ରାଶିଫଳ

ସୋମବାର, ଆଜିର ରାଶିଫଳ ୨୪.୦୯.୨୦୧୮

Image result for odia rasifala

ମେଷ:-

ସପ୍ତମ ଦ୍ୱାଦଶାଧିପ ଏକତ୍ର ରହିଥିବାରୁ  ଆଜିର ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ହାସଲ କରିବେ  ।   ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା କରିବାକୁ ମନସ୍ଥ କରିପାରନ୍ତି। କର୍ମକ୍ଷେତ୍ରରେ  ଅନ୍ୟମାନଙ୍କ ସହ ସହମତିରେ କାର୍ଯ୍ୟକରିବା ହିତକର ହେବ  ।   ଅଫିସ୍‌ରେ ସ୍ଥଗିତ କାମ ପାଇଁ  କୈଫିୟତ ଦେବାକୁ ପଡ଼ିପାରେ।

ବୃଷ:-

ଭାଗ୍ୟସ୍ଥାନରେ ସପ୍ତମାଧିପ ପରିବାରର ସହଯୋଗରେ କାର୍ଯ୍ୟ ସାଧିତ କରାଇବ। ବନ୍ଧୁମାନଙ୍କ ପରୋକ୍ଷ କାର୍ଯ୍ୟାବଳୀ ସାମୟିକ ଅସ୍ଥିରତାର କାରଣ ହୋଇପାରେ। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋରଦାର କରିପାରନ୍ତି। କୌଣସି ଆମତ୍ୀୟଙ୍କ ଅସହଯୋଗ ଓ ପରୋକ୍ଷ ସମାଲୋଚନାରେ କ୍ଷୁବ୍ଧ ହେବେ।

ମିଥୁନ:-

ଧନାଧିପତି ଧର୍ମଭାବରେ ଅବସ୍ଥାନ କରି ମହତ କାମରେ ବ୍ୟୟ ବରାଦ କରାଇବେ। ବନ୍ଧୁମାନଙ୍କ ସାହାଯ୍ୟ ଲାଭକରି ନୂତନ କାମ ଆରମ୍ଭ କରିବା ସକାଶେ  ଚେଷ୍ଟା କରିପାରନ୍ତି। ପାରିବାରିକ  କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। ସାଙ୍ଗସାଥୀମାନଙ୍କ ସହ ଭ୍ରମଣ ସୁଯୋଗ ଲାଭ କରିବେ।

କର୍କଟ:-

ଶୁଭଗ୍ରହ ପ୍ରଭାବରୁ କର୍ମକ୍ଷେତ୍ରରେ ସମସ୍ତ ପ୍ରକାରର ସୁବିଧା ହାସଲ କରି କାର୍ଯ୍ୟ ସାଧନ କରିବେ  ।   ବାଣିଜ୍ୟ, ଶିଳ୍ପ, ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ନିଜର ଚତୁଃପାର୍ଶ୍ୱରେ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ  ।   ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ମନ ହାଲୁକା ହୋଇଯିବ   ।

ସିଂହ:-

ସପ୍ତମଭାବରେ ବ୍ୟୟାଧିପ ବ୍ୟବସାୟ ଅନୁକୂଳ ରହିବ  ।    ଯାତ୍ରା କାଳରେ ସତର୍କରେ ନ ରହିଲେ ବିବାଦ ଘେରରେ ପଡିପାରନ୍ତି  ।   ସଭାସମିତି, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍‌ କାୈଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ, ଯାହାକି ଅନର୍ଥର କାରଣ ହେବାର ଆଶଙ୍କା ରହିଛି ।

କନ୍ୟା:-

ଗ୍ରହସ୍ଥିତିର ସାମ୍ୟତା ପ୍ରତ୍ୟେକ କ୍ଷେତ୍ରରେ ଶୁଭଫଳ ପ୍ରଦାନରେ ସହାୟକ ହେବ। ଆଜି ସାମାଜିକ ସ୍ତରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଜମିଜମା, ଗୃହସୀମା କିମ୍ବା ଘରଭଡ଼ାକୁ  କେନ୍ଦ୍ରକରି ସମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।

ତୁଳା:-

ଶନିଙ୍କ କ୍ଷେତ୍ରରେ ଚନ୍ଦ୍ରଙ୍କ ସ୍ଥିତି କାରଣରୁ ମାନସିକ ସ୍ତରରେ ଶିଥିଳତା ଜନିତ ଅବସାଦଗ୍ରସ୍ତ ହୋଇପାରନ୍ତି। ନିକଟ ଅତୀତରେ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନତୁବା ଅଯଥା କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ  ।   ପରିବାରରେ ସୁଖ, ଶାନ୍ତି ରାଜୁତି କରିବ, କିନ୍ତୁ ଏଥିପାଇଁ କିଛିଟା ସ୍ବାର୍ଥତ୍ୟାଗ ଜରୁରୀ ହୋଇପାରେ।

ବିଛା:-

ମୁହଁ ସ୍ଥାନରେ ଶନି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା କରି ରଖିପାରେ  ।   ତଥାପି  ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ ଓ ଲକ୍ଷ୍ୟ ପୂରଣ କରିବାରେ ଅସୁବିଧା ହେବନାହିଁ  ।   ଆଜିର ଯାତ୍ରା ସମୟ,ବନ୍ଧୁମିଳନ, ଆଲୋଚନା କିମ୍ବା ସଭା ସମିତିରେ ଆଗ୍ରହୀ ହୋଇପାରନ୍ତି। ମାଲିମକଦ୍ଦମାରେ ବିଜୟପ୍ରାପ୍ତିର ଆଶା କରିବେ  ।

ଧନୁ:-

ଦ୍ୱିତୀୟରେ ମଙ୍ଗଳ ଓ ରାଶିରେ ଶନି ଆପଣଙ୍କ ରୁକ୍ଷ ଭାଷାର କଠୋରତା ଓ ଜିଦ୍‌ ସମସ୍ୟା ସୃଷ୍ଟି କରିବ। କାର୍ଯ୍ୟ ହାସଲ କରିବା କ୍ଷେତ୍ରରେ କୌଶଳପୂର୍ଣ୍ଣ କଥା ମାଧ୍ୟମରେ ବନ୍ଧୁମାନଙ୍କୁ ମନାଇ କାମ ହାସଲ କରପାରିିବେ  ।   ପ୍ରତ୍ୟେକ କ୍ଷେତ୍ରରେ ଭାବି ଚିନ୍ତି କାମ କରନ୍ତୁ, ଅଯଥା ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନାହିଁ   ।

ମକର:-

ରାଶିରେ କେତୁଙ୍କ ପ୍ରଭାବରେ ଅନ୍ୟମାନଙ୍କ ବେଖାତିର  ଓ ଶ୍ରୁତିକଟୁ ବ୍ୟବହାରରୁ ଅସନ୍ତୁଷ୍ଟ ରହିବେ। ବାଣିଜ୍ୟ, ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ ହେବେ। ଯାତ୍ରାକାଳୀନ ଯାନବାହନରେ ସତର୍କ ରହିବା ଭଲ ହେବ, ଅନ୍ୟଥା ସମସ୍ୟା ଆସିପାରେ। ସଭାସମିତିରେ ବନ୍ଧୁମାନଙ୍କ ସହ ମତ ପାର୍ଥକ୍ୟ କାରଣରୁ ଅଶାନ୍ତି ଉପୁଜିବ  ।

କୁମ୍ଭ:-

ରାଶିରେ ଚନ୍ଦ୍ରଙ୍କ ଅବସ୍ଥାନ ବିବାଦୀୟ ପରିସ୍ଥିତି ସକାଶେ ଚିନ୍ତିତ କରାଇବ। ଆପଣଙ୍କ କାମ ହାସଲରେ  ବନ୍ଧୁଙ୍କ ବାଚନିକ ସାହାଯ୍ୟ ସାମାନ୍ୟ ସହାୟକ ହୋଇପାରେ। ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସନ୍ତୁ ନାହିଁ ।  ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, କଚେରି ମାମଲା, ପରିବହନ ଦିଗରୁ ଲାଭବାନ୍‌ ହେବେ।

ମୀନ:-

ରାଶିପ୍ରତି ବଳିଷ୍ଠ ବୁଧଙ୍କ ପ୍ରତ୍ୟକ୍ଷ ଦୃଷ୍ଟି କାରଣରୁ ସକାଳୁ ସକାଳୁ ଶୁଭ ଖବର ପାଇ ମନଟା ଖୁସି ହୋଇଯିବ। ଦୀର୍ଘ ଦିନରୁ ପାଉ ନ ଥିବା ଅର୍ଥକୁ କୌଶଳ ପ୍ରୟୋଗ କରି ଆଦାୟ କରିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ଋଣ ପରିଶୋଧ କରିପାରିବେ ନାହିଁ  ।

ଆଜି ସୋମବାର ପାଇଁ ଏହି ଭଜନ ଟିକୁ ଦେଖନ୍ତୁ ଏବଂ ଅନ୍ୟକୁ ପଠାନ୍ତୁ:-

Related Articles

Leave a Reply

Your email address will not be published. Required fields are marked *

Back to top button