ଦେଶ ବିଦେଶ

ବିହାର:- ହିନ୍ଦୁ ପୁଅକୁ ମୁସଲମାନ ଝିଅ ପ୍ରେମକଲେ ଏହିପରି ଦଣ୍ଡ ମିଳେ

ବିହାର ବିହାର ନଓ୍ବାଦା ଜିଲ୍ଲାରେ ଜଣେ ମୁସଲମାନ ଝିଅ ହିନ୍ଦୁ ପୁଅକୁ ପ୍ରେମ କରିବା ପଡିଲା ମହଙ୍ଗା। ସେହି ୧୮ ବର୍ଷୀୟ ଝିଅକୁ ଗଛରେ ବାନ୍ଧି ତାଙ୍କ ପରିବାର ଲୋକେ ବେତ୍ରାଘାତ କରିଛନ୍ତି। ଗ୍ରାମ ପଞ୍ଚାୟତର ଆଦେଶ କ୍ରମେ ଝିଅଟି ପ୍ରତି ଏପରି ଦଣ୍ଡ ବିଧାନ କରାଯାଇଥିଲା।

ବାପାମା ଝିଅଟିକୁ ଏକ ଗଛରେ ୫ ଘଣ୍ଟା ପର୍ଯ୍ୟନ୍ତ ଅତି ଅମାନୁଷିକ ଭାବେ ବାନ୍ଧି ଦେଇଥିବା ଜଣାପଡିଛି। ଏସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ଝିଅଟିକୁ ଉଦ୍ଧାର କରିବା ସହ ପରବର୍ତ୍ତି ସମୟରେ ଏପରି କାର୍ଯ୍ୟ ନ କରିବା ପାଇଁ ପରିବାର ଲୋକଙ୍କୁ ଚେତାବନୀ ଦେଇଛି।

ସୂଚନାଅନୁସାରେ, ଝିଅଟି କିଛିଦିନ ତଳେ ତାଙ୍କ ପ୍ରେମିକଙ୍କ ସହ   ସହ ଘରୁ ଚାଲିଯାଇଥିଲେ। ଏହାପରେ ଉଭୟେ ପୁଅଘରେ ଥିବା ଖବର ପାଇ ଝିଅର ପରିବାର ଲୋକେ ସେଠାରେ ପହଞ୍ଚି ଝିଅକୁ ଫେରାଇ ଆଣିଥିଲେ। ପରେ ପଂଚାୟତ  ବସାଇ  ଝିଅଟିକୁ ଏହିପରି ଦଣ୍ଡ ବିଧାନ କରାଯାଇଥିବା ସେ ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button