ଖେଳ ଖବର

ସିଲି ପଏଣ୍ଟ୍‌: ବାପା ହେଲେ ବୁମ୍‌ରା – bajravana

[ad_1]

କୋହଲିଙ୍କ ପାକିସ୍ତାନୀ ପ୍ରଶଂସକ

ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଓ ତାଙ୍କ ପତ୍ନୀ ସଞ୍ଜନା ଗଣେଶାନ୍‌ ସୋମବାର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏସଂପର୍କରେ ଉଭୟ ବୁମ୍‌ରା ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପୋଷ୍ଟ କରି ଘୋ‌ଷଣା କରିଛନ୍ତି। ଏଥିସହ ତାଙ୍କ ପୁଅର ନାମ ‘ଅଙ୍ଗଦ’ ରଖିଥିବା ସେ ପୋଷ୍ଟରେ ‌ଉଲ୍ଲେଖ କରିଛନ୍ତି। ବୁମ୍‌ରା ଭାରତୀୟ ବୋଲିଂ ବାହିନୀର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୋଇଯାଇଥିଲା ବେଳେ ଦୀର୍ଘ ଦିନ ପରେ ଆହତରୁ ମୁକୁଳି କ୍ରିକେଟ୍‌କୁ ଫେରିଛନ୍ତି। ଚଳିତ ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଖେଳିବା ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଭାରତ ଫେରିଆସିଥିଲେ। ତେବେ ସୁପର ୪ ପର୍ଯ୍ୟାୟ ବେଳକୁ ସେ ଭାରତୀୟ ଦଳ ସହିତ ଶ୍ରୀଲଙ୍କାରେ ଯୋଗଦେବେ ବୋଲି ଅନୁମାନ କରାଯାଉଛି। ଆଗକୁ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ ପୂର୍ବରୁ ବୁମ୍‌ରାଙ୍କୁ ଅଧିକ ମ୍ୟାଚ୍‌ ଅଭ୍ୟାସର ଆବଶ୍ୟକତା ରହିଛି। ସେଥିପାଇଁ ପୁତ୍ର ସନ୍ତାନର ପିତା ହେବା ପରେ ମଧ୍ୟ ସେ ତୁରନ୍ତ ଭାରତୀୟ ଦଳ ସହିତ ‌ସାମିଲ ହେବେ।

କୋହଲିଙ୍କ ପାକିସ୍ତାନୀ ପ୍ରଶଂସକ

ଏସିଆ କପ୍‌ରେ ଯଦିଓ ଭାରତ-ପାକିସ୍ତାନ ମ୍ୟାଚ୍‌ ବର୍ଷା ଯୋଗୁଁ ଧୋଇ ହୋଇଯାଇଥିଲା। କିନ୍ତୁ ପଡ଼ିଆ ବାହାରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ କିଛି କମ୍‌ ନଥିଲା। ଏହି ମ୍ୟାଚ୍‌ ଯୋଗୁଁ ଖେଳାଳିମାନଙ୍କ ପରି କିଛି ପ୍ରଶଂସକ ମଧ୍ୟ ରାତାରାତି ନାଁ କମେଇ ସାରିଲେଣି। ସାମାଜିକ ଗଣମାଧ୍ୟମରେ ଏମିତି ଏକ ପ୍ରଶଂସକଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ମ୍ୟାଚ୍‌ ବାତିଲ ହେବା ପରେ ଷ୍ଟାଡିୟମ୍‌ ବାହାରେ ପାକିସ୍ତାନରୁ ଆସିଥିବା ଜଣେ ପ୍ରଶଂସକ ବିରାଟ କୋହଲିଙ୍କୁ ତାଙ୍କ ପସନ୍ଦର ଖେଳାଳି ବୋଲି କହିଥିଲେ। କେବଳ କୋହଲିଙ୍କ ବ୍ୟାଟିଂ ଦେଖିବାକୁ ସେ ଶ୍ରୀଲଙ୍କା ଆସିଥିବା କହିବା ସହ ସେ ଶତକ ମାରନ୍ତୁ ବୋଲି ଯୁବତୀ ଜଣକ ଆଶା ରଖିଥିଲେ। କିନ୍ତୁ ସେ ଅଧିକ ରନ୍‌ କରିନପାରିବାରୁ ମନ ଦୁଃଖ ହୋଇଥିବା ପ୍ରତିକ୍ରିୟା ଦେଇଥିଲେ। ଏଥିସହିତ ‌ସେ ଭାରତ ସହିତ ପାକିସ୍ତାନ ଦଳକୁ ମଧ୍ୟ ସମର୍ଥନ କରୁଥିବା କହିଥିଲେ। ହେଲେ ଯେତେବେଳେ ଅନ୍ୟ ଜଣେ ପ୍ରଶଂସକ ତାଙ୍କୁ ପାକିସ୍ତାନୀ ହୋଇ ଭାରତକୁ କିପରି ସମର୍ଥନ କରୁଛନ୍ତି ବୋଲି ପଚାରିଥିଲେ, ସେଥିରେ ସେ ଜବାବ ଦେଇଥିଲେ ଯେ, ‘ଜଣେ ପଡ଼ୋଶୀକୁ ଭଲ ପାଇବା ଆଦୌ ଖରାପ ନୁହେଁ।’ ପରେ ‌ଯେତେବେଳେ ବାବର ଆଜମ୍‌ ଓ ବିରାଟ କୋହଲିଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ କୁହାଯାଇଥିଲା, ସେ କୋହଲିଙ୍କ ସପକ୍ଷରେ ଯାଇଥିଲେ। କ୍ରିକେଟ୍‌ ପ୍ରତି ତାଙ୍କର ଭଲପାଇବା ଓ ଭାରତୀୟଙ୍କୁ ତାଙ୍କର ସମର୍ଥନକୁ ଦେଖି ସାମାଜିକ ଗଣମାଧ୍ୟମରେ ଅନେକ ତାଙ୍କୁ ପ୍ରଶଂସା କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button