ମନୋରଞ୍ଜନ

ପୂର୍ବ ଫିଲ୍ମର ବକ୍ସ ଅଫିସ ରେକର୍ଡ ଭାଙ୍ଗିବ ‘ଆନିମଲ’, ୨ଦିନରେ ହେଲା ୨୦୦କୋଟି ଆୟ! – bajravana

[ad_1]

ମୁମ୍ବାଇ: ଡିସେମ୍ବର ୧ରେ ରିଲିଜ ହୋଇଥିଲା ଫିଲ୍ମ ‘ଆନିମଲ’। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ରଣବୀର କପୁର ଅଭିନୟ କରିଥିବା ବେଳେ ବକ୍ସ ଅଫିସରେ ଏହା ଧମାଲ ମଚାଇଛି। ରିଲିଜ୍ ପୂର୍ବରୁ ଫିଲ୍ମଟି ବକ୍ସ ଅଫିସ କିଙ୍ଗ ପାଲଟିବ ବୋଲି କୁହାଯାଉଥିଲା। ରିଲିଜ ପରେ ଏହା ସତ ହେବ ବୋଲି ଦର୍ଶକ କହିବା ଆରମ୍ଭ କରିଛନ୍ତି। ଦର୍ଶକଙ୍କଠାରୁ ଆରମ୍ଭ କରି ଫିଲ୍ମ ନିର୍ମାତାଙ୍କ ପର୍ଯ୍ୟନ୍ତ ସମସ୍ତେ ଫିଲ୍ମକୁ ପସନ୍ଦ କରିଛନ୍ତି।

କୁହାଯାଉଛି ଯେ, ଫିଲ୍ମଟି ୨ଦିନରେ ହିଁ ୨୦୦କୋଟି ଟଙ୍କା ଆୟ କରିଛି। ତେବେ କେବଳ ଭାରତରେ ନୁହେଁ, ବିଶ୍ବ ବକ୍ସ ଅଫିସ ଆୟକୁ ମିଶାଇ ଏହି ଆକଳନ କରାଯାଇଛି। ରିଲିଜର ପ୍ରଥମ ଦିନରେ ଭାରତ‌ରେ ଫିଲ୍ମଟି ୬୦କୋଟିରୁ ଅଧିକ ଆୟ କରିଥିବା ବେଳେ ଏବେ ମୋଟ ଆୟ ୧୩୧କୋଟିରେ ପହଞ୍ଚିଛି।  ବିଶ୍ବ ବକ୍ସ ଅଫିସର ଆୟ ମିଶିଲେ ଫିଲ୍ମଟି ମୋଟ ୨୩୬କୋଟି ଆୟ କରିସାରିଛି।

ଏହି ଫିଲ୍ମର ସଫଳତା ଅଭିନେତା ବବି ଦେଓଲଙ୍କ ଫିଲ୍ମ କ୍ୟାରିୟରରେ ଭିନ୍ନ ମୋଡ଼ ଆଣିବ ବୋଲି କୁହାଯାଉଛି। ଅନେକ ଫ୍ଲପ ଫିଲ୍ମ ଦେବା ପରେ ଘରେ ବସିଥିଲେ ବବି। ଏହା ପରେ ୱେବ ସିରିଜ୍ ‘ଆଶ୍ରମ’ ତାଙ୍କୁ ପୁଣି ଥରେ ଲାଇମ ଲାଇଟକୁ ଆଣିଥିଲା। ଏବେ ଆନିମଲରେ ଖଳନାୟକ ଭୂମିକାରେ ଆସି ଦର୍ଶକଙ୍କ ମନ କିଣିଛନ୍ତି ବବି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button