ଓଡିଶା

ଶୂନମୃତ୍ୟୁ ସପ୍ତାହ: ତୃତୀୟ ଦିନରେ ୬, ତିନି ଦିନରେ ୩୨ ମୃତ – bajravana

[ad_1]

ଭୁବନେଶ୍ବର/କୋମନା/ଲାଠିକଟା/ବାଲେଶ୍ବର/କଟକ-ସିଡିଏ/ନିମାପଡ଼ା: ଡିସେମ୍ବର ପ୍ରଥମ ସପ୍ତାହକୁ ଶୂନ ମୃତ୍ୟୁ ସପ୍ତାହ ଭାବେ ପାଳନ କରାଯାଉଛି। କିନ୍ତୁ ସାରା ଓଡ଼ିଶାରେ ପ୍ରତିଦିନ ଜାରି ରହିଛି ସିରିଜ୍ ଦୁର୍ଘଟଣା। ସପ୍ତାହର ପ୍ରଥମ ଦିନରେ ୨୦, ଦ୍ବିତୀୟ ଦିନରେ ୬ ସହ ବେସରକାରୀ ଭାବେ ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ତୃତୀୟ ଦିନରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ପ୍ରଥମ ତିନି ଦିନରେ ଦୁର୍ଘଟଣାରେ ଅନ୍ୟୁନ ୩୨ ଜଣଙ୍କ ଜୀବନ ଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାପ୍ତ ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା କୋମନା ଥାନା ମାନିଗୁଡ଼ା ଗାଁ ନିକଟ ଜାତୀୟ ରାଜପଥ ୩୫୩ରେ ଟ୍ରକ୍ ଧକ୍କାରେ ନୂଆପଡ଼ା ଜିଲ୍ଲା ଖାରିଆରରୋଡ୍‌ ଅଏଁଲାଯୁବା ଗାଁର ଜୟରାମ ମାଝୀ (୫୬) ଓ ତାଙ୍କ ସ୍ତ୍ରୀ ଘୁନମତୀ ମାଝୀ (୫୦)ଙ୍କ ମୃତ୍ୟୁ ହୋଇଛି। ଏହି ଦମ୍ପତି ରବିବାର ଏକ ବାଇକ‌୍ ଯୋଗେ କୋମନା ପଟକୁ ଆସୁଥିବା ବେଳେ ବିପରୀତ ଦିଗରୁ ଯାଉଥିବା ଏକ ଟ୍ରକ୍‌ ସହ ସେମାନଙ୍କ ଧକ୍କା ହୋଇଥିଲା। ସେହି ଭଳି ଆଜି ଭୋର ସମୟରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ନିକଟବର୍ତ୍ତୀ ୧୪୩ ନମ୍ବର ଜାତୀୟ ରାଜପଥର ବଜରଙ୍ଗ ଛକରେ ଲାଠିକଟା ବ୍ଲକ୍‌ ପଟୁଆ ଗ୍ରାମର ବିକ୍ରମ ଲାକ୍ରା(୪୫)ଙ୍କ ସକାଳ ଆଜି ପ୍ରାୟ ୫ଟା ସମୟରେ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସେ ନିଜ ବାଇକ୍‌ ଯୋଗେ ରାଉରକେଲା ଅଭିମୁଖେ ଯାଉଥିବା ବେଳେ ରାଉରକେଲାରୁ ବଡ଼ବିଲ ଅଭିମୁଖେ ଯାଉଥିବା ମୟୂରୀ ନାମକ ଏକ ଯାତ୍ରୀବାହୀ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

୧୬ ନମ୍ବର ଜାତୀୟ ରାଜପଥର ବାଲେଶ୍ୱର ସଦର ଥାନା ଫୁଲାଡ଼ିଛକ ଠାରେ ରବିବାର ଭୋର୍‌ ସମୟରେ ଏକ ଦ୍ରୁତଗାମୀ କାର୍‌ ଧକ୍କାରେ ଜଣେ ବିହାରୀ ଡମ୍ପର ଡ୍ରାଇଭର ସିକନ୍ଦର ରାୟଙ୍କ ମୃତ୍ୟୁ ହୋଇଛି। ସେ ଡମ୍ପର ରଖି ଓହ୍ଲାଉଥିବା ବେଳେ ସେହି ରାସ୍ତାରେ ଦ୍ରୁତଗତିରେ ଆସୁଥିବା ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ସକାଳ ସାଢ଼େ ୮ଟା​ରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହି ଭଳି କଟକ ତ୍ରିଶୂଳିଆ ଓଭର ବ୍ରିଜ ନିକଟରେ ଆଜି ସକାଳେ ପୁଲିସ କନଷ୍ଟେବଳ ରେବା ମାରାଣ୍ଡି(୪୨)ଙ୍କୁ ହାଇଵା ଧକ୍କା ଦେବା ଫଳରେ ତାଙ୍କ ବାମ ଗୋଡ଼ ଆଣ୍ଠୁରୁ ତଳ ଯାଏ ଛିଣ୍ଡି ଅଲଗା ହୋଇଯାଇଛି। ୪ ମାସ ତଳେ ରେବା ବାରଙ୍ଗ ଫାଣ୍ଡିରୁ ଗୋଡ଼ିସାହି ଫାଣ୍ଡିକୁ ବଦଳି ହୋଇଥିଲେ। ଭୁବନେଶ୍ବର ପଟିଆ-ନନ୍ଦନକାନନ ରାସ୍ତାର ଶ୍ରୀବିହାର ଛକରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ କୋଲକାତାର ଇଂଜିନିୟରିଂ ଛାତ୍ର ଅରିଞ୍ଜୟ ଦେ(୨୨)ଙ୍କ ମୃତ୍ୟୁ ଘଟିଛି। ଅରିଞ୍ଜୟ ଚଳାଉଥିବା କାର୍‌ଟି ଭାରସାମ୍ୟ ହରାଇ ଡିଭାଇଡର୍‌ ଡେଇଁବା ପରେ ଏକ ବସ୍‌ରେ ପିଟିହୋଇଥିଲା। କାର୍‌ରେ ଥିବା ଅନ୍ୟ ୨ ଛାତ୍ରଙ୍କ ଅବସ୍ଥା ଗୁରୁତର ଅଛି ଏବଂ ସେମାନେ ଏବେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ପୁରୀ ନିମାପଡ଼ା ଥାନା ଅନ୍ତର୍ଗତ ବଡ଼ଶିରୁବଳା ଗ୍ରାମର ପାର୍ବତୀ ମହାପାତ୍ର (୪୬) ଏକ ଭୋଜିରେ ଯୋଗଦେବା ପାଇଁ ବାଲିପାଟଣା ଥାନା ଅଞ୍ଚଳକୁ ପୁଅ ସହ ସ୍କୁଟରରେ ଯାଇ ଫେରୁଥିବା ବେଳେ ଏକ ହମ୍ପସ ନିକଟରେ ଗାଡ଼ିରୁ ଛିଟିକ ପଡ଼ିଥିଲେ। ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button