ମନୋରଞ୍ଜନ

‘ଅଭିନୟ ଦୁନିଆରେ ଲୋକଙ୍କ ଚିନ୍ତାଧାରା ବଦଳି ଯାଇଛି, ସହଜ‌‌ରେ ମିଳୁନାହିଁ କାମ’: ହାସ୍ୟାଭିନେତା – bajravana

[ad_1]

ନୂଆଦିଲ୍ଲୀ: ହିନ୍ଦୀ ସିନେମା ଦୁନିଆରେ ଏମିତି ଅନେକ ହାସ୍ୟାଭିନେତା ଅଛନ୍ତି ଯେଉଁମାନଙ୍କୁ ଦେଖିବା ମାତ୍ରେ ଆପଣାଛାଏଁ ହସ ଲାଗିଥାଏ। ଏମିତି ଜଣେ ହାସ୍ୟାଭିନେତା ହେଉଛନ୍ତି ଟିକୁ ତଲସାନିଆ। ଟିକୁ ଏଯାବତ ୨୦୦ରୁ ଅଧିକ ସିନେମା‌ରେ କାମ କରିସାରିଥିବା ବେଳେ ତାଙ୍କ ପାଖରେ ଏବେ ‌କୌଣସି କାମ ନାହିଁ। କାମ ପାଇଁ ସେ ବାରମ୍ବାର ଅଡିସନ ଦେଉଛନ୍ତି, କିନ୍ତୁ ଅସଫଳ ହୋଇଯାଉଛନ୍ତି।

ଟିକୁ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି, ‘ସିନେମା ଦୁନିଆ ଯେଉଁଭଳି ଭାବେ ଆଗକୁ ବଢ଼ୁଛି, ସେଥିରେ ପାଦରେ ପାଦ ମିଳାଇବ‌ାକୁ ‌ଚେଷ୍ଟା କରୁଛି। ମୋର ପାଖରେ ଏବେ କିଛି କାମ ନାହିଁ। ତେଣୁ ବହୁତ କଷ୍ଟରେ ଅଛି। ଭଲ ଭୂମିକା ପାଇବା ପାଇଁ କ୍ରମାଗତ ଭାବେ ଅଡିସନ ଦେଉଛି। କିନ୍ତୁ ଚୟନ ହୋଇପାରୁ ନାହିଁ।

ସମସ୍ତେ ଭାବୁଛନ୍ତି ମୁଁ ସିନେ ଓ ଟେଲିଭିଜନ ଦୁନିଆରୁ ଅବସର ନେଇଯାଇଛି। କିନ୍ତୁ ସେପରି କିଛି ନୁହେଁ। ମୁଁ କଦାପି ଅଭିନୟ ଛାଡ଼ି ନାହିଁ। କିନ୍ତୁ ମୋ ବୟସ ଅନୁଯାୟୀ ମୋତେ ଭୂମିକା ମିଳୁନାହିଁ। ହେଲେ କାମ ପାଇବା ପାଇଁ ମୁଁ ମୋର ଚେଷ୍ଟା ଚଲାଇଛି।

ବିଶେଷ ଭାବେ ଦେଖିବାକୁ ଗଲେ କରୋନା ପରେ ପରେ ସବୁକିଛି ବଦଳି ଯାଇଛି। କାମକୁ ନେଇ ଅଭିନୟ ଜଗତରେ ଲୋକଙ୍କ ଚିନ୍ତାଧାରା ବଦଳି ଯାଇଛି। ସେଥିରେ ଖାପଖୁଆଇ ଚାଲିବା ପାଇଁ ମୋ ଭଳି ଲୋକଙ୍କୁ କଷ୍ଟ ହେଉଛି। ହେଲେ ବି ନିଜର ଉପରେ ବିଶ୍ବାସ ଅଛି। ଦିନେ ନା ଦିନେ କାମ ନିଶ୍ଚୟ ମିଳିବ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button