ଚେନ୍ନାଇ ଝଡ଼ବର୍ଷାରେ ଫସିଲେ ଅମିର ଖାନ୍ – bajravana
[ad_1]
ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ମିଗଜୋମ୍ର ବଡ଼ ପ୍ରଭାବ ଚେନ୍ନାଇ ମହାନଗରରେ ଦେଖିବାକୁ ମିଳିଛି। ପବନ ସାଙ୍ଗକୁ ପ୍ରବଳ ବର୍ଷା ହେବାରୁ ଦୁଇଦିନ ଧରି ଚେନ୍ନାଇରେ ଜୀବନଯାତ୍ରା ଠପ୍ ହୋଇଯାଇଛି। ଏହି ଝଡ଼ବର୍ଷାରେ ବଲିଉଡ୍ ଅଭିନେତା ଅମିର ଖାନ୍, ବିଷ୍ଣୁ ବିଶାଲ, ବ୍ୟାଡମିଣ୍ଟନ ଖେଳାଳି ଜ୍ବାଲା ଗୁଟ୍ଟା ପ୍ରମୁଖ ଫସିଥିଲେ। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସାମାଜିକ ଗଣମାଧ୍ୟମରେ ବିଷ୍ଣୁ ବିଶାଲ ଏହି ସୂଚନା ଦେଇଛନ୍ତି। ଏଥିପାଇଁ ସେ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଦେଇଛନ୍ତି।
ବିଷ୍ଣୁଙ୍କ ଘରେ ପାଣି ପଶିଯିବା ସହିତ ଉପରକୁ ବଢ଼ିଯାଇଥିଲା। ବିଜୁଳି କିମ୍ବା ୱାଇଫାଇ ନଥିଲା। ଫୋନ୍ ସିଗନାଲ୍ କେବଳ ଘରର ଗୋଟିଏ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ସମୟରେ ଆସିଥିଲା। ତାହା ପରେ ସେ ଉଦ୍ଧାର ପାଇଁ ସାମାଜିକ ଗଣମାଧ୍ୟମରେ ସହାୟତା ଲୋଡ଼ିଥିଲେ। ଉଦ୍ଧାର ସମୟରେ ଅମିର ଖାନ୍ଙ୍କ ଧୈର୍ଯ୍ୟକୁ ତାମିଲନାଡ଼ୁର ଶିଳ୍ପମନ୍ତ୍ରୀ ଡ ଟିଆର୍ବି ରାଜା ପ୍ରବଳ ପ୍ରଶଂସା କରିଛନ୍ତି। ଉଦ୍ଧାର ବେଳେ ସେ ସାଧାରଣ ଲୋକଙ୍କ ପରି ତାଙ୍କ ସମୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ବୋଲି ମନ୍ତ୍ରୀ କହିଛନ୍ତି। ଅଭିନେତା ଅମିର ଖାନ୍ଙ୍କ ମା’ ଚେନ୍ନାଇରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଥିପାଇଁ ଅମିର ମଧ୍ୟ ଚେନ୍ନାଇରେ ରହୁଥିଲେ।
[ad_2]