‘ମିଗଜୋମ୍’ ତାଣ୍ଡବ: ବାପଟଲାରେ ମାଡ଼ ହେଲା, ଶତାଧିକ ଟ୍ରେନ୍, ୫୦ ବିମାନ ବାତିଲ୍ – bajravana
[ad_1]
ଭୁବନେଶ୍ବର: ଭୀଷଣ ବାତ୍ୟା ‘ମିଗଜୋମ୍’ ଆନ୍ଧ୍ର ଉପକୂଳରେ ମାଡ଼ ହୋଇଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ନେଲୋର ଓ ମଚ୍ଛଲିପଟନମ୍ ମଧ୍ୟରେ ବାପାଟଲା ନିକଟରେ ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ବାତ୍ୟା ଲ୍ୟାଣ୍ଡଫଲ୍ କରିଛି। ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ଘଣ୍ଟା ପ୍ରତି ବେଗ ୯୦ରୁ ୧୦୦ କିଲୋମିଟର ରହିବା ସହ ବେଳେ ବେଳେ ୧୧୦ କିମିରେ ପହଞ୍ଚିଥିଲା। ପାଖାପାଖି ଅଢ଼େଇ ଘଣ୍ଟା ଧରି ଏହି ପ୍ରକ୍ରିୟା ଜାରି ରହିବା ପରେ ଦୁର୍ବଳ ହୋଇ ଆଗକୁ ବଢ଼ୁଛି। ପ୍ରଭାବରେ ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ପବନ ଲାଗି ରହିଛି। ସମୁଦ୍ରରେ ଉଚ୍ଚ ଜୁଆର ଆସିବା ଦ୍ବାରା ଜନଜୀବନ ମଧ୍ୟ ପ୍ରଭାବିତ ହୋଇଛି। ରିପୋର୍ଟ ଲେଖା ହେବା ବେଳକୁ ଉପକୂଳ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶର ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଶତାଧିକ ଟ୍ରେନ ଓ ୫୦ରୁ ଅଧିକ ବିମାନ ବାତିଲ ହୋଇଛି। ଆନ୍ଧ୍ରର ୮ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ସହ ଏନ୍ଡିଆରଏଫ୍ ଓ ଏସ୍ଡିଆରଏଫ୍ ଟିମ୍କୁ ନିୟୋଜିତ କରାଯାଇଛି। ବାତ୍ୟା ପ୍ରଭାବରେ ବଡ଼ ବଡ଼ ଗଛ ମାଟିରେ ଲୋଟିପଡ଼ିଛି। ମଧ୍ୟରାତି ବେଳକୁ ବାତ୍ୟା କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଥିବା ଜଣାପଡ଼ିଛି। ଓଡ଼ିଶା ଉପରେ ମଧ୍ୟ ‘ମିଗଜୋମ୍’ର ପ୍ରଭାବରେ ହାଲୁକା ବର୍ଷା ହୋଇଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନୂଆପଡ଼ା, ଝାରସୁଗୁଡ଼ା, ଭୁବନେଶ୍ବର, ଗୋପାଳପୁର, ପାରାଦୀପ, ପୁରୀ, ସମ୍ବଲପୁର, ଛତ୍ରପୁର, ପାରଳାଖେମୁଣ୍ଡି ପ୍ରଭୃତି ସହରରେ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ହାଲୁକା ବର୍ଷା ହୋଇଛି। ବୁଧବାର ପୂର୍ବାହ୍ନ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବା ଅରେଞ୍ଜ ଚେତାବନୀ ଦିଆଯାଇ ଯେକୌଣସି ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏହାବ୍ୟତୀତ ଗଞ୍ଜାମ, ଗଜପତି, କଳାହାଣ୍ଡି, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଭାରୀ ବର୍ଷା ହେବାକୁ ଥିବାରୁ ୟେଲୋ ଚେତାବନୀ ଜାରି ହୋଇଛି। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି।
ତାମିଲନାଡ଼ୁର ଚେନ୍ନାଇ ସହର ଏବେ ଉବୁଟୁବୁ ହେଉଛି। ଟ୍ରେନ୍, ବିମାନ ସେବା ସହ ସାଧାରଣ ଲୋକଙ୍କ ଜୀବନଯାତ୍ରା ବହୁ ପରିମାଣରେ ପ୍ରଭାବିତ ହୋଇଛି। ତାମିଲନାଡୁରେ ଜଳପ୍ରଳୟ ସୃଷ୍ଟି ହୋଇଛି। ଦୁଇ ଦିନ ହେଲା ରାଜ୍ୟରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି। ଏପର୍ଯ୍ୟନ୍ତ ପ୍ରାୟ ୫୦୦ ମିଲିମିଟର ବର୍ଷା ହେଲାଣି। ଚେନ୍ନାଇ ପାଲମ୍ ଅଞ୍ଚଳରେ ରାସ୍ତାରେ ଅଣ୍ଟାଏ ପାଣି ଚାଲିଛି। ଆପାର୍ଟମେଣ୍ଟର ତଳ ମହଲା ବୁଡିଯାଇଛି। ପାଣି ଏତେ ଯେ ସାହି ଭିତରେ ଡଙ୍ଗା ଚାଲିଛି। ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଯିଏ ଯେଉଁଠି ଥିଲେ ସେଇଠି ଜଳବନ୍ଦୀ। ରାସ୍ତାଘାଟ ଓ ଦୋକାନ ବଜାର ଉବୁଟୁବୁ ହେଉଥିବା ବେଳେ, ବହୁ ସ୍ଥାନରେ ବସ୍, ଆମ୍ବୁଲାନ୍ସ ଓ ଅନ୍ୟ ଯାନବାହାନ ପାଣି ଭିତରେ ଅଟକି ରହିଛି।
ଭୁବନେଶ୍ବର: ଭୀଷଣ ବାତ୍ୟା ‘ମିଗଜୋମ୍’ ଆନ୍ଧ୍ର ଉପକୂଳରେ ମାଡ଼ ହୋଇଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ନେଲୋର ଓ ମଚ୍ଛଲିପଟନମ୍ ମଧ୍ୟରେ ବାପାଟଲା ନିକଟରେ ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ବାତ୍ୟା ଲ୍ୟାଣ୍ଡଫଲ୍ କରିଛି। ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ଘଣ୍ଟା ପ୍ରତି ବେଗ ୯୦ରୁ ୧୦୦ କିଲୋମିଟର ରହିବା ସହ ବେଳେ ବେଳେ ୧୧୦ କିମିରେ ପହଞ୍ଚିଥିଲା। ପାଖାପାଖି ଅଢ଼େଇ ଘଣ୍ଟା ଧରି ଏହି ପ୍ରକ୍ରିୟା ଜାରି ରହିବା ପରେ ଦୁର୍ବଳ ହୋଇ ଆଗକୁ ବଢ଼ୁଛି। ପ୍ରଭାବରେ ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ପବନ ଲାଗି ରହିଛି। ସମୁଦ୍ରରେ ଉଚ୍ଚ ଜୁଆର ଆସିବା ଦ୍ବାରା ଜନଜୀବନ ମଧ୍ୟ ପ୍ରଭାବିତ ହୋଇଛି। ରିପୋର୍ଟ ଲେଖା ହେବା ବେଳକୁ ଉପକୂଳ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶର ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଶତାଧିକ ଟ୍ରେନ ଓ ୫୦ରୁ ଅଧିକ ବିମାନ ବାତିଲ ହୋଇଛି। ଆନ୍ଧ୍ରର ୮ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ସହ ଏନ୍ଡିଆରଏଫ୍ ଓ ଏସ୍ଡିଆରଏଫ୍ ଟିମ୍କୁ ନିୟୋଜିତ କରାଯାଇଛି। ବାତ୍ୟା ପ୍ରଭାବରେ ବଡ଼ ବଡ଼ ଗଛ ମାଟିରେ ଲୋଟିପଡ଼ିଛି। ମଧ୍ୟରାତି ବେଳକୁ ବାତ୍ୟା କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଥିବା ଜଣାପଡ଼ିଛି।
ଓଡ଼ିଶା ଉପରେ ମଧ୍ୟ ‘ମିଗଜୋମ୍’ର ପ୍ରଭାବରେ ହାଲୁକା ବର୍ଷା ହୋଇଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନୂଆପଡ଼ା, ଝାରସୁଗୁଡ଼ା, ଭୁବନେଶ୍ବର, ଗୋପାଳପୁର, ପାରାଦୀପ, ପୁରୀ, ସମ୍ବଲପୁର, ଛତ୍ରପୁର, ପାରଳାଖେମୁଣ୍ଡି ପ୍ରଭୃତି ସହରରେ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ହାଲୁକା ବର୍ଷା ହୋଇଛି। ବୁଧବାର ପୂର୍ବାହ୍ନ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବା ଅରେଞ୍ଜ ଚେତାବନୀ ଦିଆଯାଇ ଯେକୌଣସି ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏହାବ୍ୟତୀତ ଗଞ୍ଜାମ, ଗଜପତି, କଳାହାଣ୍ଡି, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଭାରୀ ବର୍ଷା ହେବାକୁ ଥିବାରୁ ୟେଲୋ ଚେତାବନୀ ଜାରି ହୋଇଛି। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି। ତାମିଲନାଡ଼ୁର ଚେନ୍ନାଇ ସହର ଏବେ ଉବୁଟୁବୁ ହେଉଛି। ଟ୍ରେନ୍, ବିମାନ ସେବା ସହ ସାଧାରଣ ଲୋକଙ୍କ ଜୀବନଯାତ୍ରା ବହୁ ପରିମାଣରେ ପ୍ରଭାବିତ ହୋଇଛି। ତାମିଲନାଡୁରେ ଜଳପ୍ରଳୟ ସୃଷ୍ଟି ହୋଇଛି। ଦୁଇ ଦିନ ହେଲା ରାଜ୍ୟରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି। ଏପର୍ଯ୍ୟନ୍ତ ପ୍ରାୟ ୫୦୦ ମିଲିମିଟର ବର୍ଷା ହେଲାଣି। ଚେନ୍ନାଇ ପାଲମ୍ ଅଞ୍ଚଳରେ ରାସ୍ତାରେ ଅଣ୍ଟାଏ ପାଣି ଚାଲିଛି। ଆପାର୍ଟମେଣ୍ଟର ତଳ ମହଲା ବୁଡିଯାଇଛି। ପାଣି ଏତେ ଯେ ସାହି ଭିତରେ ଡଙ୍ଗା ଚାଲିଛି। ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଯିଏ ଯେଉଁଠି ଥିଲେ ସେଇଠି ଜଳବନ୍ଦୀ। ରାସ୍ତାଘାଟ ଓ ଦୋକାନ ବଜାର ଉବୁଟୁବୁ ହେଉଥିବା ବେଳେ, ବହୁ ସ୍ଥାନରେ ବସ୍, ଆମ୍ବୁଲାନ୍ସ ଓ ଅନ୍ୟ ଯାନବାହାନ ପାଣି ଭିତରେ ଅଟକି ରହିଛି।
[ad_2]