ଓଡିଶା

ବିଦ୍ୟୁତ୍‌ ମୂଲ୍ୟ ବୃଦ୍ଧି ସପକ୍ଷରେ ଗ୍ରିଡ୍‌କୋ: ପାଇକାରୀ ମୂଲ୍ୟ ୬୨ ପଇସା ବୃଦ୍ଧି ଲାଗି ପ୍ରସ୍ତାବ – bajravana

[ad_1]

ଶସ୍ତା ବିଦ୍ୟୁତ୍‌ ହାତଛଡ଼ାରୁ ୧୪୦୦ କୋଟି ଲାଭ ଗୋଲ୍

ଭୁବନେଶ୍ବର: ଆର୍ଥିକ ବର୍ଷ (୨୦୨୪-୨୫) ପାଇଁ ବିଦ୍ୟୁତ୍‌ ମୂଲ୍ୟ ନିର୍ଦ୍ଧାରଣ ସକାଶେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ଜାନୁଆରି ୩୦ ତାରିଖରୁ ଶୁଣାଣି ଆରମ୍ଭ କରିବେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଗ୍ରିଡ୍‌କୋ ଏହାର ବାର୍ଷିକ ରାଜସ୍ବ ଆବଶ୍ୟକତା (ଏଆର୍‌ଆର୍) ତର୍ଜମା କରିବା ଲାଗି ଆୟୋଗଙ୍କୁ ଆବେଦନ କରିଛି। ସେଥିରେ ପାଇକାରୀ ବିଦ୍ୟୁତ୍‌ ଦର ୟୁନିଟ୍ ପିଛା ୩ ଟଙ୍କା ୮୪ ପଇସା ଅସୁଲ କରିବାକୁ ପ୍ରସ୍ତାବ ଦେଇଛି। ଏହାକୁ ଯଦି ଆୟୋଗ ଗ୍ରହଣ କରନ୍ତି, ତେବେ ଆସନ୍ତା ବର୍ଷ ଉପଭୋକ୍ତା ୟୁନିଟ୍ ପିଛା ୬୨ପଇସା ଅଧିକ ଦେବେ। ୨୦୨୨-୨୩ ଓ ୨୦୨୩-୨୪ ବର୍ଷ ପାଇଁ ଆୟୋଗ ଗ୍ରିଡ୍‌କୋର ପାଇକାରୀ ବିଦ୍ୟୁତ୍‌ ମୂଲ୍ୟ ୟୁନିଟ୍ ପିଛା ଯଥାକ୍ରମେ ୩ ଟଙ୍କା ୧୨ ଓ ୩ ଟଙ୍କା ୨୨ ପଇସା ଧାର୍ଯ୍ୟ କରିଥିଲେ।

ଦାଖଲ ଏଆର୍‌ଆର୍ ଅନୁଯାୟୀ, ଚୁକ୍ତିବଦ୍ଧ ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକରୁ ଗ୍ରିଡ୍‌କୋ ୩୯୬୫୨ ନିୟୁତ ୟୁନିଟ୍ ବିଦ୍ୟୁତ୍‌ କିଣିବାକୁ ଆକଳନ କରିଛି। ସେଥିପାଇଁ ୧୩,୩୬୦ କୋଟି ଟଙ୍କା ବ୍ୟୟ ହେବ। ଅର୍ଥାତ୍‌ ଗ୍ରିଡ୍‌କୋ ବିଦ୍ୟୁତ୍‌ କିଣା ବାବଦରେ ୟୁନିଟ୍ ପିଛା ହାରାହାରି ୩ ଟଙ୍କା ୩୭ ପଇସା ଖର୍ଚ୍ଚ କରିବ। ସେଥିରୁ ରାଜ୍ୟରେ ଉତ୍ପାଦିତ ଜଳ ବିଦ୍ୟୁତ୍‌ରୁ ୫୨୯୯ ନିୟୁତ ୟୁନିଟ୍, କେନ୍ଦ୍ରୀୟ ଜଳ ବିଦ୍ୟୁତ୍‌ରୁ ୬୬୬ ନିୟୁତ ୟୁନିଟ୍, ଦେଶ ଓ ରାଜ୍ୟର ଅକ୍ଷୟ ଶକ୍ତି ଉତ୍ସରୁ ୩୫୮୧ ନିୟୁତ ୟୁନିଟ୍, ରାଜ୍ୟ ଓ କେନ୍ଦ୍ରୀୟ ତାପଜ ବିଦ୍ୟୁତ୍‌ ସଂସ୍ଥାରୁ ୨୭୯୧୦ ନିୟୁତ ୟୁନିଟ୍‌କୁ ମିଶାଇ ମୋଟ ୩୭୪୫୬ ନିୟୁତ ୟୁନିଟ୍ ଆଣିବ। ଏହାକୁ ଆବଣ୍ଟନ ଦାୟିତ୍ବରେ ଥିବା ଟାଟା ପାୱାରର ୪ଟି ସଂସ୍ଥାକୁ ବିକିବ। ଅବଶିଷ୍ଟ ୨୧୯୬ ନିୟୁତ ୟୁନିଟ୍ ବିଦ୍ୟୁତ୍‌କୁ ଗ୍ରିଡ୍‌କୋ ବ୍ୟବସାୟ (ଟ୍ରେଡିଂ) କରିବ। ବିଦ୍ୟୁତ୍‌ କିଣା ବ୍ୟୟକୁ ବାଦ୍ ଦେଲେ ଋଣ କିସ୍ତି ଓ ସୁଧ ପୈଠ ବାବଦରେ ୫୨୨ କୋଟି, ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ୪୨ କୋଟି ଟଙ୍କା ମିଶାଇଲେ ଗ୍ରି଼ଡ୍‌କୋ ୨୦୨୪-୨୫ ଆର୍ଥିକ ବର୍ଷରେ ୧୩,୯୧୨ କୋଟି ଟଙ୍କା ବ୍ୟୟ କରିବ ବୋଲି ହିସାବ ଦେଇଛି।

ଅନ୍ୟପକ୍ଷରେ ଚଳିତ ବର୍ଷର ପାଇକାରୀ ମୂଲ୍ୟ (୩ ଟଙ୍କା ୨୯ ପଇସା) ହିସାବରେ ଯଦି ଆବଣ୍ଟନ କମ୍ପାନିଙ୍କଠାରୁ ଅସୁଲ କରାଯାଏ, ତେବେ ବର୍ଷ ଶେଷକୁ ୧୭୨୮ କୋଟି ୩୨ ଲକ୍ଷ ଟଙ୍କା କ୍ଷତି ହେବ ବୋଲି ଦର୍ଶାଇଛି ଗ୍ରିଡ୍‌କୋ। ଏଥିସହିତ ପ୍ରସ୍ତାବିତ ପାଇକାରୀ ମୂଲ୍ୟ (୩ ଟଙ୍କା ୮୪ ପଇସା) ଗୃହୀତ କରିବାକୁ ସଂପୃକ୍ତ ସଂସ୍ଥା ଆବେଦନ କରିଛି। ମାତ୍ର ଉପରୋକ୍ତ ୨୧୯୬ ନିୟୁତ ୟୁନିଟ୍ ବଳକା ବିଦ୍ୟୁତ୍‌ ବ୍ୟବସାୟରେ ଯେଉଁ ରାଜସ୍ବ ଆୟ ହେବ, ସେ ସମ୍ପର୍କରେ ଗ୍ରି଼ଡ୍‌କୋ ରହସ୍ୟଜନକ ଭାବେ ନିରବ ରହିଛି। କେବଳ ସେତିକି ନୁହେଁ, ନିଜର ରାଜସ୍ବ ଆୟ ବୃଦ୍ଧି କରିବାକୁ ଅନେକ ସୁଯୋଗ ଥିଲେ ହେଁ, କେଉଁ ମହତ ଉଦ୍ଦେଶ୍ୟରେ ଗ୍ରିଡ୍‌କୋ ତାହାକୁ ହାତଛଡ଼ା କରି ପରୋକ୍ଷରେ ବେଦାନ୍ତ ଓ ଜିନ୍ଦଲ ଭଳି ଘରୋଇ ବିଦ୍ୟୁତ୍‌ କମ୍ପାନିଙ୍କୁ ଫାଇଦା ଦେଉଛି, ସେ ସମ୍ପର୍କରେ ବିଦ୍ୟୁତ ସମୀକ୍ଷକମାନେ ପୁନର୍ବାର ପ୍ରଶ୍ନ ଉଠାଇଛନ୍ତି।

ସେମାନେ ଦର୍ଶାଇଛନ୍ତି ଯେ ବେଦାନ୍ତ ଓ ଜିନ୍ଦଲ ଭଳି ସ୍ବାଧୀନ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରୁ ରାଜ୍ୟ କୋଟା ହିସାବରେ ଗ୍ରି଼ଡ୍‌କୋ ୬୫୦୦ ନିୟୁତ ୟୁନିଟ୍ ପାଇବା କଥା। ମାତ୍ର ଗ୍ରି଼ଡ୍‌କୋ ସେମାନଙ୍କଠାରୁ ୩୫୦୦ ନିୟୁତ ୟୁନିଟ୍ ଶସ୍ତା ବିଦ୍ୟୁତ୍‌ ହାତଛଡ଼ା କରିବାର କାରଣ କ’ଣ? ସେମାନଙ୍କ ହିସାବ ଅନୁଯାୟୀ ଏହି ଶସ୍ତା ବିଦ୍ୟୁତ୍‌ ୟୁନିଟ୍ ପିଛା ହାରାହାରି କିଣା ମୂଲ୍ୟ ୨ଟଙ୍କା ୮୦ ପଇସା। ରାଜ୍ୟରେ ଏଚ୍‌ଟି ଓ ଇଏଚ୍‌ଟି ଉପଭୋକ୍ତା ୟୁନିଟ୍ ପିଛା ୬ ଟଙ୍କା ୮୦ ପଇସାରେ ବିଦ୍ୟୁତ୍‌ କିଣୁଛନ୍ତି। ଯଦି ସେହି ହିସାବରେ ଗ୍ରିଡ୍‌କୋ ବ୍ୟବସାୟ କରନ୍ତା, ତେବେ ୟୁନିଟ୍ ପିଛା ୪ ଟଙ୍କା ହିସାବରେ ଏହି ସରକାରୀ ସଂସ୍ଥା ୧୪୦୦ କୋଟି ଟଙ୍କା ଲାଭ ପାଆନ୍ତା। ଅନେକ ବର୍ଷ ଧରି ହାତଛଡ଼ା ହେଉଥିବା ଏହି ଶସ୍ତା ବିଦ୍ୟୁତ୍‌ର ଯଥାର୍ଥ ଉପଯୋଗ ହୋଇପାରିଲେ, ଗ୍ରିଡ୍‌କୋର ରାଜସ୍ବ ଆୟ ବୃଦ୍ଧି ହେବା ସହିତ ଉପଭୋକ୍ତାଙ୍କୁ ଫାଇଦା ମିଳନ୍ତା। ସେହିଭଳି କେନ୍ଦ୍ରୀୟ ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥାରୁ ବିଦ୍ୟୁତ୍‌ ନଆଣି ଗ୍ରିଡ୍‌କୋ ଏଥର ବି ୩୨୫ କୋଟି ଟଙ୍କାର ଅଧିକ ବ୍ୟୟ ବରାଦ କରିବା ସମୀକ୍ଷକମାନଙ୍କୁ ଆଚମ୍ବିତ କରିଛି। ସେହି ବିଦ୍ୟୁତ୍‌କୁ କିଣି ଗ୍ରି଼ଡ୍‌କୋ ଯଦି ଯଥାର୍ଥ ବ୍ୟବସାୟ କରନ୍ତା. ତେବେ ଏହି ଏତେ ବଡ଼ ଅର୍ଥରାଶିର ଚାପ ଉପଭୋକ୍ତାଙ୍କ ମୁଣ୍ଡରେ ପଡ଼ନ୍ତା ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button