ଓଡିଶା

ଉତ୍ତର ଘୁମୁସର ବନଖଣ୍ଡରେ ବାଘ ଗଣନା ଆରମ୍ଭ: ସକାଳ ୬ରୁ ୧୦ ପର୍ଯ୍ୟନ୍ତ ବୁଲିବେ ଟିମ୍ – bajravana

[ad_1]

ପଗ୍ ମାର୍କ ସଂଗ୍ରହ ପାଇଁ ପିଆଇପି ପ୍ରସ୍ତୁତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଆଜିଠୁ ପ୍ରଥମ ପର୍ଯ୍ୟାୟ ବାଘ ଗଣନା ଆରମ୍ଭ ହୋଇଛି। ୫ଟି ରେଞ୍ଜ୍‌ର ୭୫ଟି ବିଟ୍‌ରେ ଆସନ୍ତା ୩୧ ତାରିଖ ଯାଏ ବନ ବିଭାଗର ତାଲିମପ୍ରାପ୍ତ କର୍ମଚାରୀଙ୍କ ଦ୍ବାରା ଏହି ଗଣନା ହେବ। ଏହାସହ ପ୍ରତି ଡିଭିଜନ୍ ପକ୍ଷରୁ ୬ ଦିନ ବ୍ୟାପୀ ବାଘ ସହ ଅନ୍ୟ ବନ୍ୟଜନ୍ତୁଙ୍କ ମଧ୍ୟ ଗଣନା ହେବ ବୋଲି ସୂଚନା ମିଳିଛି। ପ୍ରତି ଟିମ୍‌ରେ ୨ ଜଣ କର୍ମଚାରୀ ସାମିଲ ହୋଇଛନ୍ତି। ବିଭିନ୍ନ ଉପକରଣ ଧରି ସେମାନେ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ଦିଗରେ ବୁଲିବେ। ଏହି ସମୟରେ ବାଘର ପାଦଚିହ୍ନ ସହ ମଳ, ନିଶ ଓ ରାମ୍ପୁଡ଼ା ଚିହ୍ନ ଆଦିକୁ ଚିହ୍ନଟ କରାଯିବ। ବାଘ ଭଳି ମାଂସାହାରୀ ପ୍ରାଣୀ ମୁଖ୍ୟତଃ ଜଙ୍ଗଲୀ ରାସ୍ତାରେ ଯାତାୟତ କରିଥାଏ। ପ୍ରଥମ ତିନିଦିନ ଏହାର ଗଣନା ପାଇଁ ଜଙ୍ଗଲ ଭିତରେ ୫ରୁ ୭ କିମି ଟିମ୍‌ ଚାଲିଚାଲି ତଥ୍ୟ ସଂଗ୍ରହ କରିବେ। ପରବର୍ତ୍ତୀ ତିନିଦିନ ପୁଣି ସେହି ଇଲାକାରେ ଜଙ୍ଗଲ ଭିତରେ ଥିବା ଟ୍ରାନ୍‌ଜିଟ୍‌ ଲାଇନ୍‌ରେ ବନ୍ୟଜନ୍ତୁଙ୍କୁ ଦେଖି ଗଣନା କରିବେ।

ଏଥିପାଇଁ ପ୍ରତି ବିଟ୍‌ରେ ବନ୍ୟଜନ୍ତୁ ଚଳାଚଳ କରୁଥିବା ଏବଂ ଜଳାଶୟ ଆଡ଼କୁ ଯାଇଥିବା ରାସ୍ତାରେ ସରୁବାଲି ପକାଯାଇ ପଗ୍ ଇମ୍ପ୍ରେସନ୍ ପେଡ୍ (ପିଆଇପି) ତିଆରି କରାଯାଇଛି। ସେହି ରାସ୍ତାରେ ବାଘ କିମ୍ବା ଅନ୍ୟ ଜନ୍ତୁ ଗଲେ ସେଥିରେ ତାର ପାଦ ଚିହ୍ନ ପଡ଼ିବ। ଯଦି ପାଦ ଚିହ୍ନ ମିଳେ ତେବେ ​ତା ଉପରେ କାଚ ପକାଇ ପ୍ଲାଷ୍ଟର୍ ଅଫ୍‌ ପ୍ୟାରିସ୍‌ରେ ସଂଗ୍ରହ କରି ପରୀକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗକୁ ପଠାଯିବ। ବାଘର ଗତିବିଧି ସଂର୍ପକରେ କୌଣସି ତଥ୍ୟ ମିଳିଲେ ସେହି ସ୍ଥାନରେ ନଭେମ୍ବର ୧ ତାରିଖରୁ ୧୫ ତାରିଖ ଯାଏ ଟ୍ରାପ୍ କ୍ୟାମେରା ଲଗାଯାଇ ଫଟୋ ସଂଗ୍ରହ କରାଯିବ। ପରୀକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗକୁ ପଠାଯିବ ବୋଲି ଏସିଏଫ୍‌ ବିକ୍ରମ ଦେବ ପଟ୍ଟନାୟକ ସୂଚନା ଦେଇଛନ୍ତି। ତେବେ ଜଗନ୍ନାଥପ୍ରସାଦ ଓ ତାରସିଂ ଇଲାକାରେ କଲରପତରିଆ ରହିଥିବା ନେଇ ସୂଚନା ମିଳିଥିବା ବେଳେ ତାହା ସ୍ପଷ୍ଟ ହୋଇନାହିଁ।

ରାଜ୍ୟର ଅନ୍ୟତମ ପ୍ରମୁଖ ବନଖଣ୍ଡ ଉତ୍ତର ଏବଂ ଦକ୍ଷିଣ ଘୁମୁସରରେ ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁ ସହ କଲରାପତରିଆ ବାଘ ମଧ୍ୟ ରହିଛନ୍ତି। ବର୍ତ୍ତମାନ ଉତ୍ତର ଘୁମୁସର ବନଖଣ୍ଡର ୫ଟି ରେଞ୍ଜ୍ ତଥା ମୁଜାଗଡ଼ର ୨୦ ଟି ବିଟ୍‌, ଗାଲେରୀର ୯ଟି ବିଟ୍‌, ତାରସିଂର ୧୦ ଟି ବିଟ୍‌, ଜଗନ୍ନାଥପ୍ରସାଦର ୧୦ଟି ବିଟ୍‌ ଓ କେନ୍ଦ୍ରୀୟ ବନାଞ୍ଚଳର ୧୫ଟି ବିଟ୍‌ରେ ଗଣନା ହେବ। ଆଗାମୀ ଦିନରେ ମଧ୍ୟ ଦକ୍ଷିଣ ଘୁମୁସର ବନଖଣ୍ଡର ଆସିକା, ବୁଗୁଡ଼ା, ପୋଲସରା, ସୋରଡ଼ା ଓ ବଡ଼ଗଡ଼ ଭଳି ୫ଟି ରେଞ୍ଜ୍‌ରେ ଗଣନା ହେବ ବୋଲି ଡିଏଫ୍ଓ ବିନୋଦ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button