ଓଡିଶା

ବଦ୍ରୀ ନାରାୟଣ ପାତ୍ର ମନ୍ତ୍ରୀ ପଦରୁ ବିଦାହେବେ !!!

ଭୁବନେଶ୍ୱର – ରାଜ୍ୟର ବରିଷ୍ଠ ମନ୍ତ୍ରୀ ତଥା ନବୀନ ସରକାର ମନ୍ତ୍ରୀ ମଣ୍ଡଳର ଜଣେ ଟାଣୁଆମନ୍ତ୍ରୀ ମନ୍ତ୍ରୀ ପଦରୁ ବିଦାହେବାର ସମ୍ଭାବନା ଦେଖା ଯାଇଛି । ସାଧାରଣ ଜନତାଙ୍କର ସ୍ୱରକୁ ରୋକିବାର ସାହାସ କେଉଁ ସରକାରଙ୍କର ନାହିଁ , ଏହା ସବୁ ସମୟରେ ବହୁବାର ପ୍ରମାଣିତ ହୋଇଛି । ଗତ ସେପ୍ଟମ୍ବର ୬ ତାରିଖର ଅଭାବନୀୟ ଘଟଣା ବିଜେଡି ସରକାରର ଗୁଣ୍ଡା ଗର୍ଦୀ ର କଥାକୁ ଯେକେହି ଜାଣିଲେ ସରକାରର ନ୍ୟାୟିକ ବ୍ୟବସ୍ଥା ଉପରୁ ଆସ୍ଥା ତୁଟାଇବ । ମନ୍ତ୍ରୀ ବଦ୍ରି ନାରାୟୁଣ ପାତ୍ରଙ୍କ ପ୍ରୋତ୍ସହନରେ କେଉଁଝରର ଘସିପୁରା ଥାନା ଅଂଚଳରେ ତାଙ୍କର ପୁଅ ଦେବାଶିଷ ଓରଫ ଟୁଟୁ ପାତ୍ର ଓ ତାଙ୍କର ସହେଯାଗୀ ମାନେ ସେଠାରେ ଏଭଳି ଅବସ୍ଥା ଭିଆଉଛନ୍ତି ସାଧାରଣ ମଣିଷ ସେଠାରେ ଜୀବନ ଧରି ବଂଚିବା କଷ୍ଠ ସାଧ୍ୟ । ସେଦିନ ସେପ୍ଟେମ୍ବର ୬ ତାରିଖ ଗୁରୁବାର ଘସିପୁରା ଥାନାର ଶଇଲଙ୍ଗ ଛକ ନିକଟରେ ଏହ ୪ ଚକିଆ ଗାଡିରେ ଯାଉଥିବା ସମୟରେ ପୂର୍ବ ଶତୃତାକୁ ଆଳ କରି ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ପୁଅ ଟୁଟୁ ପାତ୍ର ଓ ତାର ସହକର୍ମୀ ମାନେ ଖଣ୍ଡା ଭୂଜାଲି ଓ କୀଳା ମାଧ୍ୟମରେ ଗାଡିକୁ ଗୋଡାଇ ଗୋଡାଇ ଅଟକାଇ ଥିଲେ । ସେହି ଗାଡିରେ ସୁବ୍ରତ ଜେନା , ତାର ଭାଇ ଜିତୁ ଜେନା ଓ ତାଙ୍କର ସାଥିମାନେ ଯାଉଥିଲେ ଓ ଅତ୍ୟନ୍ତ ନିର୍ମମ ଭାବେ ସେମାନଙ୍କୁ ଗାଡିରୁ ଟାଣି ମନ୍ତ୍ରୀଙ୍କ ପୁଅ ହାଣି ଚାଲିଥିଲେ । ସେହି ହାଣିବା ବେଳର ଦୃଶ୍ୟ ବିଭିନ୍ନ ଗଣ ମାଧ୍ୟମରେ ରେକଡିଂ କରାଯାଇ ଦେଖାଯାଉଥିବାର ନଜରକୁ ଆସିଛି । ସେହି କେଶକୁ ଆଧାର କରି ରାମଚନ୍ଦ୍ରପୁର ପୋଲିସ ଯାଜପୁର ଛତିଆ ନିକଟରୁ ଟୁଟୁ ପାତ୍ର ଓ ସହେଯାଗୀ ମାନଙ୍କୁ ଗିରଫ କରି ଜେଲ କୁ ପଠାଇ ଦେଇଛି । ଏପରିକି ସେସମୟରେ ପୋଲିସ ମାନଙ୍କୁ ଶ୍ରୀ ପାତ୍ର ଆକ୍ରମଣ କରିଥିବାରୁ ପୋଲିସ ମଧ୍ୟ ଅନୁରୁପ ଭାବେ ଟୁଟୁ ପାତ୍ର ଓ ତାହାର ୮ ଜଣ ସହେଯାଗୀଙ୍କ ଉପରେ କେଶ ରୁଜ୍ଜ କରିଛି । ଏହି କେଶ କୁ ଆଧାର କରି ମନ୍ତ୍ରୀ ଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ବିଭିନ୍ନ ମଗହଲରେ ଦାବୀ ହେବା ସହିତ ଶହ ଶହ ସଂଖ୍ୟାରେ ଲୋକ ରାସ୍ଥାରୋକ ଠାରୁ ଥାନା ଘେରାଉ କରିଛନ୍ତି । ମନ୍ତ୍ରିଙ୍କୁ ତାଙ୍କର ଗୁଣ୍ଡାରାଜ ପାଇଁ ବରଖାସ୍ତ କରିବାକୁ ଦାବୀ କରାଯାଇଛି । ତେବେ ଏହି ଦାବି ଦିନକୁ ଦିନ ଯୋର ଧରିଥିବାର ଜଣା ଯାଇଛି । ନିଜେ ଶିକ୍ଷା ମନ୍ତ୍ରୀ ହୋଇଥିବାରୁ ବିଜେଡି ସରକାରଙ୍କର କୈାଣସି ମନ୍ତ୍ରୀ କିମ୍ବା ବିଧାୟକ ଶିକ୍ଷକ ମାନଙ୍କର ଦୀର୍ଘ ୫୦ ଦିନ ଧରି ଚାଲିଥିବା ଦାବୀକୁ କର୍ଣ୍ଣ ପାତ ନକରିବା ଓ ତାଙ୍କର ସଭା ସମିତି କିମ୍ବା ଆନ୍ଦୋଳନକୁ ଆସିବାର ନଜିର ଦେଖା ଦେଇ ନଥିଲେ ମଧ୍ୟ ସରକାରଙ୍କର ପ୍ରିୟ ଓ ନିଜ ନିର୍ବାଚନ ମଣ୍ଡଳୀରେ କିଛି ଭୋଟରଙ୍କୁ ହାତରେ ରଖିବା ପାଇଁ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ୩୦ ଗୋଟି ଜିଲ୍ଲାରେ ଶିକ୍ଷକ ମାନଙ୍କର ଅନଶନ ସମାବେଶ ଚାଲିଥିବା ବେଳେ ନିଜ ଜିଲାରେ ଚାଲିଥିବା ସମାବେଶରେ ମନ୍ତ୍ରୀ ବଦ୍ରି ପାତ୍ର ଯୋଗେଦବାର ନଜିର ସାମ୍ନାକୁ ଆସିଛି । ଏହା ପଦ ବଂଚାଇବାକୁ ହେଉ ବା ଭୋଟ ବଂଚାଇବାକୁ ହେଉ ମନ୍ତ୍ରୀ ମହୋଦୟଙ୍କ ଅଭନବ ପ୍ରୟାସ , ତେବେ ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ରଖିଲେ ସାଧାରଣ ଲୋକଙ୍କ ବିତସ୍ପୃହ ଭାବ ଅଗ୍ନିସମ ରୂପ ଧାରଣ କରିବା ନିଶ୍ଚିତ ହୋଇଯାଇଛି ।ତେଣୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପାତ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାଦେଦବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ବୋଲି ବଜ୍ରବାଣ ଆକଳନ କରୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button