‘ପୁଅକୁ ମୁଁ ଖୁବ ଭୟ କରେ, ବୈଠକରେ ବିଳମ୍ବରେ ପହଞ୍ଚିଥିବାରୁ ସେ ମୋତେ ଗାଳି ବି କରିଛି’: ଅମୀର – bajravana
[ad_1]
ନୂଆଦିଲ୍ଲୀ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। ଆମୀର ଖାନଙ୍କ ସହ ତାଙ୍କ ଝିଅ ଇରା ଖାନ ଏବଂ ପୁଅ ଜୁନୈଦ ଖାନ ମଧ୍ୟ ଲାଇମଲାଇଟରେ ରହିଛନ୍ତି। ନିକଟରେ ଆମୀର ଖାନ ଏକ ସାକ୍ଷାତକାରରେ ତାଙ୍କ ପୁଅ ଜୁନୈଦଙ୍କ ବିଷୟରେ କିଛିକଥା ଆଲୋଚନା କରିଛନ୍ତି।
ସାକ୍ଷାତକାରରେ ଆମୀର ଖାନ ତାଙ୍କ ପୁଅ ଜୁନୈଦ ଖାନଙ୍କ ବିଷୟରେ ଆଲୋଚନା କରି କହିଛନ୍ତି, ‘ ପୁଅ ‘ପ୍ରୀତମ ପ୍ୟାରେ’ରୁ ଚଳଚ୍ଚିତ୍ର ନିର୍ମାତା ଭାବେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛି। ଯେଉଁଥିରେ ମୁଁ ଅଳ୍ପ କିଛି ଦୃଶ୍ୟରେ ନଜର ଆସିବି। ଜୁନୈଦଙ୍କ ବ୍ୟକ୍ତିଗତ ଜୀବନ କଥା କହିଲେ, ଜଣେ ଷ୍ଟାରଙ୍କ ପିଲା ହେବା ସତ୍ତ୍ବେ ଜୁନୈଦଙ୍କ ନିଜସ୍ୱ କାର ନାହିଁ । ସେ ସର୍ବଦା ସାଧାରଣ ପରିବହନ ଦ୍ୱାରା ଯାତ୍ରା କରିବାକୁ ପସନ୍ଦ କରେ। ଏମିତି କି କୌଣସି ସ୍ଥାନକୁ ଯିବାକୁ ହେଲେ ସେ ବିମାନ ପରିବର୍ତ୍ତେ ଟ୍ରେନରେ ଯାଇଥାଏ।
ତାର ପ୍ରତ୍ୟେକ ବିଷୟ ପ୍ରତି ଜ୍ଞାନ ଅଛି କିନ୍ତୁ ସେ ଲୋକଙ୍କ ସହିତ ବେଶୀ କଥା ହୋଇପାରେ ନାହିଁ। ମୁଁ ଜୀବନରେ ଯଦି କାହାକୁ ଭୟ କରେ ସେ ହେଉଛି ମୋ ପୁଅ। ମୁଁ ଜୁନୈଦକୁ ଖୁବ ଭୟ କରେ । ପୁଅ ହେଉଛି ମୋର ବଡ଼ ଆଲୋଚକ। ଜୁନୈଦ ସମୟର ସଦଉପଯୋଗ କରେ। ଏମିତି କି ସେ ଯଦି କୌଣସି ବୈଠକ ଆୟୋଜନ କରି ମୋତେ ଡାକିଛି, ମୁଁ ସେଠାରେ ବିଳମ୍ବରେ ପହଞ୍ଚିଛି ସେ ମୋ ଉପରେ ଖୁବ ରାଗିଯାଇଥାଏ।’
[ad_2]