ଦେଶ ବିଦେଶ

ସମୁଦ୍ର ମଝିରେ ବୁଡିଗଲା ଜାହାଜ : ୪ ଭାରତୀୟ ନିଖୋଜ – bajravana

[ad_1]

ନୂଆଦିଲ୍ଲୀ, ୨୭/୧୧ : ଗ୍ରୀସର ଲେସ୍ବୋସ୍ ଦ୍ୱୀପରେ ଏକ ମାଲବାହୀ ଜାହାଜ ବାତ୍ୟାରେ ବୁଡିଯାଇଛି। ଜାହାଜ ମଧ୍ୟରେ ୧୪ ଜଣ କ୍ରିଉ ସଦସ୍ୟ ଥିଲେ। ଏମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ନାବିକ ଥିଲେ । ରାପ୍ଟର୍ ନାମକ ଏହି ଜାହାଜଟି କୋମୋରୋସରେ ପଞ୍ଜୀକୃତ ହୋଇଥିଲା ଏବଂ ଇଜିପ୍ଟରୁ ଇସ୍ତାନବୁଲ୍ ଯାଉଥିବା ବେଳେ ଏହି ଜାହାଜରେ ୬ ହଜାର ଟନ୍ ଲୁଣ ଥିଲା। ଏଥିରେ ୮ ଜଣ ଇଜିପ୍ଟ ନାଗରିକ, ଚାରି ଜଣ ଭାରତୀୟ ଏବଂ ଦୁଇ ଜଣ ସିରିଆ ନାଗରିକଙ୍କ ସମେତ ୧୪ ଜଣ କର୍ମଚାରୀ ଥିଲେ । ଇଜିପ୍ଟର ଜଣେ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରିବା ପରେ ଖୁବ୍ ଶୀଘ୍ର ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।

ତଟରକ୍ଷୀ ବାହିନୀର ଜଣେ ମୁଖପାତ୍ର କହିଛନ୍ତି ଯେ ଆଠଟି ବାଣିଜ୍ୟିକ ଜାହାଜ, ଦୁଇଟି ହେଲିକପ୍ଟର ଏବଂ ଗୋଟିଏ ଗ୍ରୀକ୍ ନେଭି ଫ୍ରିଗେଟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସମୁଦ୍ର ଅଶାନ୍ତ ଥିବାରୁ ତିନିଟି ତଟରକ୍ଷୀ ଜାହାଜ ଏହି ଅଞ୍ଚଳରେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲା ବୋଲି ସେ କହିଛନ୍ତି। ଏହି ଅଞ୍ଚଳରେ ଘଣ୍ଟା ପ୍ରତି ୮୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button