କୋରାପୁଟିଆ ଦେଶିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ପାଙ୍ଗୁଆ ଯୋଜନା’ର ଶୁଭମୁକ୍ତି – bajravana
[ad_1]
ଜୟପୁର: ସ୍ଥାନ ‘‘ସ୍ୱର ଘୁଙ୍ଗୁର’’ଅନୁଷ୍ଠାନ ପରିସରରେ ୟୁଟୁବ ଚାନେଲ ‘‘ୱି ଥ୍ରି କ୍ରିଏସନ୍ସ୍’’ ଦ୍ୱାରା ପ୍ରସ୍ତୁତ କୋରାପୁଟିଆ ଦେଶିଆ କ୍ଷୁଦ୍ର ଚଳଚ୍ଚିତ୍ର ‘‘ପାଙ୍ଗୁଆ ଯୋଜନା’’ ବିଶିଷ୍ଟ ନାଟ୍ୟକାର ସନ୍ତୋଷ ଦାଶଙ୍କ ଦ୍ୱାରା ଶୁଭମୁକ୍ତି ଲାଭ କରିଛି। ଏଥିରେ ସ୍ୱର ଘୁଙ୍ଗୁରର ମୁଖ୍ୟ ଧୀରେନ ମୋହନ ପଟ୍ଟନାୟକ, ବାଲ୍ୟକୃଷ୍ଣ ପଟ୍ଟନାୟକ, ପିୟୁଷ ପଟ୍ଟନାୟକ, ହର୍ଷିତା ପଟ୍ଟନାୟକ, ଅମର ମିଶ୍ର, ଗୋପାଳ ପଟ୍ଟନାୟକ, ଭାରତୀ ମିଶ୍ର ଏବଂ ଅନ୍ୟ କଳାକାରବୃନ୍ଦ ଉପସ୍ଥିତ ଥିଲେ। ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା, ଭିଡିଓଗ୍ରାଫି, ସଂପାଦନା, ସଂଗୀତ ଦେଇଛନ୍ତି କୈଶିକ ମିଶ୍ର, କାହାଣୀ, ରୂପସଜ୍ଜା ସବିତା ଶତପଥୀ, ସଂଳାପ ଓ ସ୍କ୍ରିନପ୍ଲେ କିଶୋର ମିଶ୍ର କରିଛନ୍ତି।
କୌଶିକ, ସବିତା, କିଶୋର, ତାରିଣୀ ପାତ୍ର, ଅନନ୍ତ ରାଉଳ, ସୁଧୀର ଦାଶ, ସପନ ରଥ, ରଘୁ ସାନ୍ତା ପ୍ରମୁଖ ଅଭିନୟ କରିଛନ୍ତି। ସରକାରଙ୍କ ମାଗଣା ଯୋଜନାର ଉପକାରିତା ଓ ଅପକାରିତାକୁ ନେଇ ଏହା ଏକ ସଚେତନତାଧର୍ମୀ ଚଳଚ୍ଚିତ୍ର ନିର୍ମିତ ହୋଇଛି। ଏଥି ପୂର୍ବରୁ ମଧ୍ୟ ୱି ଥ୍ରି କ୍ରିଏସନ୍ସ ଦ୍ୱାରା ପ୍ରସ୍ତୁତ କେତେଗୁଡିଏ କ୍ଷୁଦ୍ର ଚଳଚ୍ଚିତ୍ର ୟୁଟ୍ୟୁବରେ ଛଡାଯାଇଛି। ଉତ୍ସବରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏହା ଦର୍ଶକମାନଙ୍କ ଦ୍ୱାରା ବେଶ୍ ଆଦୃତ ହେବ ବୋଲି ମତବ୍ୟକ୍ତ କରିଛନ୍ତି। ଗୋଟିଏ ପରିବାରର ବାପା, ମା ଓ ପୁଅର ମିଳିତ ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି।
[ad_2]