ଓଡିଶା

ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ ପାଇଁ ‘ବର୍ତ୍ତନ ବ୍ୟାଙ୍କ’ – bajravana

[ad_1]

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ଭାଲେଶ୍ବର ପଞ୍ଚାୟତ ସରପଞ୍ଚ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରିବା ପାଇଁ ଅଭିନବ ଉପାୟ କରିଛନ୍ତି। ଏଥିପାଇଁ ସରପଞ୍ଚ ସରୋଜ ଦେବୀ ଅଗ୍ରୱାଲଙ୍କ ଉଦ୍ୟମରେ ନୂଆପଡ଼ାର କୁରୁମୁଣ୍ଡା ଗାଁରେ ଆରମ୍ଭ ହୋଇଛି ‘ବର୍ତ୍ତନ ବ୍ୟାଙ୍କ’।

ଗାଁରେ କୌଣସି ସାମାଜିକ କାର୍ଯ୍ୟକ୍ରମ ହେଲେ କିମ୍ବା ବିବାହ ବ୍ରତ ହେଲେ ଏହି ‘ବର୍ତ୍ତନ ବ୍ୟାଙ୍କ’ ବିନା କୌଣସି ଦେୟରେ ଲୋକଙ୍କୁ ବାସନ ସାମଗ୍ରୀ ଯୋଗାଦେଇଥାଏ। ସାଧାରଣତଃ ଏଭଳି କାର୍ଯ୍ୟକ୍ରମଗୁଡ଼ିକରେ ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାର ହେଉଥିବା ଦେଖିବାକୁ ମିଳିଥାଏ। ଆଉ ଏହାକୁ ବନ୍ଦ କରିବା ପାଇଁ ଗ୍ରାମ ପଞ୍ଚାୟତ ପାଣ୍ଠିରୁ ୭୫ ହଜାର ଟଙ୍କା ଖର୍ଚ୍ଚରେ ‘ବର୍ତ୍ତନ ବ୍ୟାଙ୍କ’ କରାଯାଇଛି। ଏହି ବ୍ୟାଙ୍କରେ ରହିଛି ବଡ଼ ବଡ଼ ହଣ୍ଡା, ଷ୍ଟିଲ୍‌ ପ୍ଲେଟ୍, ବଡ଼ ବଡ଼ ତାଟିଆ, ଗ୍ଲାସ୍‌ ଓ ଚାମଚ। ଗାଁ ଲୋକଙ୍କ ସହ ଆଲୋଚନା ପରେ ସ୍ଥାନୀୟ ସରପଞ୍ଚ ଏହି ‘ବର୍ତ୍ତନ ବ୍ୟାଙ୍କ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ବାହାଘର ଓ ଅନ୍ୟ କାର୍ଯ୍ୟକ୍ରମରେ ଆବଶ୍ୟକତା ଅନୁସାରେ ଲୋକେ ଏହି ବାସନ ନେଇଥାନ୍ତି। ଆଉ ବ୍ୟବହାର କରିବା ପରେ ସଫା କରି ପୁଣି ଫେରାଇଥାନ୍ତି। ଏଥିପାଇଁ ସେମାନଙ୍କୁ କୌଣସି ଦେୟ ଦେବାକୁ ପଡ଼େ ନାହିଁ।

କିନ୍ତୁ, ବାସନ ନଷ୍ଟ ହେଲେ କିମ୍ବା ହଜିଲେ ଟଙ୍କା ଦେବାକୁ ପଡ଼ିଥାଏ। ବାସନ କିଣିବା ବେଳେ ଯେଭଳି ଟଙ୍କା ହେର୍‌ଫେର୍‌ ନ ହୁଏ, ସେଥିପାଇଁ ପଞ୍ଚାୟତ ଅଧିକାରୀଙ୍କ ସହ ଗାଁ ଲୋକେ ମିଶି କିଣିଥାନ୍ତି। ଭାଲେଶ୍ୱର ପଞ୍ଚାୟତ ଅଧୀନରେ ୯ଟି ଗାଁ ରହିଛି। ପର୍ଯ୍ୟାୟକ୍ରମେ ଏହି ‘ବର୍ତ୍ତନ ବ୍ୟାଙ୍କ’କୁ ଅନ୍ୟ ଗାଁକୁ ସଂପ୍ରସାରଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଅଗ୍ରୱାଲ କହିଛନ୍ତି। ଆସନ୍ତା ୬ ମାସ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ। ଏଭଳି ହେବା ପରେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ଥାନୀୟ ଗାଁର ବରିଷ୍ଠ ଲୋକଙ୍କୁ ଦିଆଯାଇଛି ବୋଲି ସରପଞ୍ଚ ଶ୍ରୀମତୀ ଅଗ୍ରୱାଲ କହିଛନ୍ତି। ସୂଚନାଯୋଗ୍ୟ ଯେ, ଶ୍ରୀମତୀ ଅଗ୍ରୱାଲ ପୂର୍ବରୁ ‌ପଞ୍ଚାୟତ ଅନ୍ତର୍ଗତ ଅପହଞ୍ଚ ଗାଁର ହିତାଧିକାରୀଙ୍କ ପାଖକୁ ଡ୍ରୋନ୍‌ ଜରିଆରେ ଭତ୍ତା ଟଙ୍କା ପଠାଇ ଚର୍ଚ୍ଚାରେ ରହିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button