ୍‌’ର ପ୍ରମୋଟର୍‌ମାନେ ଏତେ ପରିମାଣର ଅର୍ଥରାଶି ନିର୍ବାଚନ ଖର୍ଚ୍ଚ ନିମନ୍ତେ ଶାସକ କଂଗ୍ରେସ ପାର୍ଟି ଲାଗି ପଠାଇଥିଲେ ବୋଲି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କହିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button