ଘାରିଲାଣି ମଶା ଡର: ପ୍ରତି ୪ ପରିବାରରୁ ଜଣେ ମଶାଜନିତ ରୋଗର ଶିକାର – bajravana
[ad_1]
୪୩% ପରିବାର ମଶା ନିୟନ୍ତ୍ରଣ ପାଇଁ ମାସକୁ ଖର୍ଚ୍ଚ କରୁଛନ୍ତି ୨ଶହରୁ ଅଧିକ
ଭୁବନେଶ୍ବର: ଓଡ଼ିଶା ସମେତ ଦେଶ ବର୍ଷ ବର୍ଷ ଧରି ମଶାଜନିତ ରୋଗର ମୁକାବିଲା କରିଆସୁଛି। ମ୍ୟାଲେରିଆ, ଡେଙ୍ଗୁ, ଚିକିନ୍ଗୁନିଆ ଓ ଜେଇ ଭଳି ରୋଗ ପ୍ରତିବର୍ଷ ଶତାଧିକ ମୁଣ୍ଡ ନେଉଛି। ବିଗତ ୩ବର୍ଷରେ ଦେଶର ୪ ପରିବାରରୁ ଜଣେ ମଶାଜନିତ ରୋଗର ଶିକାର ହୋଇ ଚିକିତ୍ସିତ ହୋଇଛନ୍ତି। ଲୋକମାନେ ମଶା ପ୍ରତିରୋଧକ ଉପରେ ଅଧିକ ନିର୍ଭରଶୀଳ ଥିବା ବେଳେ ପୌର ସଂସ୍ଥା ଫଗିଂ ଜରିଆରେ ମଶା ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ‘ଲୋକାଲ ସର୍କଲ’ ସଂସ୍ଥା ପକ୍ଷରୁ ହୋଇଥିବା ସର୍ବେକ୍ଷଣରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ସଂସ୍ଥା ପକ୍ଷରୁ ଦେଶର ୩୨୭ଟି ଜିଲ୍ଲାର ୫୮ହଜାର ଲୋକଙ୍କୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା। ଏଥିରେ ୭୩% ଲୋକ ନିଜ ଅଞ୍ଚଳର ପୌର ସଂସ୍ଥା ଗତ କିଛିବର୍ଷ ଭିତରେ ମଶା ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା କୁହାଯାଇଛି। ଏପରିକି ମୌସୁମୀ ଋତୁରେ ମଧ୍ୟ ପୌର ସଂସ୍ଥା ମଶା ନିୟନ୍ତ୍ରଣ କରିପାରିନାହାନ୍ତି। ସର୍ବେକ୍ଷଣରେ ସାମିଲ ହୋଇଥିବା ୨୮%
ଲୋକ କହିଛନ୍ତି ଯେ ସେମାନେ କିମ୍ବା ତାଙ୍କ ପରିବାର ମଶା କାମୁଡ଼ିବା ଦ୍ବାରା ରୋଗାକ୍ରାନ୍ତ ହୋଇଛନ୍ତି। ତଥ୍ୟ ଅନୁସାରେ, ୧୯% ଲୋକଙ୍କ ପରିବାରର ଏକାଧିକ ଏଥିରେ ଅସୁସ୍ଥ ହୋଇଥିବା ବେଳେ ୯% ଲୋକଙ୍କ ଜଣେ ସଦସ୍ୟ ମଶା କାମୁଡ଼ିବା ଦ୍ବାରା ଅସୁସ୍ଥ ହୋଇଛନ୍ତି।
ମଶା ସମସ୍ୟା ଦେଶରେ ନୂଆ ନୁହେଁ। ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ଲୋକ ମଶା କାମୁଡ଼ିବା ଫଳରେ ଅସୁସ୍ଥ ହେଉଛନ୍ତି ଓ ଅନେକଙ୍କ ମୃତ୍ୟୁ ହେଉଛି। ହେଲେ ମଶା ନିୟନ୍ତ୍ରଣ ପାଇଁ ପୌର ସଂସ୍ଥାଗୁଡ଼ିକ ଯେଉଁଭଳି ସକ୍ରିୟ ଭୂମିକା ଗ୍ରହଣ କରିବା କଥା ତାହା ଦେଖିବାକୁ ମିଳୁ ନ ଥିବା ଲୋକାଲ ସର୍କଲ ସଂସ୍ଥାର ପ୍ରତିଷ୍ଠାତା ସଚିବ ତାପାରିଆ କହିଛନ୍ତି। ଦେଶର ଅନେକ ରାଜ୍ୟରେ ୧୦୦୦-୧୦୦୦୦ ପର୍ଯ୍ୟନ୍ତ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଦର୍ଶାଇଛନ୍ତି। ତଥାପି ଅନେକ ମାମଲାର ଠିକ୍ ରିପୋର୍ଟିଂ ମଧ୍ୟ ହୋଇନାହିଁ। କାରଣ ଅନେକ ଲୋକ ଗୃହ ଚିକିତ୍ସାରେ ୭-୧୦ ଦିନ ଭିତରେ ସୁସ୍ଥ ହୋଇପାରୁଥିବା ସର୍ବେକ୍ଷଣରେ ନଜରକୁ ଆସୁଛି। ସେହିପରି ଡେଙ୍ଗୁକୁ ବାଦ୍ ଦେଲେ ମ୍ୟାଲେରିଆ ଓ ଚିକିନ୍ଗୁନିଆ ମଧ୍ୟ ବୃଦ୍ଧି ପାଇଥିବା ନଜରକୁ ଆସିଛି। ୫୪% ଲୋକ ମଶାମରା ସ୍ପ୍ରେ କିମ୍ବା ଲିକ୍ବିଡ୍ ବ୍ୟବହାର କରୁଛନ୍ତି ୫୨% ଲୋକ ବ୍ୟାଟେରି ଦ୍ବାରା ପରିଚାଳିତ ମଶା ମରା ବ୍ୟବହାର ୨୮% ମଶା ପ୍ରତିରୋଧକ କ୍ରିମ୍ ୨୬% ମଶା ମରା କଏଲ୍
୪% ପ୍ୟାଚେସ୍ ଭାରତୀୟମାନେ ପ୍ରତିବର୍ଷ ୯୦୦ ମିଲିଅନ ଡଲାର ମଶା ମରା ଉତ୍ପାଦ ପାଇଁ ଖର୍ଚ୍ଚ କରୁଛନ୍ତି। ୪୩% ପରିବାର ୨ଶହ କିମ୍ବା ତା’ଠାରୁ ଅଧିକ ଟଙ୍କା ମଶା ନିୟନ୍ତ୍ରଣ ପାଇଁ ଖର୍ଚ୍ଚ କରନ୍ତି।
[ad_2]