ଓଡିଶା

ଆଜିଠୁ ଆରମ୍ଭ ନବରାତ୍ର ପୂଜା, ପ୍ରଥମେ ଶୈଳପୁତ୍ରୀ ବେଶରେ ଦର୍ଶନ ଦେବେ ମା’ଗୌରୀ

ଭୁବନେଶ୍ୱର,୦୩/୦୯: ଆଶ୍ୱିନ ଶୁକ୍ଳ ପ୍ରତିପଦ ତଥା ଗୁରୁବାର ଠାରୁ ସମସ୍ତ ଶକ୍ତି ପୀଠରେ ମା’ଦୁର୍ଗାଙ୍କ ନବରାତ୍ରୀ ପୂଜା ଆରମ୍ଭ ହେବ । ଏହି ଅବସରରେ ଏକାମ୍ର କ୍ଷେତ୍ରର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ମା’ଭୁବନେଶ୍ୱରୀ,କେଦାରଗୌରୀ ମନ୍ଦିରରେ ଗୌରୀ,କପିଳେଶ୍ୱର ଜିଉଙ୍କ ପୀଠରେ ମା’ଦକ୍ଷୀଣକାଳୀ,ବିନ୍ଧ୍ୟବାସିନୀ ସମେତ ଅଷ୍ଟଚଣ୍ଡୀଙ୍କ ଠାରେ ପୂଜାର୍ଚ୍ଚନା ଏବଂ ଚଣ୍ଡୀପାଠ କରାଯିବ ।

ମା’ଗୌରୀଙ୍କୁ ସହଶ୍ର କୁମ୍ଭ ଜଳରେ ଅଭିଷେକ କରାଇ ପଞ୍ଚାମୃତରେ ମାଜଣା କରାଯିବ । ବେଶ ନିମନ୍ତେ ପାଟଶାଢୀ,ରୂପା ମକୁଟ ସହ ଅନ୍ୟାନ୍ୟ ଅଳଙ୍କାରରେ ଆଭୁଷିତ କରାଯିବ । ପ୍ରଥମ ଦିନ ମା’ ଶ୍ରଦ୍ଧାଳୁଙ୍କୁ ଶୈଳପୁତ୍ରୀ ବେଶରେ ଦର୍ଶନ ଦେବେ । ଏହା ପରେ ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କଷ୍ମାଣ୍ଡ, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେବେ ବୋଲି ମନ୍ଦିର ସେବାୟତ ମିହୀର ମହାପାତ୍ର ଏବଂ ଲୁଲୁ ମହାପାତ୍ର ସୂଚନା ଦେଇଛନ୍ତି ।

ଏବେ ପ୍ରତ୍ୟେହ ସକାଳ ଧୂପରେ ମା’ଙ୍କ ଠାରେ ମୁଗ, ଅଦା, ନଡିଆ, ଖଇ,କୋରା,ବିଷୋୟୀ ସେବାୟତଙ୍କ ପ୍ରଦତ୍ତ ମୁଆଁ, ଛେନା, ପଇଡ ସହ ନାନାଦି ପ୍ରକାରର ଫଳ ଲାଗି ହେବ । ଦ୍ୱିପହର ଧୂପରେ ଅନ୍ନ, କାନେକା,ଡାଲମା, ଓଉ ଖଟା, ଖିରି,ମାଣ୍ଡୁଅ ଆଦି ଲାଗି ହେବ । ଶେଷରେ ସନ୍ଧ୍ୟାଧୂପରେ ଦହି ପଖାଳ ଲାଗି ପହୁଡ ପଡିବ । ସେହିପରି ମା’ବନ୍ଧବଢେଇଙ୍କ ଠାରେ ମଧ୍ୟ ସମାନ ନୀତିରେ ପୂଜାର୍ଚ୍ଚନା କରାଯିବ ବୋଲି ଶିକ୍ଷାବିତ ପ୍ରତାପ ଚନ୍ଦ୍ର ଜେନା କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button