ଓଡିଶା

ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ ବାଲିଯାତ୍ରା – bajravana

[ad_1]

ଭୁବନେଶ୍ବର: କଟକର ପ୍ରସିଦ୍ଧ ବାଲିଯାତ୍ରା ଗୋଟିଏ ଦିନ ବଢ଼ିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରାକୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆସନ୍ତାକାଲି ଅର୍ଥାତ ଡିସେମ୍ବର ୪ ତାରିଖରେ ସରିବ ବୋଲି ଘୋଷଣା ହୋଇଥିଲା। ଉଦ୍‌ଯାପନୀ ସମାରୋହରେ ରାଜ୍ୟପାଳ ରଘୁବର ଦାସ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଗତକାଲି ଗୋଟିଏ ଦିନରେ ୧୦ ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ବୁଲିଛନ୍ତି। ବାଲିଯାତ୍ରା ସପ୍ତମ ଦିନରେ ପହଞ୍ଚିଥିବା ବେଳେ ଗତକାଲି ସବୁଠୁ ଅଧିକ ଭିଡ଼ ଦେଖିବାକୁ ମିଳିଛି। ଶୁକ୍ରବାର ଠାରୁ ବାଲିଯାତ୍ରା ଭିଡ଼ ଜମିବା ସହିତ ଆଜି ସବୁ ରେକର୍ଡ ଟପି ଯାଇଥିଲା। ବାଲିଯାତ୍ରା ପଡ଼ିଆରେ ସବୁ ‌ଷ୍ଟଲରେ ବି ବେପାର ଜମି ଯାଇଥିଲା। କଟକର ଜନସାଧାରଣ ଓ ବ୍ୟବସାୟୀ ମାନଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ୬ ତାରିଖ ପର୍ଯ୍ୟନ୍ତ ବଢ଼ାଇବା ପାଇଁ କଟକ ମେୟର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ବାଲିଯାତ୍ରା ଏବେ ଲୋକଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଛି ଓ ଏଥିରେ ବିପୁଳ ଜନ ସମାଗମ ହେଉଛି। କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆଜି ଶେଷ ହେବାର ଥିଲା। ଚଳିତବର୍ଷ ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଥିଲା ଐତିହାସିକ କଟକ ବାଲିଯାତ୍ରା। ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ, ସୁରକ୍ଷିତ ଆଉ ଜନାଦୃତ କରିବା ଲାଗି ପ୍ରୟାସ ହୋଇଛି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button