ଓଡିଶା

ରାଇରଙ୍ଗପୁରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୧୦୧ ୟୁନିଟ୍‌ ରକ୍ତ ସଂଗୃହୀତ – bajravana

[ad_1]

ରାଇରଙ୍ଗପୁର: ମୟୂରଭଂଜ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟର ରକ୍ତ ଭଣ୍ଡାରରେ ରକ୍ତର ସଂକଟ ଥିବା ଯୋଗୁଁ ହସ୍ପିଟାଲର ସମ୍ମିଳନୀ କକ୍ଷରେ ରାଇରଙ୍ଗପୁର କ୍ରିକେଟ୍ କ୍ଲବ୍ ଓ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାର ଅଧିକାରିଣୀ ଡାକ୍ତର ସ୍ମିତାଶ୍ରୀ ବିରୁଆ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ରାଇରଙ୍ଗପୁର କ୍ରିକେଟ୍ କ୍ଲବର ସୌମିକ ଦାସ କାନୁନଗୋଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରକୁ ପରିଚାଳନା କରିବାରେ ରାଇରଙ୍ଗପୁର ସମ୍ବାଦ ପ୍ରତିନିଧି ତୁଷାର କାନ୍ତ ମହାନ୍ତ, ଅମିତସିଂ ମଦକ, ଅମନ ମହାନ୍ତି, ଜୀବନଜିତ୍ ସାହୁ, ସତ୍ୟଜିତ୍ ଦାସ, ପଂଚୁ ଲୋହାର, ଚିନ୍ମୟ ଦାସ, ନନ୍ଦନ କୁମାର, ଦେବା ମହାନ୍ତ, ଜଗା ମହାନ୍ତ, ସୌମ୍ୟରଞନ ଦାସ, ତପୋଇ ବେହେରା, ସୁନିତା ଗିରି, ଗତିକୃଷ୍ଣ ମହାନ୍ତଙ୍କ ସମେତ ବହୁ ଉକ୍ତ ଶିବିରକୁ ପରିଚାଳନା କରିଥିଲେ। ରାଇରଙ୍ଗପୁର ରକ୍ତ ଭଣ୍ଡାର ଅଧିକାରିଣୀ ଡଃ ସ୍ମିତାଶ୍ରୀ ବିରୁଆ, ଏଲଟି ଦେବବ୍ରତ ଗିରି, ସୁମନ୍ତ ଗିରି, ଚିରଞ୍ଜୀବି ମହାନ୍ତିଙ୍କ ସମେତ ଅନ୍ୟ କର୍ମଚାରୀମାନେ କରିଥିଲେ। ଶେଷରେ ଟିଟନ୍ ଦାସକାନୁନଗୋ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button