ଓଡିଶା

ସାଇବର ଅପରାଧିଙ୍କ ଶିକାର ହେଲେ ବିଧାୟକ ତାରା, ହରାଇଲେ ସାଢ଼େ ୨ ଲକ୍ଷ ଟଙ୍କା – bajravana

[ad_1]

ଜୟପୁର: ଲୋଭରେ ପଡ଼ିଲି। ୨ରୁ ୩ଟି ସିମେଣ୍ଟର ବିତରକ ଭାଇ ହେବ ଏବଂ ଲାଭ ପାଇବ ବୋଲି ଭାବୁଥିଲି। ସାଢ଼େ ଦୁଇ ଲକ୍ଷ ହରାଇଲି ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ନିଜେ ସାଇବର ଅପରାଧିଙ୍କ ଶିକାର ହୋଇ ଟଙ୍କା ହରାଇଛନ୍ତି ବୋଲି କରିଛନ୍ତି। ମୁଣ୍ଡରେ ହାତ ବାଡେଇ ହେବା ସହ ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରି ସାଇବର ଅପରାଧିଙ୍କ ମାୟା ଜାଲରେ ନ ପଡ଼ିବାକୁ ବିଧାୟକ ଅନୁରୋଧ କରିଛନ୍ତି।

ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ଅଚାନକ ଭାବେ ତାଙ୍କ ମୋବାଇଲକୁ ଏକ କଲ୍ ଆସିଥିଲା। ହିନ୍ଦୀରେ କଥାବାର୍ତ୍ତା କରୁଥିବା ବ୍ୟକ୍ତି ଜଣକ ତାଙ୍କୁ ସିମେଣ୍ଟର ଡିଲରସିଫ୍ ନେବା ପାଇଁ କହିଥିଲେ। ଏକା ସହ ୨ରୁ୩ଟି ବ୍ରାଣ୍ଡର ସିମେଣ୍ଟର ଡିଲରସିଫ୍ ପାଇଁ ଉକ୍ତ ବ୍ୟକ୍ତିଜଣକ ପ୍ରସ୍ତାବ ଦେଇଥିଲେ। ଡିଲରସିଫ(ବିତରକ) ପାଇଁ ୮ରୁ ୯ଲକ୍ଷ ଟଙ୍କା ଜମା ରାଶି ନିଆଯାଉଥିବା ବେଳେ ୪ଲକ୍ଷ ଜମା କରିବାକୁ କହିଥିଲେ। ସେ ତାଙ୍କ ଭାଇ ଟୁନ୍ନା ବାହିନୀପତିଙ୍କ ନାଁରେ ଏହି ଡିଲରସିଫ ଦେବା ପାଇଁ ଉକ୍ତ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିଥିଲେ। ଉକ୍ତ ବ୍ୟକ୍ତି ଜଣକ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବା ସହ ଟଙ୍କା ଜମା କରିବାକୁ କହିଥିଲେ। ଏମାନେ ଆକାଉଣ୍ଟ ନମ୍ବର ଦେବା ପରେ ଓଟିପି ଆସିଥିଲା। ସେହି ଓଟିପିର ନମ୍ବର ଉକ୍ତ ବ୍ୟକ୍ତି ଜଣକ ପଚାରି ଆକାଉଣ୍ଟରୁ ୪ଲକ୍ଷ ଟଙ୍କା ଉଠାଇ ନେଇଥିଲେ। ପରେ ବ୍ୟାଙ୍କ ଖାତାକୁ ଅଫଟୁଡେଟ୍ କରିବା ସମୟରେ ୪ଲକ୍ଷ ଟଙ୍କା ଗାୟବ ହୋଇଥିବା ବିଧାୟକ ଜାଣି ପାରିଥିଲେ। ଭାଇ ଏବଂ ପୁଅକୁ କହିବା ପରେ କିଛି ଦିନ ଲୋକଲଜ୍ଜାକୁ ଭୟ କରି ଚୁପ ରହିଥିଲେ। କିନ୍ତୁ ପୁଅ କହିବା ପରେ କୋରାପୁଟ  ଏସପିଙ୍କ ସହ ଆଲୋଚନା କରିଥିଲେ।

ସାଇବର ଥାନା‌ରେ ଏ ନେଇ ଏତଲା ଦେଇଥିଲେ। ପୁଲିସର ଗୋଟିଏ ଟିମ୍ ବିଶାଖାପାଟଣାରେ ଚଢ଼ାଉ କରି ଘଟଣାର ମୂଳସ୍ଥାନ ବିହାରରେ ବୋଲି ଜାଣିପାରିଥିଲେ। ପରେ ପୁଲିସ ବିହାର ଅଂଚଳର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଥିଲେ। ଏହି ଅଭିଯୁକ୍ତଙ୍କ ନିକଟରୁ ମାତ୍ର ଦେଢ଼ ଲକ୍ଷ ଟଙ୍କା ହିଁ ମିଳିଥିବା ବେଳେ ସାଢ଼େ ୨ଲକ୍ଷ ଟଙ୍କା ଆଉ ମିଳିନଥିଲା। ତେଣୁ ଲୋଭରେ ପଡ଼ି ବୁଝାସୁଝା ନ କରି ଅଜଣା କଲ, କିମ୍ବା ଓଟିପି ନମ୍ବର, ବ୍ୟାଙ୍କର ବିବରଣୀ, ଏଟିଏମ୍ ପିନ୍ ନମ୍ବର କାହାରିକୁ ଦେବା କଥା ନୁହେଁ ବୋଲି ବିଧାୟକ କହିଛନ୍ତି। ସେ ଅଙ୍ଗେ ନିଭାଇଥିବା ସମସ୍ୟା ଅନ୍ୟ କେହି ନ ଭୋଗନ୍ତୁ ବୋଲି ବିଧାୟକ ଅନୁରୋଧ କରିବା ସହ ଏଭଳି ହୋଇଥିଲେ ତୁରନ୍ତ ୧୯୩୦ରେ ଡାଏଲ କରି ଅଭିଯୋଗ କରିବାକୁ କିମ୍ବା କୋରାପୁଟ ସାଇବର ଥାନାକୁ ଯାଇ ଏତଲା ଦେବାକୁ ବିଧାୟକ ଅନୁରୋଧ କରିଛନ୍ତି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button