ମନୋରଞ୍ଜନ

ବିବାହ ଶାଢ଼ି ପିନ୍ଧି ଜାତୀୟ ପୁରସ୍କାର ଗ୍ରହଣ କରିବାକୁ ପହଞ୍ଚିଲେ ଆଲିଆ ଭଟ୍ଟ – bajravana

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପାଇଁ ଆଜି ଏକ ବିଶେଷ ଦିନ। ତାଙ୍କୁ ଆଜି ଜାତୀୟ ପୁରସ୍କାରରେ ସମ୍ମାନିତ କରାଯିବ। ଗଙ୍ଗୁବାଇ କାଠିଆୱାଡି ଚଳଚ୍ଚିତ୍ର ପାଇଁ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ଗ୍ରହଣ କରିବେ। ପୂର୍ବରୁ ତାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଆଜି ଆଲିଆ ପୁରସ୍କାର କାର୍ଯ୍ୟକ୍ରମରେ ଯୋଗଦେଇ ପୁରସ୍କାର ଗ୍ରହଣ କରିବେ। ଏହି ବିଶେଷ କାର୍ଯ୍ୟକ୍ରମ ପାଇଁ ଆଲିଆ ଏକ ସ୍ୱତନ୍ତ୍ର ଶାଢ଼ି ପିନ୍ଧିଥିବା ଦେଖାଯାଇଥିଲା। ଏହି ଶାଢ଼ିଟି ସେ ତାଙ୍କ ଜୀବନର ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିନ ଅର୍ଥାତ୍ ତାଙ୍କ ବିବାହରେ ପିନ୍ଧିଥିଲେ।

ଏବେ ପୁରସ୍କାର ଗ୍ରହଣ କରିବା ପାଇଁ ମଧ୍ୟ ସେ ସେହି ଶାଢ଼ି ପିନ୍ଧି ଆସିଥିବା ଦେଖିବାକୁ ମିଳିଛି। ଏହି ଶାଢ଼ି ପିନ୍ଧିବା ସହ ସେ ମଥାରେ ଲାଲ ରଙ୍ଗର ବିନ୍ଦି କେଶରେ ଧଳା ରଙ୍ଗର ଗୋଲାପ ଫୁଲ ପିନ୍ଧିଥିବା ଭାଇରାଲ ଫଟୋରେ ଦେଖିବାକୁ ମିଳିଛି। ଆୱାର୍ଡ ସୋ’ରେ ଆଲିଆ ନିଜ ସ୍ବାମୀ ରଣବୀର କପୁରଙ୍କ ସହ ନଜର ଆସିଥିବା ବେଳେ ସେ କଳା ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button