ଚୀନରେ ୩ ଟି ଚନ୍ଦ୍ର ଦୃଶ୍ୟମାନ ହେବେ
ବେଜିଂ,୧୯।୧୦: ଆଗାମୀ ଦିନରେ ଚାଇନା ଆକାଶରେ ଗୋଟିଏ ନୁହେଁ ୩ଟି ଚାନ୍ଦ ଦେଖାଯିବ ବୋଲି ସୂଚନା ମିଳିଛି।ଏହା କୌଣସି ଜଗତିକ ଦୃଶ୍ୟ ନୁହଁ , ଚୀନ ବୈଜ୍ଞାନିକ ମାନଙ୍କର ଏକ ଅନନ୍ୟ ସଫଳତା . ବିଜ୍ଞାନ କ୍ଷେତ୍ରରେ ଚାଇନା ଆଉ ୨ ପାଦ ଆଗକୁ ଯାଇ ଏମିତି ସଫଳତା ହାସଲ କରିବ ବୋଲି କହିଛି। ୨୦୨୨ ସୁଦ୍ଧା ଚାଇନା ଏହି କୃତ୍ରିମ ଚାନ୍ଦ ଲଞ୍ଚ କରିବ ବୋଲି ସୂଚନା ଦେଇଛି। ତେବେ ୨୦୨୦ ସୁଦ୍ଧା ଏହାର ନିର୍ମାଣ କାମ ସରିବ। ଏହି କୃତ୍ରିମ ଚାନ୍ଦ କାଚରେ ତିଆରି ହେଉଥିବା ବେଳେ ସୂର୍ଯ୍ୟଙ୍କ କିରଣରୁ ପ୍ରତିଫଳିତ ହୋଇ ଆଲୋକ ପ୍ରଦାନ କରିବ। ଏହା ଗ୍ରହକକ୍ଷର ୩୬୫ ଡିଗ୍ରୀ କକ୍ଷ ପଥରେ ଲଗାଯିବ। ଯାହା ୨୪ ଘଣ୍ଟା ଆଲୋକ ପ୍ରଦାନ କରିବ। ତିୟାମ୍ଫୁ ସିଷ୍ଟମ ସାଇନ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ମୁଖ୍ୟ ଓ୍ବୁ ଚୁନଫେଙ୍ଗଙ୍କ ମତରେ ଏହାର ଆଲୋକ ଏତେ ଅଧିକ ହେବ ଯେ ଷ୍ଟ୍ରିଟ୍ ଲାଇଟ୍ ବା ରାସ୍ତା କଡରେ ଥିବା ଆଲୋକର ଆବଶ୍ୟକତା ପଡିବ ନାହିଁ। ଏହାଦ୍ୱାରା ପାଖାପାଖି ୧.୨ ବିଲିୟନ୍ ୟୁଆନ୍ ବିଜୁଳି ବଞ୍ଚିବା ସହ ଯେଉଁ ସ୍ଥାନ ଅନ୍ଧକାରରେ ରହୁଥିଲା ତାହା ଆଲୋକିତ ହେବ ବୋଲି ସେ କହିଛନ୍ତି।