ଉତରାଖଣ୍ଡରେ ପ୍ରବଳ ଉତେଜନା : ୫ରୁ ଅଧିକ ମୃତ – bajravana
[ad_1]
ନୂଆଦିଲ୍ଲୀ, ୧୦/୨ : ଉତରାଖଣ୍ଡରେ ପ୍ରବଳ ଉତେଜନା । କେଉଁଠି ପୋଡ଼ାଜଳା ତ ପୁଣି କେଉଁଠି ଭଙ୍ଗାରୁଚା । ଜୀବନ ବଂଚାଇବାକୁ ଏଠିସେଠି ଲୁଚୁଛି ତ ପୁଣି କିଏ ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରିବାକୁ ପଛାଉନି । ହିଂସାରେ ଜର୍ଜରିତ ହୋଇଛି ପୂରା ଜିଲ୍ଲା । ୫ରୁ ଅଧିକ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଛନ୍ତି । ସ୍ଥିତିକୁ ଆୟତ କରିବା ପାଇଁ ପୂରା ଜିଲ୍ଲାରେ ପୁଲିସ ଛାଉଣୀ ହେବା ସହ କଫ୍ୟୁ ଲଗାଯାଇଛି । ହଲଦ୍ୱାନିରେ ଗୁରୁବାରଠୁ ଇଂଟରନେଟ ସେବା ବନ୍ଦ କରାଯିବା ସହ ସମ୍ବେଦନଶୀଳ ସ୍ଥାନରେ ୧୪୪ ଧାରା ବଳବତର ରହିଛି । ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି । ଉପଦ୍ରବକାରୀଙ୍କୁ ଦେଖିବାମାତ୍ରକେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।
ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଓିଂ ଧାମୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଛି । ରାଜ୍ୟରେ ଶାନ୍ତି ରକ୍ଷା ପାଇଁ ରାଜ୍ୟବାସୀଙ୍କୁ ଅପିଲ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି କଡ଼ା କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଗୁରୁବାର ଯେଉଁସମୟରେ ମଦ୍ରାସା ଭାଙ୍ଗିଥିଲା ସେହି ସମୟରେ ଜୋରଦାର ବିରୋଧପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସ୍ଥାନୀୟ ବାସିିନ୍ଦା, ପୁଲିସ ଓ ପ୍ରଶାସନ ମଧ୍ୟରେ ମୁହାଁମୁହିଁ ଘଟଣା କ୍ରମଶ ଉଗ୍ର ରୂପ ନେଇଥିଲା । ସ୍ଥିତି ଏପରି ହୋଇଥିଲା କି ଗୋଡାଇ ଗୋଡାଇ ପିଟିଥିବା ପୁଲିସ ଗାଡିରେ ନିଅାଁ ଲଗାଇବା ସହ ହଙ୍ଗାମା କରିଥିଲେ ବିକ୍ଷୋଭକାରୀ ।
[ad_2]