ଓଡିଆ ସିନେମା କେଉଁ ଦିଗକୁ ଗତି କରୁଛି? ମନ୍ତବ୍ୟ ରଖିଲେ ମନୋଜ, ଅରିନ୍ଦମ ଓ ଅନୁପମ – bajravana
[ad_1]
ଭୁବନେଶ୍ୱର: ଓଡିଆ ସିନେମା କେଉଁ ଦିଗକୁ ଗତି କରୁଛି ? ଓଡିଆ ସିନେମାର ଭବିଷ୍ୟତ କଣ ? ଏ ପ୍ରଶ୍ନ ସେତେବେଳେ ଉଠୁଛି ଯେତେବେଳେ ଓଡିଶାରେ ସିନେମାକୁ ନେଇ ବିବାଦ ହେଉଛି । ଆଉ ସେହି ବିବାଦ ଫିଲ୍ମରେ ମିଳିଥିବା ସବୁ ସଫଳତାରେ କାଳିମା ବୋଳି ଦେଉଛି । ତେବେ ଓଡିଆ ସିନେମା ବାଟରେ କଣ୍ଟା କିଏ ଯଦି କୁହାଯିବ ତାହାର ଭିନ୍ନ ଭିନ୍ନ ମତ ଆସିବ । ଯାହାକୁ ପାଇବା ପାଇଁ କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭରେ ପ୍ରଚେଷ୍ଟା ହୋଇଛି । ଅଭିନେତା ମନୋଜ ମିଶ୍ର ଓ ଅରିନ୍ଦମ ରୟ ଏବଂ ଫିଲ୍ମନିର୍ମାତା ଅନୁପମ ପଟ୍ଟନାୟକ ସାମିଲ ହୋଇ ନିଜ ମତ ରଖିଛନ୍ତି ।
ଏନେଇ ଅନୁପମ ପଟ୍ଟନାୟକ କହିଛନ୍ତି କଣ୍ଟା ମୋ ହିସାବରେ କେହି ନୁହେଁ । ମୁଁ ଏଠାକୁ ଭଲ ସିନେମା କରିବାକୁ ଆସିଛି । ଓଲିଉଡ ଗୋଟେ ଛୋଟିଆ ଇଣ୍ଡଷ୍ଟ୍ରି । ଏଠାରେ ଏମିତି ହେବ କେବେ ଭାବିନଥିଲି । ଫିଲ୍ମରୁ ଲାଭ ମିଳିବ ଏବଂ ରାଷ୍ଟ୍ରପତି ପୁରସ୍କାର ଦେବେ, ଏହି ୨ଟି ଜିନିଷ ହେଲେ ମୋ ପାଇଁ ଓଡ଼ିଆ ସିନେମା ହିଟ୍ । ମୁଁ ନିର୍ମାଣ କରିଥିବା ପ୍ରତୀକ୍ଷା ଫିଲ୍ମ ଲାଭ ଦେଇଛି ଏବଂ ପୁରସ୍କାର ମଧ୍ୟ ପାଇଛି । କିଛି ସମସ୍ୟା ପାଇଁ ଗୋଟେ ଗୋଟେ କଣ୍ଟା ରହି ଯାଇଛି । ଡିଷ୍ଟ୍ରିବ୍ୟୁସନ ସିଷ୍ଟମ, ଥିଏଟର ନାହିଁ, ଲୋକେ ପସନ୍ଦ କରୁ ନାହାନ୍ତି ଓଡିଆ ସିନେମା ଦେଖିବାକୁ । ପ୍ରତୀକ୍ଷା ଫିଲ୍ମର ପ୍ରଥମ ଦିନ ମୋର ୩ଟା ସୋ’ ଥିଲା, ୩ୟ ଦିନରେ ୧୮ଟି ସୋ’ରେ ପହଞ୍ଚିଲା । ସିନେମା ଏମିତି ହେବା ଦରକାର ଯାହାକୁ ଲୋକେ ପସନ୍ଦ କରିବେ ଏବଂ ଗୋଟିଏ ସୋ’ରୁ ୧୮ଟି ସୋ’ରେ ପହଞ୍ଚିବ । ଯଦି ସିନେ ଜଗତକୁ ଆଗକୁ ନେବାର ଅଛି ତାହାଲେ ସମସ୍ତେ ମିଶିକି କାମ କରିବା ଦରକାର । ସେହିପରି ଅରିନ୍ଦମ ରୟ କହିଛନ୍ତି ଯେ ଭଲ ସିନେମା ତିଆରି କରିବାରେ କୌଣସି କଣ୍ଟା ନାହିଁ । ମେକିଂରେ ସମସ୍ୟା ନାହିଁ ଥିଙ୍କିଙ୍ଗରେ ସମସ୍ୟା ରହଛି । ଏବେ ଲୋକେ କହିଲେଣି ଆମେ ଡବିଂ ସିନେମା ଦେଖିବୁନି । ପୂର୍ବରୁ ରିମେକ ଫିଲ୍ମ ହିଟ୍ ହୋଇଛି । ଦର୍ଶକଙ୍କ ରୁଚି କଣ, ଦର୍ଶକଙ୍କ କଣ ଦେଖିବାକୁ ଚାହୁଁଛନ୍ତି ତାହା ଜାଣି ଯଦି ସିନେମା ତିଆରି ହେବ ତାହା ସଫଳ ହେବ । ଭଲ ସିନେମା ଆସିବା ଦରକାର, ତାପରେ ଯାଇ ହଲ୍ ମିଳିବ । ଓଲିଉଡରେ କ୍ରିଏଟିଭ ଲୋକ ନାହାନ୍ତି ବୋଲି କହିବା ଠିକ୍ ନୁହେଁ । କେହି ଜାଣନ୍ତିନି କେତେବେଳେ କିଏ ଭଲ ସିନେମା କରିଦେବ । ସେତେବେଳେ କଣ ଏହି କଥାକୁ ଫେରାଇହେବ । ଓଲିଉଡରେ ବହୁତ କ୍ରିଏଟିଭ ଲୋକ ଅଛନ୍ତି, ଆଗକୁ ଓଲିଉଡରେ ବହୁତ ଭଲ ସିନେମା ହେବ ଏକଥା ନିଶ୍ଚିତ । ଓଡିଆ ସିନେମାନେ ପରିବର୍ତ୍ତନର ଯୁଗ ଆରମ୍ଭ ହେଲାଣି ।
ସେହିପରି ମନୋଜ ମିଶ୍ର କହିଛନ୍ତି ଯେ ଓଡ଼ିଶା ସିନେମାକୁ ନେଇ ମୋର ମାନସିକ ଅବସ୍ଥା ଠିକ୍ ସ୍ଥାନରେ ଅଛି ଏବଂ ସ୍ପଷ୍ଟ ଅଛି । କିନ୍ତୁ ବ୍ୟବସ୍ଥା ମୋତେ ଦୁଃଖୀ କରିଦେଇଛି । ସରକାର ଜାଣିନାହାନ୍ତି ଓଡ଼ିଶାରେ ସିନେମା ତିଆରି ହୁଏ ନା ନାହିଁ । ଯଦି ଜାଣିଥାନ୍ତେ ତେବେ ଡିଷ୍ଟ୍ରିବ୍ୟୁସନ ବ୍ୟବସ୍ଥା ଏତେ ଖରାପ ନଥାନ୍ତା କି ଓଡ଼ିଆ ସିନେମା ଲୋପ ପାଇବାକୁ ବସିନଥାନ୍ତା । ଓଡ଼ିଶା ସିନେମା ପାଇଁ ସବୁଠୁ ବଡ କଣ୍ଟା ହେଉଛି ଓଏଫଡିସି । ପ୍ରତିଟି ଓଡିଆ ସିନେମାକୁ ପ୍ରାଇମ୍ ଟାଇମ୍ ମିଳିବା ଦରକାର । ଓଡ଼ିଶା ସିନେମା ଆଗକୁ ବଢିବା ବେଳେ ଏହାକୁ ହାତ ଧରି ଆଗକୁ ନେବାର ଦାୟିତ୍ୱ ସରକାରଙ୍କର ।
[ad_2]