ବନ୍ଧୁ ର ମୂଲ୍ୟ ଅମୂଲ୍ୟ
ବନ୍ଧୁ ।
ଗୋଟେ ଗାଁ ରୁ ଗରିବ ପରିବାରର ପିଲାଟିଏ ସହରରେ ସ୍କୁଲରେ ପଢିବାକୁ ଗଲା ସେ ସ୍କୁଲରେ ଧନୀ ଲୋକ ବାପା ମା ଙ୍କ ପିଲା ପଢୁଥିଲେ ସେଥି ପାଇଁ ଏହି ଗରିବ ପିଲାର ସାଙ୍ଗ କେହି ହେଲେ ନାହିଁ ।କିଛି ଦିନ ଅତିବାହିତ ହେଲା ପରେ ଗୋଟେ ଧନୀ ପିଲା ଗରିବ ପିଲା ସାଙ୍ଗରେ ମିଳାମିଶା କରିଲା ତା ପରେ ତାଙ୍କ ଦୁଇ ଜଣଙ୍କ ଭଲ ବନ୍ଧୁତା ମଧ୍ୟ ହୋଇଗଲା ।ଗରିବ ପିଲାଟି ଭଲ ପାଠ ପଢ଼ୁ ଥିବାରୁ ଗୁରୁ ମାନେ ସମସ୍ତେ ତାଙ୍କୁ ଭଲ ପାଉଥିଲେ ହେଲେ ସିଏ ଗରିବ ହୋଇଥିବାରୁ ସାଙ୍ଗ ସାଥି ମାନେ ସାଥି ହୋଇନଥିଲେ କେବେଳ ଜଣେ ହିଁ ସାଙ୍ଗ ହେଉଥିଲା।ଗାଁ ପିଲା ହୋଇଥିବାରୁ ପିଲାଟି ସବୁ କାର୍ଯ୍ୟ ଭଲ ଭାବରେ ନିପୁଣ ଥିଲା ପାଠ ପଢା ସହିତ ଖେଳକୁଦ,ପହଁରା,ନାଚ, ଗୀତ ସବୁ ଥିରେ ଭଲ କରି ପାରୁଥିଲା ।ଦିନେ ସ୍କୁଲ ତରଫରୁ ପିକନିକ ଯିବା ପାଇଁ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଗୋଟେ ଭଲ ପାହାଡ଼ ଆଡେ ଯିବା ପାଇଁ କଥା ହେଲା ହେଲେ ଗରିବ ପିଲା ପାଖରେ ପଇସା ନ ଥିବାରୁ ସିଏ ମନା କରିଲା ଯିବା ପାଇଁ ତାହାର ଧନୀ ସାଙ୍ଗଟି ପଇସା ଦେଲା ଗରିବ ସାଙ୍ଗ ପାଇଁ ଦୁଇ ଜଣ ସାଙ୍ଗ ସ୍କୁଲ ର ସାଙ୍ଗ ମାନଙ୍କ ସାଙ୍ଗରେ ଗଲେ ବୁଲିବାକୁ ।ବୁଲାବୁଲି କରିଲେ ସାଙ୍ଗ ମାନେ ଖିଆପିଆ କରିଲେ ସେହି ପାହାଡ଼ ପାଖରେ ଝରଣା ଥିବାରୁ କିଛି ପିଲା ସେଠିକି ପଳାଇଲେ ବୁଲିବାକୁ ।ପିଲା ମାନେ ଝରଣା ପାଣି ଦେଖି କିଛି ପିଲା ଗାଧେଇଲେ ମଧ୍ୟ ।ଗାଧୋଇବା ସମୟରେ ଗୋଡ଼ ଖସି ଯିବାରୁ ଦୁଇ ଜଣ ପିଲା ପାଣିର ଗଭୀର ଭିତରକୁ ପଳାଇଲେ ଯାହାଫଳରେ ଉପରକୁ ଆସିବା ତାଙ୍କ ପକ୍ଷରେ ଆସିବା ସମ୍ଭବ ହେଲା ନାହିଁ । ବୁଡା ଖାଉ ଥିବା ସମୟରେ ଗରିବ ପିଲାଟି ନିଜ ଜୀବନକୁ ବାଜି ଲଗାଇ ପହଁରି ପହଁରି ଦୁଇ ଜଣ ସାଙ୍ଗ ମାନଙ୍କୁ ବଞ୍ଚାଇଲା । ସ୍କୁଲର ପ୍ରଧାନ ଶିକ୍ଷକ ସମସ୍ତ ପିଲାମାନଙ୍କୁ ଡାକି ସମସ୍ତଙ୍କ ଆଗରେ ସେହି ଗରିବ ପିଲାକୁ ପୁରସ୍କାର ଦେଲେ ଏବଂ କହିଲେ ବନ୍ଧୁତା ଧନୀ ଗରିବରେ ହୋଇ ନ ଥାଏ ବରଂ ଯେଉଁ ବନ୍ଧୁ ବିପଦରେ ସାଥି ଦିଏ ସିଏ ହିଁ ପ୍ରକୁତ ବନ୍ଧୁ । ସେହି ଦିନ ଠୁ ସେହି ପିଲାଟିର ସବୁ ପିଲା ଭଲ ବନ୍ଧୁ ହୋଇଯାଇଛନ୍ତି ।