ନୀରବତା ଭାଙ୍ଗିଲେ ପାକିସ୍ତାନୀ ଉପସ୍ଥାପିକା – bajravana
[ad_1]
କରାଚି: ଭାରତରେ ଚାଲିଥିବା ଦିନିକିଆ ବିଶ୍ବକପ୍ର ପ୍ରଥମ ସପ୍ତାହ ନ ସରୁଣୁ ଭାରତ ଛାଡ଼ି ପଳାଇଥିବା ଲୋକପ୍ରିୟ ପାକିସ୍ତାନୀ ଉପସ୍ଥାପିତା ଜୈନାବ ଆବାସ ଶେଷରେ ମୁହଁ ଖୋଲିଛନ୍ତି। କେଉଁ କାରଣ ପାଇଁ ସେ ଭାରତ ଛାଡ଼ିଥିଲେ ବୋଲି ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଅତୀତରେ ଭାରତ ଓ ହିନ୍ଦୁ ଧର୍ମ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଭାରତରୁ ହଟାଯିବାକୁ ସାମାଜିକ ଗଣମାଧ୍ୟମରେ ଜୋରଦାର ଦାବି ହୋଇଥିଲା। ସମାଲୋଚନା ପରିପ୍ରେକ୍ଷୀରେ ସେ ଭାରତ ଛାଡ଼ି ଦେଇଥିଲେ। ଆଇସିସି କିନ୍ତୁ ସେ ଜୈନାବ ଆବାସ ବ୍ୟକ୍ତିଗତ କାରଣରୁ ସ୍ବଦେଶ ଯାଇଥିବା ସଫେଇ ଦେଇଥିଲା। ଜୈନାବ କିନ୍ତୁ ଏକ ଲମ୍ବା ସ୍ପଷ୍ଟୀକରଣରେ ଲେଖିଛନ୍ତି ‘ଭାରତ ଗସ୍ତର ମୁଁ ଭେଟିଥିବା ସମସ୍ତଙ୍କ ସହ ଭଲ ଭାବ ବିନିମୟ ହୋଇଥିଲା। ମୋତେ ଭାରତ ଛାଡ଼ିବାକୁ କେହି କହିନଥିଲେ କି ମୋତେ ପ୍ରତ୍ୟର୍ପଣ କରାଯାଇନାହିଁ। ମୋ ସୁରକ୍ଷା ପ୍ରତି ମଧ୍ୟ କୌଣସି ବିପଦ ନାହିଁ, କାରଣ ମୋତେ କିଛି ଧମକ ମିଳିନାହିଁ। ସୀମା ଏପାଖ ସେପାଖର ସମସ୍ତ ବଂଧୁଙ୍କ ଚିନ୍ତା କିନ୍ତୁ ବଢ଼ିଯାଇଛି। ଅତୀତରେ ମୁଁ ଯେଉଁ ପୋଷ୍ଟ କରିଥିଲି ସେଥି ପାଇଁ କାହାରିକୁ ବାଧିଥିଲେ ମୋତେ କ୍ଷମା କରିଦେବେ।’’
[ad_2]