ମନୋରଞ୍ଜନ

ସଲମାନ ମୋ ସାଙ୍ଗ ନୁହନ୍ତି; ଲରେନ୍ସ ହତ୍ୟା ଧମକ ଦେବା ପରେ ଏଭଳି କହିଲେ ଗିପ୍ପି – bajravana

[ad_1]

ନୂଆଦିଲ୍ଲୀ: ସଲମାନ ମୋ ସାଙ୍ଗ ନୁହନ୍ତି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ହତ୍ୟା ଧମକ ଦେବା ପରେ ଏଭଳି କହିଲେ ପଞ୍ଜାବୀ ଗାୟକ ଗିପ୍ପି ଗ୍ରେୱାଲ। ଶନିବାର କାନାଡାରେ ଥିବା ପଞ୍ଜାବୀ ଗାୟକ ଗିପ୍ପି ଗ୍ରେୱାଲଙ୍କ ଘର ବାହାରେ ଫାଙ୍କା ଗୁଳି ଚାଳନା ହୋଇଥିଲା। ଏହି ଗୁଳି ମୋ ଗ୍ୟାଙ୍ଗ ଚଳାଇଥିବା ଫେସବୁକ ପୋଷ୍ଟ ମାଧ୍ୟମରେ ସ୍ବୀକାର କରିଥିଲା ଲରେନ୍ସ। ଏହା ସହ ଖୁବ ଶୀଘ୍ର ଗିପ୍ପିଙ୍କୁ ହତ୍ୟା କରାଯିବ ବୋଲି ଲେଖିଥିଲା ଲରେନ୍ସ।

ଏବେ ହତ୍ୟା ଧମକ ମିଳିବା ଦେଖି ଗିପ୍ପି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, “ଚଳଚ୍ଚିତ୍ର ମୌଜା ହି ମୌଜାକୁ ସମର୍ଥନ କରିବା ପାଇଁ ସଲମାନ ଖାନଙ୍କୁ ଡାକିଥିଲେ। ସେ ଟ୍ରେଲର ଲଞ୍ଚକୁ ଆସିଥିବା ବେଳେ ମୁଁ ସେଠାରେ ତାଙ୍କୁ ଭେଟିଥିଲି। ଏହାପୂର୍ବରୁ ମୁଁ ବିଗ୍ ବସ୍ ସେଟରେ ତାଙ୍କୁ ଭେଟିଥିଲି। ସଲମାନ ଖାନଙ୍କ ସହ ମୋର କୌଣସି ଘନିଷ୍ଠ ବନ୍ଧୁତା ନାହିଁ। ମୋ ପାଇଁ ଏହା ଆଶ୍ଚର୍ଯ୍ୟଜନକ ଏବଂ ମୋ ସହିତ ଯାହା ଘଟିଛି ତାକୁ ଗ୍ରହଣ କରିବାରେ ମୁଁ ଅସମର୍ଥ। ଇଣ୍ଡଷ୍ଟ୍ରିରେ ମୋର କେହି ଶତ୍ରୁ ନାହାନ୍ତି। ଶନିବାର କାନାଡାରେ ଥିବା ଘର ବାହାରେ ଗୁଳି ଫୁଟିବା ବିଷୟରେ ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି।”

ତେବେ ରବିବାର ସିଧାସଳଖ ଫେସବୁକରେ ଗିପ୍ପିଙ୍କୁ ଟାର୍ଗେଟ କରି ଲରେନ୍ସ ଲେଖିଥିଲା, “ତୁମେ ସଲମାନ ଖାନଙ୍କୁ ବଡ଼ ଭାଇ ବୋଲି ସମ୍ମାନ ଦେଉଛ। ବର୍ତ୍ତମାନ ତୁମର ସେହି ଭାଇ ତୁମକୁ ବଞ୍ଚାଇବାର ସମୟ ଆସିଛି। ଏହି ବାର୍ତ୍ତା ସଲମାନ ଖାନଙ୍କ ପାଇଁ ମଧ୍ୟ। ଭ୍ରମରେ ରୁହ ନାହିଁ ଯେ, ଦାଉଦ ତୁମକୁ ବଞ୍ଚାଇବ। କେହି ତୁମକୁ ରକ୍ଷା କରିପାରିବେ ନାହିଁ। ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁକୁ ନେଇ ତୁମର ନାଟକୀୟ ପ୍ରତିକ୍ରିୟା ମୁଁ ଭୁଲି ନାହିଁ। ସେ କି ପ୍ରକାର ବ୍ୟକ୍ତି ଥିଲେ ଏବଂ ତାଙ୍କ ପାଖରେ ଥିବା ଅପରାଧିକ ସଙ୍ଗଠନ ବିଷୟରେ ଆମେ ସମସ୍ତେ ଜାଣୁ। ତୁମେ ସିଦ୍ଧୁ ପାଇଁ ଅଧିକ ଶୋକ ପ୍ରକାଶ କରିଥିଲ। ଏବେ ତୁମ ପାଳି। ଶନିବାର ଯାହା ହେଲା ତାହା କେବଳ ଟ୍ରେଲର। ଖୁବ୍ ଶୀଘ୍ର ପୁରା ଫିଲ୍ମ ରିଲିଜ୍ ହେବ। କୌଣସି ଦେଶକୁ ଯିବାକୁ ଚାହୁଛ ଯଦି ପଳାଅ। କିନ୍ତୁ ମନେରଖ, ମୃତ୍ୟୁ ଭିସା ଆବଶ୍ୟକ କରେ ନାହିଁ। ”



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button