ଓଡିଶାଦେଶ ବିଦେଶ

୩ ହଜାର କୋଟି ଟଙ୍କାର ଅର୍ଥ ଯୋଜନା ଜାଲିଆତିର ପର୍ଦ୍ଦାଫାସ; ଏହି ଜାଲିଆତିର ଶିକାର ହୋଇଛନ୍ତି ଓଡ଼ିଶାବାସୀ

Image result for india 500 note bundle wallpaper

ହରିଆଣା: ସାଇବରବ୍ୟଡ୍‌ ପୁଲିସ୍‌ର ଇକୋନୋମିକ୍ସ ଅଫେନ୍ସ ଉଇଙ୍ଗ୍‌ସ ପକ୍ଷରୁ କୁହାଯାଇଛି କି ମାର୍କେଟିଂ କମ୍ପାନିଗୁଡ଼ିକ ସମୁଦାୟ ୩୦୦୦ କୋଟି ଟଙ୍କାର ଜାଲିଆତି କରିଥିବା ସୂଚନା ରହିଛି। ଏହି ଅଭିଯୋଗରେ ପୁଲିସ୍‌ ଫିଉଚର୍‌ ମେକର୍‌ ଲାଇଫ୍‌ କେୟାର୍‌ ଗ୍ଲୋବାଲ୍‌ ମାର୍କେଟିଂ ପ୍ରାଇଭେଟ୍‌ ଲିମିଟେଡ କମ୍ପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ରାଧେ ଶ୍ୟାମ ଏବଂ ନିର୍ଦ୍ଦେଶକ ସୁରେନ୍ଦ୍ର ସିଂହଙ୍କୁ ଗିରଫ କରିଛି।

ପୂର୍ବରୁ ସେପ୍ଟେମ୍ବର ୮ ତାରିଖରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ପ୍ରାଥମିକ ତଦନ୍ତରୁ ୧୨୦୦ କୋଟି ଟଙ୍କାର ଜାଲିଆତି ହୋଇଥିବାର ସୂଚନା ରହିଥିଲା। ୧୨୦୦ କୋଟିରୁ ବଢ଼ି ବଢ଼ି ପରିମାଣ ଏବେ ୩୦୦୦ କୋଟିରେ ପହଞ୍ଚିଛି।

ଏହି ୩୦୦୦ କୋଟି ଟଙ୍କାର ଜାଲିଆତିରେ ପ୍ରାୟ ୬୦ ଲକ୍ଷ ଲୋକ ସାମିଲ୍‌ ଥିବା ଜାଣିବାକୁ ମିଳିଛି। ଠକ କମ୍ପାନିମାନଙ୍କ ଦ୍ୱାରା ଜାଲିଆତିର ଶିକାର ହୋଇଥିବା ପୀଡ଼ିତମାନେ ମୁଖ୍ୟତଃ ଦିଲ୍ଲୀ, ହରିଆଣା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ ଓଡ଼ିଶାର।

ପୁଲିସ୍‌ କମ୍ପାନିର ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ୨୦୦ କୋଟି ଟଙ୍କା ଜବତ କରିଛି। ଏହା ସହିତ ଅତ୍ୟାଧୁନିକ ଯାନ, ୬ଟି ମୋବାଇଲ୍‌ ଫୋନ୍‌ ରିଭଲ୍‌ଭର ଆଦି ହରିଆଣାର ହିସାରିରେ ଥିବା ରାଧେ ଶ୍ୟାମଙ୍କ ଘରୁ ଜବତ କରିଛି।

ଏ ବାବଦରେ ସାଇବରବ୍ୟାଡ ପୁଲିସ୍‌ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌କୁ ଲିଖିତ ଆକାରରେ ଏକ ଅଭିଯୋଗ ଦିଆଯାଇଛି। କିପରି ଭାବେ ଏତେ ପରିମାଣର ଜାଲିଆତି ହୋଇପାରିଲା ଓ ଅର୍ଥନୈତିକ ବ୍ୟାଙ୍କ୍‌ଗୁଡ଼ିକ କାହିଁକି ଏ ସଂପର୍କରେ କୌଣସି ପ୍ରଶ୍ନ ଉଠାଇ ନାହାନ୍ତି।

ରାଧେ ଶ୍ୟାମ ସପ୍ତମ ଶ୍ରେଣୀରୁ ସ୍କୁଲ୍‌ ଯିବା ଛାଡ଼ି ଦେଇଛନ୍ତି। ସେ ମୁଖ୍ୟତ ବେରୋଜଗାର ଯୁବକ ଓ ଗୃହିଣୀଙ୍କୁ ଟାର୍ଗେଟ କରନ୍ତି। ନକଲି ପାର୍ଟ-ଟାଇମ୍‌ ରୋଜଗାର ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୁଅାଁ ବୁଲାନ୍ତି। ପୂର୍ବରୁ ରାଧେ ଶ୍ୟାମ ରାଇଟ୍‌ କନ୍‌ସେପ୍ଟ ମାର୍କେଟିଂ(ଆର୍‌ସିଏମ୍‌)ରେ ୬ ବର୍ଷ ଧରି କାର୍ଯ୍ୟ କରୁଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button