ମନୋରଞ୍ଜନ

'ରାମାୟଣ'ରେ ଡବଲ ରୋଲରେ ନଜର ଆସିବେ ରଣବୀର,ଜଟାୟୁଙ୍କ ସ୍ୱର ଦେବେ ବିଗ୍‌ ବି'

ନୂଆଦିଲ୍ଲୀ,୧୦/୦୯: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ‘ରାମାୟଣ’କୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ନିର୍ମାତାମାନେ ଏହି ଚଳଚ୍ଚିତ୍ରର କୌଣସି ଅଫିସିଆଲ୍ ଘୋଷଣା ସେୟାର କରିନଥିବାବେଳେ ନୀତେଶ ତିୱାରୀ ରାମାୟଣର କାହାଣୀକୁ ପରଦାରେ ବହୁତ ବଡ଼ ଶୈଳୀରେ ଆଣିବାକୁ ପ୍ରସ୍ତୁତ ଥିବା ଜଣାପଡିଛି।

ରଣବୀର କପୁର ଏହି ଚଳଚ୍ଚିତ୍ରରେ ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ସେହିପରି ଏହି ଚଳଚ୍ଚିତ୍ରରେ ଡବଲ୍ ରୋଲରେ ଦେଖିବାକୁ ମିଳିବ ।

ମିଡିଆ ରିପୋର୍ଟ ଅନୁଯାୟୀ,ରଣବୀର କପୁର ‘ରାମାୟଣ’ରେ ଡବଲ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ସେ ଏହି ଚଳଚ୍ଚିତ୍ରରେ ଭଗବାନ ବିଷ୍ଣୁଙ୍କର ଦୁଇଟି ଅବତାର ଉଭୟ ରାମ ଏବଂ ପର୍ଶୁରାମଙ୍କ ଭୂମିକାରେ ଅଭିନୟ କରିବେ । ‘ଶ୍ୟାମଶେରା ଏବଂ ଆନିମଲ’ ପରେ ଏହା ତାଙ୍କର ତୃତୀୟ ଚଳଚ୍ଚିତ୍ର ହେବ ଯେଉଁଥିରେ ସେ ଏକ ଡବଲ୍ ରୋଲ୍ କରିବାକୁ ଯାଉଛନ୍ତି । ବର୍ତ୍ତମାନ ସୁଦ୍ଧା ଫିଲ୍ମର କୌଣସି ଅଫିସିଆଲ୍ ଘୋଷଣା ହୋଇନାହିଁ କିନ୍ତୁ ଫିଲ୍ମର କାଷ୍ଟରେ ରଣବୀର କପୁର, ସାଇ ପଲ୍ଲବୀ ଏବଂ ଲାରା ଦତ୍ତାଙ୍କ ଭଳି କଳାକାର ନଜର ଆସିବେ ବୋଲି କୁହାଯାଉଛି। ବର୍ତ୍ତମାନ ଅମିତାଭ ବଚ୍ଚନ ମଧ୍ୟ ଏଥିରେ ଏଣ୍ଟ୍ରି କରିଛନ୍ତି । ସେହିପରି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ରାମାୟଣର କାଷ୍ଟରେ ଯୋଗଦେବେ । ହେଲେ ଶାରୀରିକ ଭାବରେ ଜଡିତ ହେବେ ନାହିଁ, ବରଂ ସେ ରାମାୟଣରେ ଜଟାୟୁଙ୍କ ସ୍ୱର ଦେବେ । ଦେବୀ ସୀତାଙ୍କୁ ବଞ୍ଚାଇବା ପାଇଁ ରାବଣ ସହିତ ମୁହାଁମୁହିଁ ସମୟରେ ଯିଏ ଜୀବନ ହରାଇଥାଏ । ଜଟାୟୁଙ୍କୁ ଉପସ୍ଥାପିତ କରିବା ପାଇଁ ନିର୍ମାତାମାନେ ବଚ୍ଚନଙ୍କ ଆଖି ସ୍କାନ କରିଥିବା ଜଣାଯାଇଛି । ଯାହାକୁ ସେମାନେ ଭିଏଫଏକ୍ସ ଭାବରେ ବ୍ୟବହାର କରିବେ ବୋଲି ସୂଚନା ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button